ଗଣେଶ ପୂଜା ପୂର୍ବରୁ ଶିକ୍ଷକଙ୍କୁ ବେତନ ମିଳୁ: ଓଷ୍ଟା
ଭୁବନେଶ୍ବର: ଗଣେଶ ପୂଜା ଓ ନୂଆଖାଇ ପୂର୍ବରୁ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଦରମା ପାଇବାରୁ ବଞ୍ଚିତ ହେବା ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଆଶଙ୍କା ପ୍ରକାଶ କରିଛି। ସଂଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଓଡ଼ିଶାର ୬୪୮ ମାଧ୍ୟମିକ, ୬୦୯ ଉଚ୍ଚ ପ୍ରାଥମିକ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୨୬୦୮ ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ୯୧୬ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ସଂସ୍କୃତ ଟୋଲ୍ ଓ […]