ଦାମୀ କମ୍ପାନି ଖୋଳରେ ନକଲି ଔଷଧ, କଟକର ୧୦ଟି ସ୍ଥାନରେ ଚଢଉ
କଟକ : ଦାମୀ କମ୍ପାନି ଖୋଳରେ ବିକ୍ରି ହେଉଛି ନକଲି ଔଷଧ। ଗତ ୩ଦିନ ଧରି ଚାଲିଥିବା ଛାନ୍ଭିନ୍ରୁ ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗଲା ଜୁନ୍ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗତକାଲି ବିଜ୍ଞପ୍ତି ଜାରି ହେବାପରେ ଆଜିସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି […]