ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ମଦ ବୋଝେଇ କାର୍‌; ଭାଇ ମୃତ, ଭଉଣୀ ଗୁରୁତର

କାମାକ୍ଷାନଗର ୧୭/୦୯: ଚୋରା ଦେଶି ମଦ ବୋଝେଇ କାର ଧକ୍କାରେ ଭାଇର ମୃତ୍ୟୁ ହେବା ସହିତ ଭଉଣି ଗୁରୁତର। ମୃତକଙ୍କ ପରିଚୟ ବିଦ୍ୟାଧର ରାଉତ। ସେ କାମାକ୍ଷାନଗର ଥାନା ବାଲିପଡା ଗାଁର ବାସିନ୍ଦା। ଗୁରୁତର ଭଉଣିଙ୍କ ଉର୍ମିଳା ରାଉତ ବୋଲି ଜଣାପଡ଼ିଛି। ଉର୍ମିଳାଙ୍କୁ ଗୁରତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥନାନ୍ତର କରାଯାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ଅନୁସାରେ, ଶନିବାର ସନ୍ଧ୍ୟାରେ ଏକ ଚୋରା ଦେଶିମଦ ବୋଝେଇ କାରକୁ ପୋଲିସ କାମାକ୍ଷାନଗରରୁ […]

ଅପରାଧ ରାଜ୍ୟ

ଦୁର୍ଘଟଣାରେ ୭ ଭୂଷଣ କର୍ମଚାରୀ ମୃତ

ଝାରସୁଗୁଡ଼ା/ବୁର୍ଲା : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେ‌ଲେ ରାଜେନ୍ଦ୍ର ତିୱାରୀ, ଶେର୍‌ ବାହାଦୁର, ବ୍ରିକ୍‌ପାଲ ସିଂ, ପଙ୍କଜ ଝା, ଧନକୁମାର ରାୟ, ରାଜେଶ କୁମାର ସିଂ ଓ ସୂରଜ ଠାକୁର। ସେମାନେ ସମସ୍ତେ ରାଜ୍ୟ ବାହାରର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ା‌ରେ ଘରଭଡ଼ା ନେଇ ରହୁଥିଲେ […]

ଅପରାଧ ରାଜ୍ୟ

ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍

ନୟାଗଡ଼ : ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଓ ୨୫ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ରାୟ ‌ଦେଇଛନ୍ତି। ଦୋଷୀ ଜଣକ ଶରଣକୁଳ ଥାନା ନୂଆଗାଁ ଲଡ଼ୁକେଶ୍ବରପୁରର ମୁରଲୀ ନାୟକଙ୍କ ପୁଅ କାହ୍ନୁ ନାୟକ(୨୨)। ୨୦୧୬ ଅଗଷ୍ଟ ମାସରେ କାହ୍ନୁ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ରାତିରେ ଘରେ ଶୋଇଥିବା ବେଳେ, […]

ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ ରିପୋର୍ଟ କେଳେଙ୍କା‌ରୀ: ଖୋଜିଖୋଜି ମିଳୁନାହାନ୍ତି ସଂକ୍ରମିତ

କଟକ : କୋଭିଡ୍‌ ପରୀକ୍ଷା ନାଁରେ ଚାଲିଥିବା ସାଂଘାତିକ କେଳେଙ୍କାରୀର ଗୁମର ଫିଟୁଛି। ବାସ୍ତବରେ ରୋଗୀ ନଥାଇ ମିଛ ଲୋକଙ୍କ ନାମରେ ରିପୋର୍ଟ ପ୍ରସ୍ତୁତ କରି ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦର୍ଶାଯାଉଥିବା ଘଟଣା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଗତକାଲି ଏଭଳି ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବାପରେ ଆଜି କଟକରୁ ସ୍ବାସ୍ଥ୍ୟ ବିଭାଗର ଆରଆରଟି ଟିମ୍‌ ତିଗିରିଆ ବ୍ଲକ୍‌ ବିନ୍ଧାଣିମା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଗତକାଲି ପଜିଟିଭ୍‌ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂପର୍କରେ ଜାଣିବାକୁ ଉଦ୍ୟମ କରିଥିଲେ। […]

ଖେଳ ଦେଶ ବିଦେଶ

ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍‌, ଏବେ ଯାଏଁ ଏହି ୪ଟି ଦେଶ ଘୋଷଣା କରିନାହାନ୍ତି ନିଜ ନିଜର ଟିମ୍‌

ନୂଆଦିଲ୍ଲୀ ୧୭।୦୯: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍‌ । ଆଉ କିଛି ଦିନ ପରେ ସାରା ବିଶ୍ୱ ଦେଖିବ ଫଟାଫଟ କ୍ରିକେଟ୍‌ ବିଶ୍ୱକପ୍‌ । ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ ୨୦୨୨ । ଏହାପୂର୍ବରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ ଦେଶ ନିଜ ନିଜ ୧୫ ଜଣିଆ ଟିମ୍‌ ଘୋଷଣା କରିସାରିଲେଣି । କିନ୍ତୁ ଏପରି କିଛି ଦେଶ ଅଛନ୍ତି । ଯେଉଁମାନେ କି ଏବେ ଯାଏଁ ନିଜ ନିଜ ଟିମ୍‌ […]

ଅପରାଧ ରାଜ୍ୟ

ବାର୍‌ହା ଫାଶରେ ଗଲା ଜୀବନ, ବେପାର କରି ଘରକୁ ଫେରୁଥିଲେ ସଞ୍ଜୀବ

କଳାହାଣ୍ଡି ୧୭।୦୯: ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ତାର । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକଙ୍କ ଘର ରାମପୁରରେ ହୋଇଥିବା ବେଳେ, ତାଙ୍କ ନାମ ସଞ୍ଜୀବ ରଣା ବୋଲି ଜଣାପଡିଛି । ଖବର ଅନୁଯାୟୀ, । ଶୁକ୍ରବାର ବିଳମ୍ବିତ ରାତିରେ ସଞ୍ଜୀବ ଭବାନୀପାଟଣାରେ ବିଲାତି ବାଇଗଣ ଦେଇ ନର୍ଲା ଫେରୁଥିଲେ । ଅଲାବୁଲ୍ଲା ନିକଟରେ ନିଜ […]

ଅପରାଧ ରାଜ୍ୟ

ପଥରରେ ଛେଚି ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ଜଟଣୀ ପୋଲିସ

ଜଟଣୀ ୧୭।୦୯: ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜଟଣୀ ଗଜପତି ନଗର ଅଞ୍ଚଳର ଜି.ଇଶ୍ୱର ରାଓ । ସେ ଜଟଣୀ ସୀତାରାମ ଛକ ନିକଟରେ ଏକ ସେଲୁନ ଦୋକାନ କରିଛନ୍ତି । କିନ୍ତୁ ଗତ ତିନି […]

ଅପରାଧ ରାଜ୍ୟ

ଗଞ୍ଜେଇ ପରେ ବାଲିଗୁଡାରେ ଚାଲିଛି ବ୍ରାଉନ ସୁଗାର ବେପାର, ବନ୍ଧା ହେଲେ ଦୁଇ ମାଫିଆ

ବାଲିଗୁଡା ୧୭/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବ୍ରାଉନ ସୁଗାର ବେପାର । ଗଂଜେଇ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଥିବା ବାଲିଗୁଡା ସହରରେ ଏବେ ବ୍ରାଉନ ସୁଗାର ବ୍ୟବସାୟ ଖୁବ ଜମୁଛି ନିଶାରେ କବଳିତ ହେଉଛନ୍ତି ଯୁବ ଗୋଷ୍ଠୀ । ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡା ଏସଡିପିଓ ଜି. ରାଘବେନ୍ଦ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗତ ରାତିରେ ହନୁମାନ ମନ୍ଦିର ନିକଟରୁ ଦୁଇଜଣକୁ ଗିରଫ କରିଛି । ଗିରଫ ଦୁଇ ବ୍ରାଉନ ସୁଗାର ମାଫିଆଙ୍କ ମଧ୍ୟରୁ […]

ଅପରାଧ ରାଜ୍ୟ

ସ୍ମାର୍ଟସିଟି ସୁରକ୍ଷା ପ୍ରତି ବିପଦ, ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁ‌ପ୍ରବେଶକାରୀ

ରାଉରକେଲା: ସ୍ମାର୍ଟସିଟି ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ସେମାନଙ୍କ ଗତିବିଧି ଉପରେ ଜିଲ୍ଲା ପ୍ରଶାସନର କଟକଣା ରହୁ ନଥିବାରୁ ସେମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରାସ୍ତା ଦେଇ ସୁରକ୍ଷିତ ଭାବେ ରାଉରକେଲା, ବନ୍ଧମୁଣ୍ଡା ସମେତ ଏହାର ଆଖପାଖ ଅଞ୍ଚଳକୁ ସେମାନେ ପ୍ରବେଶ କରୁଛନ୍ତି। ଛୋଟମୋଟ ବେପାର କରୁଛନ୍ତି। କିଏ ଫେରି, ନିର୍ମାଣ ଶ୍ରମିକ ତ ଅନ୍ୟ କିଏ ଅନ୍ୟାନ୍ୟ କାମ କରୁଛନ୍ତି। […]

ଅପରାଧ ରାଜ୍ୟ

ଝାରସୁଗୁଡ଼ା ସରବାହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୨୦ରୁ ଅଧିକ ଆହତ

ଝାରସୁଗୁଡ଼ା ୧୭।୦୯: ଝାରସୁଗୁଡ଼ା ସରବାହାଲ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟାରେ ଜେ.ଏସ.ଡବ୍ଲୁ ଭୂଷଣ ପ୍ଲାଣ୍ଟର ୬୦ ରୁ ଅଧିକ କର୍ମଚାରୀ ଏକ ବସ୍ ରେ ଯାଉଥିଲେ। ସରବାହଲ ନିକଟରେ ଏକ କୋଇଲା ବୋଝେଇ ହାଇୱା ୨ଟି ଗାଈଙ୍କୁ […]