ବାଲିହରଚଣ୍ତୀଙ୍କ ପୀଠରେ ଷୋଳ ପୂଜା: ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଲେ ମା’
ବ୍ରହ୍ମଗିରି : ମା’ବାଲିହରଚଣ୍ତୀଙ୍କ ପୀଠରେ ଗତକାଲିଠାରୁ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଗତକାଲି ସକାଳେ ମା’ କାଳୀଙ୍କ ବେଶରେ ଦର୍ଶନ ଦେଇଥିବା ବେଳେ ସନ୍ଧ୍ୟାରେ ମା’ ଭୁବନେଶ୍ବରୀଙ୍କ ବେଶରେ ଦର୍ଶନ ଦେଇଥିଲେ। ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ନୀତି, ଗୋପାଳ ବଲ୍ଲଭ ଏବଂ ସହସ୍ର କୁମ୍ଭ ବରଣ ନୀତି ବଢ଼ିଥିଲା। ପବିତ୍ର ତୀର୍ଥରୁ ଜଳ ସଂଗ୍ରହ କରାଯାଇ ମା’ଙ୍କ ପୀଠକୁ ଅଣାଯାଇଥିଲା। ପବିତ୍ର ଜଳରେ ଚନ୍ଦନ, କେଶର, କର୍ପୂର, ଜାଇଫଳ, ଯାଇପତ୍ରୀ, ଅଗୁର, କୁଙ୍କୁମ ପ୍ରଭୃତି […]