ଅପରାଧ ରାଜ୍ୟ

ସାଇବର୍ ଠକେଇ: ୧୦୦ କୋଟି ଠକେଇ ପଛରେ ବ୍ୟାଙ୍କ୍ ପିଅନ; ଓଡ଼ିଶାରୁ ଖାଇଛନ୍ତି ଦେଢ଼ କୋଟି

କଟକ: ଦେଶରେ ପାଖାପାଖି ୧୦୦ କୋଟିରୁ ଅଧିକ ଟଙ୍କାର ସାଇବର୍ ଠକେଇ ପଛରେ ଜଣେ ବ୍ୟାଙ୍କ ପିଅନର ସମ୍ପୃକ୍ତି ଥିବା ଘଟଣା ଚକିତ କରିଛି। ବିହାର ଭୋଜପୁର ଜିଲ୍ଲାରେ ଏକ ଉପାନ୍ତ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ କାର୍ଯ୍ୟରତ ପିଅନ ବିକାଶ ସିଂହ (୩୦)କୁ କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ରିମାଣ୍ଡରେ ଆଣିବା ପରେ ଏଭଳି ତଥ୍ୟ ହସ୍ତଗତ ହୋଇଛି। କେବଳ ଓଡ଼ିଶାରୁ କଟକ ସମେତ ଜଗତସିଂହପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୁବେର ଅତିରିକ୍ତ ତହସିଲଦାର, ଭିଜିଲାନ୍ସ ପାଇଛି ୫ କୋଟିରୁ ଅଧିକ ସମ୍ପତ୍ତିର ଠିକଣା

ସୁନ୍ଦରଗଡ଼ ୨୩।୦୯: କୁବେର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୫ କୋଟି ୨ ଲକ୍ଷ ୬୦ ହଜାର ଟଙ୍କାର ସଂପତ୍ତିର ଠିକଣା ପାଇଛି ଭିଜିଲାନ୍ସ। ଏଥିସହ କୁଳମଣି ପଟେଲଙ୍କୁ ଗିରଫ କରାଯାଇଛି। ଅତିରିକ୍ତ ତହସିଲଦାର ବାବୁ ଏତେ ଖାଇଛନ୍ତି ଯେ, ସଂପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଭିଜିଲାନ୍ସକୁ ଲାଗିଥିଲା ୩୦ ଘଣ୍ଟାରୁ ଅଧିକ ସମୟ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଟାଙ୍ଗରପାଲି ତହସିଲ୍ ର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ବୁଧବାର ଭିଜିଲାନ୍ସ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏଣିକି ଓଡ଼ିଆ ଭାଷାରେ ଓଏଏସ୍‌ ପରୀକ୍ଷା

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଇଂରାଜୀ ଭାଷା ବାଧକ ସାଜିବ ନାହିଁ। ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ ପ୍ରଶ୍ନପତ୍ର। ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ। ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ। ଉତ୍ତର ବି ଲେଖି ନ ଥିଲେ। ‌ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାରେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରାପୁଟ ପୁଲିସକୁ ସଫଳତା, ଅପରେସନ ବେଳେ ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ

କୋରାପୁଟ ୨୨।୦୯: କୋରାପୁଟ ପୁଲିସକୁ ସଫଳତା। ନକ୍ସଲ ମୁକାବିଲା କ୍ଷେତ୍ରରେ ଏକ ବଡ ଧରଣର ସଫଳତା ପାଇଛି କୋରାପୁଟ ପୋଲିସ। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ ହୋଇଛି । ଏନେଇ ଏସପି ବରୁଣ ଗୁଣ୍ଠୁପାଳି ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ଏସଓଜି ଓ ଡିଭିଏଫ ପକ୍ଷରୁ ଜିଲ୍ଲାର ସିନ୍ଧିପୁଟ ଜଙ୍ଗଲରେ ମିଳିତ ଆଣ୍ଟି ନକ୍ସଲ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ନଗଦ ଟଙ୍କା ଓ ମାଓ […]

ଅପରାଧ ରାଜ୍ୟ

କଟକରେ ବିକ୍ରି ହେଉଛି ବିଷ ଔଷଧ, ଦୁଇ ବର୍ଷରେ ଜବତ ହେଲାଣି ୨ କୋଟିର ସମ୍ପତ୍ତି

କଟକ : କଟକ ସହର ଏବେ ରାଜ୍ୟରେ ନକଲି ଔଷଧ ମାଫିଆଙ୍କ ଚରାଭୂଇଁ ପାଲିଟିବାକୁ ବସିଲାଣି। ଗଲା ଦୁଇବର୍ଷ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ କେବଳ କଟକ ସହରରୁ ନକଲି ଔଷଧ କାରବାରରେ ୨ କୋଟି ୨୧ଲକ୍ଷ ୭୪ ହଜାର ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି। କଟକର ୯ ଔଷଧ ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ରାଜ୍ୟ ବାହାରର ଜଣେ ହେଲେ ବି ମାଷ୍ଟରମାଇଣ୍ଡ ଏଯାଏ ଧରାପଡ଼ି ନାହାନ୍ତି। କଟକକୁ ଅଧିକ ସଂଖ୍ୟାରେ ନକଲି ଔଷଧ ହିମାଚଳପ୍ରଦେଶରୁ ଆସୁଥିବା […]

ଅପରାଧ ରାଜ୍ୟ

ଗଞ୍ଜେଇ ବୋଝେଇ କାର୍‌ରୁ ମିଳିଲା ରୂପା ଇଟା, ଦୁଇ ଜଣ ଅଟକ

କଟକ ୨୨।୦୯ : ଗଞ୍ଜେଇ ଗାଡି ଯାଞ୍ଚ ବେଳେ ବେଳେ ଧରାପଡିଲା ରୂପା ଇଟା ଓ ଟଙ୍କା। ଏକ କ୍ବିଣ୍ଟାଲ ଚାନ୍ଦି ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ । ଗାଡିରେ ଥିବା ଦୁଇ ଜଣଙ୍କୁ ଅଟକ ରଖିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ। କାରରେ ସ୍ବତନ୍ତ୍ର ଚାମ୍ବରେ ଥିଲା ରୁପା ଇଟା, ଅଳଙ୍କାର ଓ ଟଙ୍କା। ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଟାଙ୍ଗି ଟୋଲ ଗେଟ ନିକଟରେ ଗାଡି ଯାଞ୍ଚ […]

ଅପରାଧ ରାଜ୍ୟ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ଟ୍ରକରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସୋମଣା ପଞ୍ଚାୟତ ବିଶ୍ୱାଳପଡା ଖଇରାତ ଗ୍ରାମର ପ୍ରଦୀପ ପ୍ରଧାନ ( ୩୩ )ଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ବାଲିପାଟଣା ଓ ବଳଙ୍ଗା ଥାନା ସୀମାରେ ଏହି ଦୁର୍ଘଟଣା ଘଟିଛି। ବଳଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ପ୍ରଦୀପ ଏକ ଘରୋଇ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ଆଜି ସକାଳୁ ସେ […]

ଅପରାଧ ରାଜ୍ୟ

୫୧ ଗ୍ରାମର ବ୍ରାଉନସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା ୨୨।୦୯ : ୫୧ ଗ୍ରାମର ବ୍ରାଉନସୁଗାର ଜବତ। ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହୋଇଛି । ଏହାସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁଜଙ୍ଗ ଗାଁର ସର୍ବେଶ୍ଵର ବେହେରା, ଜୀବନ […]

ଅପରାଧ ଦେଶ ବିଦେଶ

ଛାତ୍ରୀଙ୍କ ଖାତାରେ ଶିକ୍ଷକ ଲେଖିଲେ-ମୋତେ ସାକ୍ଷାତ କର, ମୁଁ ତୁମକୁ ଭଲ ପାଏ…

ନୂଆଦିଲ୍ଲୀ ୨୨।୦୯: ମଧ୍ୟପ୍ରଦେଶର ରାଇସେନର ଜଣେ ଶିକ୍ଷକ ଗୁରୁ-ଶିଷ୍ୟ ସମ୍ପର୍କକୁ କଳଙ୍କିତ କରି ଦେଇଛି। ନାବାଳିକା ଛାତ୍ରୀଙ୍କ କପିରେ ଶିକ୍ଷକ ‘ମୋତେ ସାକ୍ଷାତ କର, ମୁଁ ତୁମକୁ ଭଲ ପାଏ’ ଲେଖିଛନ୍ତି। ଯେତେବେଳେ ଉକ୍ତ ଛାତ୍ରୀମାନେ ସେମାନଙ୍କ ପରିବାରକୁ ଏହି ବିଷୟରେ ଜଣାଇଲେ। ସେତେବେଳେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏହି ଘଟଣା ମାଣ୍ଡିଦୀପସ୍ଥିତ ଏକ ଘରୋଇ ବିଦ୍ୟାଳୟର ଅଟେ। ଝିଅମାନେ ଏ ବିଷୟରେ ନିଜ ପରିବାରକୁ ସୂଚନା ଦେଇଥିଲେ। କପିରେ ଶିକ୍ଷକ ଲେଖିଥିବା ଆପତ୍ତିଜନକ ଶବ୍ଦ […]

ଅପରାଧ ଦେଶ ବିଦେଶ

ବନ୍ଧୁକ ଧରି ବ୍ୟାଙ୍କରେ ପହଞ୍ଚିଲେ ସନ୍ନ୍ୟାସୀ, କହିଲେ ‘ଲୋନ୍ ଦିଅ ନହେଲେ ସବୁ ଟଙ୍କା ଲୁଟିନେବି’

ନୂଆଦିଲ୍ଲୀ ୨୨/୦୯ : ସନ୍ନ୍ୟାସୀଙ୍କ ଅଜବ କାରନାମା। ବନ୍ଧୁକ ଧରି ପହଞ୍ଚିଲେ ବ୍ୟାଙ୍କରେ। ଆଉ ଦେଲେ ଲୁଟର ଧମକ। ତେବେ ତାଙ୍କ ଧମକର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟାଙ୍କ୍ ତାଙ୍କୁ ଲୋନ୍ ଦେବାକୁ ମନା କରିବାରୁ ସେ କରିଛନ୍ତି ଏମିତି କିଛି। ଏ ଘଟଣା ଘଠିଛି ତାମିଲନାଡୁର ଥିରୁଭାରୁର । ବ୍ୟାଙ୍କ୍ ଋଣ ଦେବାକୁ ମନା କରିବାରୁ ଲୁଟ୍ କରିବା ପାଇଁ ଧମକ ଦେଇଛନ୍ତି ସନ୍ନ୍ୟାସୀ। ସେ ଖାଲି ଧମକ ଦେଇ ନାହାନ୍ତି […]