ଅପରାଧ ରାଜ୍ୟ

ଥମୁନି ଧଳାଜହର କାରବାର, କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର ୨୮।୦୯: ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ । ଭୁବନେଶ୍ବର ଉପକଣ୍ଠ ସୁନ୍ଦରପଦା-ଜଟଣୀ ରାସ୍ତାରୁ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏପ୍‌। ବ୍ରାଉନସୁଗାର କାରବାର ଅଭିଯୋଗରେ ଉମେଶ ବେହେରା ନାମକ ଯୁବକକୁ ଗିରଫ କରାଯାଇଛି । ଚଢାଉ ବେଳେ ୧ କେଜି ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ସେହିପରି ଏସଟିଏଫ୍ ଟିମ ଏକ କାର ଜବତ କରିଛି। କାରଟି କାହାର ଏବଂ କେଉଁଠୁ ଆସୁଥିଲା। ସେନେଇ ତଦନ୍ତ ଜାରି ରହିଛି । […]

ଅପରାଧ ରାଜ୍ୟ

ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ମୃତଦେହ ଉଦ୍ଧାର, ପୋଲିସ୍‌ର ତଦନ୍ତ ଆରମ୍ଭ

ଭଦ୍ରକ, ୨୮/୦୯: ଭଦ୍ରକ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ମୃତକ ସରସଦା ପଞ୍ଚାୟତ ପିରିପୁର ଗ୍ରାମର କୈଳାସ ମହାନ୍ତି ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ରାଜପଥ କଡ଼ରେ ମୃତଦେହ ପଡ଼ିଥିବା ଦେଖି ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । […]

ଅପରାଧ ରାଜ୍ୟ

ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା, ସରକାରୀ ମେଡିକାଲରେ ଚାଲିଛି ଝଡାଫୁଙ୍କା

ଅନୁଗୁଳ ୨୮।୦୯: ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା। ଜଣେ ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି ଝଡ଼ାଫୁଙ୍କା କରୁଥିବା ଲୋକ । ମାନସିକ ରୋଗୀ ଜଣକ ଫିଙ୍ଗା ଫୋପଡା କରୁଥିବା ବେଳେ ତାକୁ ବାନ୍ଧି ଝଡାଫୁଙ୍କା କରିଥିଲେ। ଏହି ସମୟରେ ଦେଖଣାହାରୀ ସାଜିଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ। ଏମିତି ଅଧଘଣ୍ଟା କାଳ ଚାଲିଥିଲା ଡ୍ରାମା। ରେଗୀ ଜଣକ ମେଡିକାଲରୁ ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ବିଧା ଗୋଇଠା ମଧ୍ୟ ମରାଯାଇଛି । ଏସବୁ ଭିତରେ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ପରଲୋକରେ ମହେଶବାବୁଙ୍କ ମା’, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ମୁମ୍ଵାଇ ୨୮।୦୯: ବଲିଉଡ୍‌ର ମେଗା ସୁପରଷ୍ଟାର ମହେଶ ବାବୁ। ଏବେ ତାଙ୍କ ପରିବାରରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାଙ୍କ ମା ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ପରିବାର ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ସେ ଆଜି ସକାଳ ପ୍ରାୟ ୪ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହେଶ ବାବୁଙ୍କ ମା ଇନ୍ଦିରା ଦେବୀ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। କିଛି ମାସ ଧରି ଅସୁସ୍ଥ ଥିବା ସୁପରଷ୍ଟାର ମହେଶ ବାବୁଙ୍କ […]

ଅପରାଧ ରାଜ୍ୟ

ପୋଖରୀକୁ ଗାଧୋଇବାକୁ ଯାଇ ମହିଳା ନିଖୋଜ, ଏବେ ଯାଏଁ ମିଳିନି ପତ୍ତା

ସୋନପୁର ୨୮।୦୯: ଗାଧୋଇବାକୁ ଯାଇ ପୋଖରୀରୁ ମହିଳା ନିଖୋଜ । ପୋଖରୀରେ ବୁଡିଯାଇଥିବା ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଖୋଜା ଖୋଜି ଜାରି ରହିଛି । ସୋନପୁର ଜିଲ୍ଲା ସୋନପୁର ଥାନା ହରଡଖୋଲର ଘଟଣା । ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ହରଡଖୋଲ ଗାଁର ହେମଲତା ମେହେର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ କିଛି ସମୟ ପରେ ସେ ନିଖୋଜ ଥିବା ଲୋକ ଖବର ପାଇଥିଲେ । […]

ଅପରାଧ ରାଜ୍ୟ

SCBରୁ ପିଲା ଚୋରି ଘଟଣା, ଜଣେ ସୁରକ୍ଷାକର୍ମୀ ବହିଷ୍କୃତ

କଟକ ୨୮।୦୯: କଟକ ଏସ୍‌ସିବି ପ୍ରସୂତି ବିଭାଗ ଆଇସିୟୁରୁ ପିଲାଚୋରି ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ଏସ୍‌ସିବି କତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷୃତ କଲେ ମେଡିକାଲ କର୍ତ୍ତୃପକ୍ଷ । ସେହିପରି ଆଇସିୟୁ ଦାୟିତ୍ବରେ ଥିବା ୪ କର୍ମଚାରୀଙ୍କୁ ନୋଟିସ ହୋଇଛି । ଖବର ଅନୁଯାୟୀ, ଗତ ୨୬ ତାରିଖରେ ପ୍ରସୂତି ବିଭାଗରୁ ଚୋରି ହୋଇଥିଲା ଶିଶୁ କନ୍ୟା । ପୋଲିସ ଖୋଲତାଡ଼ ପରେ ଶିଶୁକନ୍ୟାକୁ ଫେରାଇଥିଲେ ଅଭିଯୁକ୍ତ ଦମ୍ପତ୍ତି । ଏହାପରେ […]

ଅପରାଧ ରାଜ୍ୟ

ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: ୪ ଜଣ ଥାନାରେ ଅଟକ

ରାଉରକେଲା: ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡ଼ର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋ​ଝେଇ ଟ୍ରକ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେ​ଲେ ଦେବଗଡ଼ ଜିଲ୍ଲା ହାତୀଶାଳସାହିର ଶ୍ରୀନିବାସ ରାଓ (୨୮)। ସେ ରାଉରକେଲା ଗୋପବନ୍ଧୁପାଲୀର ଏକ ଘର ଭଡା ନେଇ ରହୁଥିଲେ। ରାୟଗଡ ପୁଲିସର ସୂଚନା ଆଧାରରେ ଆଜି ପ୍ଲାଣ୍ଯସାଇଟ୍‌ ପୁଲିସର ସ୍ବତନ୍ତ୍ର […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ ୨୮/୦୯: ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ସରକାରୀ ଗେଜେଟରେ ଏହା ପ୍ରକାଶ କରିଛନ୍ତି । PFI ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ପରେ ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । PFI ଉପରେ […]

ଅପରାଧ ରାଜ୍ୟ

ପୁଣି ରୋଗୀଙ୍କ ଜୀବନ ସହ ଖେଳ: ଏସ୍‌ସିବି ପରିସର ଦୋକାନରେ ଏକ୍ସପାରି ଔଷଧ

କଟକ: କଟକ ବଡ଼ ଡାକ୍ତରଖାନାରେ ପୁଣି ରୋଗୀଙ୍କ ଜୀବନ ସହ ଖେଳ ଭଳି ଏକ ଉଦ୍‌ବେଗଜନକ ଘଟଣା ସାମ୍‌ନାକୁ ଆସିଛି। ଏସ୍‌ସିବି ପରିସରରେ ଥିବା କଲ୍ୟାଣୀ ମେଡିସିନ୍‌ ​​ଷ୍ଟୋର୍‌ରୁ ରୋଗୀ କିଣିଥିବା ଉଚ୍ଚ ରକ୍ତଚାପ ଔଷଧର ଏକ୍ସପାରି ଅବଧି ସରି ଯାଇଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଯେଉଁ ଉଚ୍ଚ ରକ୍ତଚାପ ଔଷଧ ଦିଆଯାଇଥିଲା, ତାହାର ଏକ୍ସପାରି ଅବଧି ଗତ ମାସରୁ ସରିଯାଇଥିଲା। ଏ ସଂପର୍କରେ ରୋଗୀ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଏହାକୁ ନେଇ ହଟଚମଟ […]

ଅପରାଧ ରାଜ୍ୟ

ଜଗତପୁରରେ ହାତୀ ଉତ୍ପାତ: ୨ ଜଣଙ୍କର ମୃତ୍ୟୁ ପରେ ଆଉ ଦୁଇ ଗୁରୁତର, ଶିକ୍ଷାନୁଷ୍ଠାନ ବନ୍ଦ

କଟକ: ଜଗତପୁରରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ତାଜା ଖବର ମିଳିଛି। ଦୁଇ ଗୁରୁତରଙ୍କୁ ବଡ଼ ମେଡକାଲକୁ ନିଆଯାଉଛି। ଏଣେ ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉଛି। ଏବେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଅପରେସନ ଚାଲିଛି। ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ […]