ଆଠବର୍ଷ ବିତିଗଲାଣି, ସରୁନି ନିର୍ମାଣାଧୀନ କୋଠା; ବିପଦପୂର୍ଣ୍ଣ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା
ପ୍ରତାପୁର : କାହା ଭାଗ୍ୟରେ ସ୍ମାର୍ଟ ସ୍କୁଲ ତ, କାହା ଭାଗ୍ୟରେ ଦଦରା ଘର। ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡା ହାଇସ୍କୁଲରେ ଆଠବର୍ଷରୁ ଊର୍ଦ୍ଧ୍ବ ହେଲା ନିର୍ମାଣାଧୀନ କୋଠା ସରିବାର ନାଁ ନେଉନି। ବିପଦପୂର୍ଣ୍ଣ କୋଠରିରେ ଏବେ ପାଠପଢ଼ା ଚାଲିଥିବା ବେଳେ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି। ତଥାପି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ସବୁଠୁ ବଡ଼ ପରିତାପର ବିଷୟ ହୋଇଛି। ରାଜ୍ୟରେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାର ସ୍ମାର୍ଟ ସ୍କୁଲ ନିର୍ମାଣ କରୁଥିବା ବେଳେ ୧୯୮୯ […]