ଅପରାଧ ରାଜନୀତି ରାଜ୍ୟ

ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼, ୨ଟି ଅଫୁଟା ବୋମା ଜବତ

କାମାକ୍ଷାନଗର ୧୮।୧୦ : ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼। କାହ୍ନୁ ସାହୁଙ୍କ ମଢିସାହି ସ୍ଥିତ ବାସଭବନ ଠାରେ ଥିବା ଗାଡି ଉପରକୁ ବୋମାମାଡ଼ ହୋଇଛି। ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ଗାଡି ଉପରକୁ ୩ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଏବେବି ୨ଟି ଅଫୁଟା ବୋମା ପଡ଼ିରହିଛି। ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି […]

ଅପରାଧ ରାଜ୍ୟ

ନକ୍ସଲଙ୍କ ଲଙ୍କାକାଣ୍ଡ, ମାଇନ୍ସ କାମରେ ନିୟୋଜିତ ଗାଡିରେ ଲଗାଇଦେଲେ ନିଆଁ

ମାଲକାନଗିରି ୧୮।୧୦ : ଛତିଶଗଡ଼ କାନକେର ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ । ଚାରଗାଁ ଅଞ୍ଚଳରେ ମାଇନ୍ସ କାମରେ ନିୟୋଜିତ ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ । ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ । ଖବର ଅନୁଯାୟୀ, ୨ଟି ହାଇୱା ଏବଂ ୪ଟି ଚାରି ଚକିଆ ଯାନରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ। ଯେଉଁଥିରେ ୨ଟି ସରକାରୀ ଏବଂ ୨ଟି ଘରୋଇ ଗାଡି ରହିଛି । ଏଥିସହିତ ଜେସିବି ମେସିନ ଭଙ୍ଗାରୁଜା ମଧ୍ୟ କରିଛନ୍ତି ସଶସ୍ତ୍ର ମାଓବାଦୀ। […]

ଅପରାଧ ରାଜ୍ୟ

ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣା: ଉଭୟ ଅଭିଯୁକ୍ତ ଅଟକ

କଟକ: ଯୁବକଙ୍କୁ ବାଇକରେ ବାନ୍ଧି ଦୌଡ଼େଇବା ଘଟଣାକୁ ନେଇ ସୂଚନା ଦେଇଛନ୍ତି ଡିସିପି ପିନାକ ମିଶ୍ର। ସେ କହିଛନ୍ତି, ଦୁଇ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି। ପଇସା ଫେରସ୍ତକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ। ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୂର୍ବରୁ ସେଦୁହେଁ କୌଣସି ଅପରାଧରେ ଲିପ୍ତ ରହିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି | ସେ ଆହୁରି କହିଛନ୍ତି, ଉଭୟ ଅଭିଯୁକ୍ତ ଲାଲବାଗ ଅଞ୍ଚଳର ଅଟନ୍ତି। ଉକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ […]

ଅପରାଧ ରାଜ୍ୟ

ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ, ଆବେଦନକୁ ଗ୍ରହଣ କଲେନି ଭୁବନେଶ୍ୱର SDJM

ଭୁବନେଶ୍ୱର ୧୭/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନା ନାଗ୍‌ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ ପୁଣିଥରେ ସେ ଜେଲକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ […]

ଅପରାଧ ରାଜ୍ୟ

ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ନେଇଗଲେ ଅନେକ ମୂର୍ତ୍ତି ସହ ୫୦କେଜିରୁ ଅଧିକ ପିତଳ ସାମଗ୍ରୀ

ଚଣ୍ଡିଖୋଲ ୧୭।୧୦ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଗାଁର ଏକ ମନ୍ଦିରରୁ ଚୋରି । ବିଭିନ୍ନ ମୂର୍ତ୍ତି ସହ ୫୦ କେଜିରୁ ଅଧିକ ପିତଳ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ବିରୁପାକ୍ଷେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ପୂଜକ । ହେଲେ ସେ ଆସି ଦେଖିବାକୁ ବେଳକୁ ମନ୍ଦିରର ତାଲା ଭଙ୍ଗା ଯାଇଛି […]

ଅପରାଧ ରାଜ୍ୟ

ବିଲରୁ ମିଳିଲା ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ, ହତ୍ୟା ସନ୍ଦେହ

ଉଦଳା ୧୭।୧୦ : ବିଲରୁ ମିଳିଲା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୮ ନମ୍ବର ଓ୍ୱାର୍ଡରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ସକାଳରୁ ଗାଁର ଥିବା ଏକ ବିଲ ପାଖରେ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଉଲଗ୍ନ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ଛାତି […]

ଅପରାଧ ରାଜ୍ୟ

ଏକ ତରଫା ପ୍ରେମର କରୁଣ ପରିଣତି, ପ୍ରେମିକାର ଘର ଆଗରେ ପ୍ରେମିକର ବୋମାମାଡ଼

ଆଠଗଡ଼ ୧୭/୧୦: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଅଘଟଣ । ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମାମାଡ଼ । ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସର ତଦନ୍ତ ଜାରି । ସୂଚନା ଅନୁଯାୟୀ ଚକ୍ରପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ପୁଅ ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ […]

ଅପରାଧ ରାଜ୍ୟ

ଯୁବକଙ୍କୁ ବାନ୍ଧି ଦୌଡାଇବା ଘଟଣା : ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ, ସିସିଟିଭ୍‌ ଯାଞ୍ଚ କରାଯାଇଛି-ଡିସିପି

କଟକ ୧୭।୧୦ : ରବିବାର ସଂଧ୍ୟାରେ କଟକ ସହରର ଜଣେ ଯୁବକଙ୍କୁ ଗାଡିରେ ବାନ୍ଧି ଦୌଡାଇବା ଘଟଣାରେ ମୁହଁ ଖୋଲିଲେ ଡିସିପି। ସେ କହିଛନ୍ତି ଯେ, ଟଙ୍କା ଉଦ୍ଧାର ଫେରିପାଇବା ପାଇଁ ଏଭଳି ହୋଇଛି। ପୀଡ଼ିତ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଛି। ଦୁଇ ଅଭିଯୁକ୍ତଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । । ପୀଡ଼ିତାଙ୍କ ଦେହରେ ସେମିତି କୌଣସି ଗୁରୁତର କ୍ଷତ ଚିହ୍ନ ଜଣାପଡିନି। ଅଭିଯୁକ୍ତଙ୍କ ଠାରୁ କୌଣସି ମାରଣାସ୍ତ୍ର ମିଳିନାହିଁ। ପୋଲିସ […]

ଅପରାଧ ରାଜ୍ୟ

ସ୍ପଷ୍ଟ ଦିବାଲୋକରେ ଲୁଟ୍‌, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌

ଉଦଳା ୧୭।୧୦ : ସ୍ପଷ୍ଟ ଦିବାଲୋକରେ ଲୁଟ୍‌ । ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନ୍‌ଏସିର ୧ ନମ୍ବର ଓ୍ୱାର୍ଡରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ମଧ୍ୟାହ୍ନରେ ରୀନାରାଣୀ ସେଠୀ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଠାତ୍‌ ୩ଜଣ ଯୁବକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସତର୍କ କରାଇଲେ ବିଶେଷଜ୍ଞ: ଭାରତରେ Omicron BF.7, ଦୀପାବଳିରେ ଆସିପାରେ ଭୂତାଣୁର ନୂଆ ଲହର

ନୂଆଦିଲ୍ଲୀ ୧୭/୧୦ : ଦୁଇବର୍ଷ ପରେ କରୋନା କାୟା ସାମାନ୍ୟ କମିବା ପରେ ଏବେ କଟକଣା କୋହଳ ହୋଇଥିଲା । ହେଲେ ଏବେ ପୁଣି ଥରେ ଭୟ ବଢାଇଲାଣି ଓମିକ୍ରନର ନୂଆ ସବ୍-ଭାରିଆଣ୍ଟସ୍ ba.5.1.7 ଓ bf.7 । ଏହା ଅତ୍ୟଧିକ ସଂକ୍ରାମକ ବୋଲି କୁହାଯାଉଛି । ଚାଇନାର ମୋଙ୍ଗୋଲିଆରୁ ଉତ୍ପନ୍ନ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ୱକୁ କବଜା କରିବାକୁ ଯାଉଛି । ଏହା ସହ ନୂତନ ଲହର ସୃଷ୍ଟି ହେବା ନେଇ ଆକଳନ […]