ଅପରାଧ ରାଜ୍ୟ

ବୌଦ୍ଧରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ସେହି ରାସ୍ତାରେ ଯାଉଥିଲେ ୫୦ରୁ ଅଧିକ ବନକର୍ମଚାରୀ…

ବୌଦ୍ଧ ୨୮।୧୧ : ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଯେଉଁଥିରେ ୫୦ରୁ ଅଧିକ ବନକର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବନବିଭାଗ ଗାଡି ଉଡାଇବା ପାଇଁ ଖଞ୍ଜା ହୋଇଥିଲା ଲ୍ୟାଣ୍ଡମାଇନ୍। ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନକର୍ମଚାରୀ ଯାଇଥିଲେ। ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ତେବେ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଚିଠି : ପରପୁରୁଷ ପ୍ରେମରେ ପଡିଛି ମାଆ, ତାଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ…

ଆନନ୍ଦପୁର ୨୮।୧୧ : ପରପୁରୁଷ ପ୍ରେମରେ ପଡି ଧରାଛୁଆଁ ଦେଉନାହିଁ ମା’ । ଶିକ୍ଷୟତ୍ରୀ ମା’ ଦରମାରୁ ମୋ ପଢା ଖର୍ଚ୍ଚ ବହନ ପାଇଁ ଚିଠି ଲେଖିଲା ଝିଅ । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖି ଆକୁଳ ନିବେଦନ କରିଛି ଝିଅ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଞ୍ଚଳରେ ଘଟିଛି ଏପରି ଘଟଣା । ଖବର ଅନୁଯାୟୀ, ହାଟଡିହି ବ୍ଲକ୍ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ଜଣେ ଛାତ୍ରୀ । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଅସମ୍ଭାଳ ଶୀତ, ୧୦ ଡିଗ୍ରୀ ତଳେ ରାତି ତାପମାତ୍ରା

ଭୁବନେଶ୍ୱର ୨୮।୧୧ : ରାଜ୍ୟରେ ଶୀତ ଲହରୀ ଏବେ ଅସମ୍ଭାଳ ହେଲାଣି । କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । କୋରାପୁଟର ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ପାରଦ ୭.୬ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳେ ଅଛି । କନ୍ଧମାଳ ଜି.ଉଦୟଗିରିରେ ରାତି ତାପମାତ୍ରା ୯ ଡିଗ୍ରୀ ରହିଛି । ସୁନ୍ଦରଗଡ କିରେଇରେ ୯.୪, କନ୍ଧମାଳର ଫୁଲବାଣୀରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୫ ଦିନ ଜାରି ରହିବ ଶୀତ

ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ଲହର ଜାରି ରହିଛି। ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ଫୁଲବାଣୀରେ ୯.୫ ଡିଗ୍ରି ଓ କିରେଇରେ ୯.୪ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ୨୪ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ରହିଛି। ଦାରିଙ୍ଗବାଡ଼ି ଓ କେନ୍ଦୁଝରରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି, ଦେବଗଡ଼ରେ ୧୧.୫ ଡିଗ୍ରି ଓ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣା, ଆଖିବୁଜିଲେ ଆଉ ଜଣେ

କଟକ ୨୮।୧୧: କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ। କଟକ ଏସସିବିରେ ଜଣେ ଗୁରୁତର ଆହତ ପ୍ରାଣ ହରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂର୍ବରୁ ଏହି ବାଣ ବିସ୍ଫୋରଣ ଘଟଣାରେ ଉଦୟ ଭୋଇ ନାମକ ଜଣେ ବାଣୁଆ ପ୍ରାଣ ହରାଇଥିଲେ। ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁଯାୟୀ, କାର୍ତ୍ତିକ ପୂଜା ଭସାଣୀ ବେଳେ ବାଣ ବିସ୍ଫୋରଣ ହୋଇଥିଲା । […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

SCBରେ ରୋଗୀ ସେବାର ବିକଳ ଚିତ୍ର, ଷ୍ଟ୍ରେଚରରେ ରୋଗୀ ବଦଳରେ ବୁହା ହେଉଛି ମେଡିସିନ୍

କଟକ ୨୬/୧୧: ଏସ୍ ସିଵି ମେଡିକାଲ କଲେଜରେ ରୋଗୀ ସେଵାର ଅଭାଵନୀୟ ଦୃଶ୍ୟ । କାଖେଇ,କାନ୍ଧେଇ ରୋଗୀ ଵୋହୁଛନ୍ତି ସମ୍ପର୍କୀୟ । କିନ୍ତୁ ଷ୍ଟ୍ରେଚରରେ ଵୁହା ହେଉଛି ମେଡିସିନ। ରୋଗୀଙ୍କୁ ଗୋଟିଏ ଓ୍ୱାର୍ଡରୁ ଆଉ ଗୋଟିଏ ଓ୍ୱାର୍ଡକୁ ଵୋହି ନେଉଛନ୍ତି ସମ୍ପର୍କୀୟ । କାଖେଇ, କାନ୍ଧେଇ ସମ୍ପର୍କୀୟ ମାନେ ରୋଗୀଙ୍କୁ ଓ୍ୱାର୍ଡରୁ ଓ୍ୱାର୍ଡକୁ ଓ ଵିଭିନ୍ନ ପରୀକ୍ଷା ପାଇଁ ନେଇ ଯାଉଛନ୍ତି । ସେପଟେ କିନ୍ତୁ ରୋଗୀଙ୍କ ପାଇଁ ଥିବା ଷ୍ଟ୍ରେଚରରେ ଵୁହା ହେଉଛି ମେଡିସିନ । […]

ଦେଶ ବିଦେଶ ମନୋରଞ୍ଜନ

ଶୋଭିତାଙ୍କ ସହ ଛୁଟି କାଟିବାକୁ ବିଦେଶ ଗଲେ ନାଗା ! ଆଫେୟାର୍ସଙ୍କୁ ନେଇ ଚର୍ଚ୍ଚା…

ମୁମ୍ଵାଇ ୨୬।୧୧: ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। କିଛି ସମୟ ପୂର୍ବରୁ ନାଗା ଏବଂ ସାମନ୍ଥାଙ୍କର ଛାଡପତ୍ର ହୋଇଥିଲା। ହେଲେ ବିବାହ ବିଚ୍ଛେଦ ପରେ ନାଗାଙ୍କ ନାମ ଜଣାଶୁଣା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଯୋଡା ଯାଉଛି। କୁହାଯାଉଛି କି ନାଗା ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ଶୋଭିତାଙ୍କୁ ପ୍ରେମ ନିବେଦନ କରି ସାରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ମିଡିଆ ନାଗା ଚୈତନ୍ୟଙ୍କୁ ଏହି ବିଷୟରେ ପଚାରିଥିଲେ। ସେହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏଥିସହ ବଲାଙ୍ଗୀର, କନ୍ଧମାଳ, ଗଜପତି, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ବାକି ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଧ୍ୟାହ୍ନ ଭୋଜନ: ଲୁଣ ବଦଳରେ ଡିଟରଜେଣ୍ଟ୍‌! ଅଳ୍ପକେ ବର୍ତ୍ତିଲେ ୨ ଶହ ପିଲା

ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ମାରଡ଼ା ସରକାରୀ ଉପ୍ରା ବିଦ୍ୟାଳୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ। ମଧ୍ୟାହ୍ନ ଭୋଜନ ଡାଲ୍‌ମାରେ ରୋଷେୟା ଲୁଣ ବଦଳରେ ଡିଟରଜେଣ୍ଟ୍ ପାଉଡର୍ ପକାଇ ଦେଇଥିଲେ। ପିଲାଙ୍କୁ ଖାଦ୍ୟ ପରସା ଯିବାସମୟରେ ଡାଲ୍‌ମାରୁ ଗନ୍ଧ ଆସିବାରୁ ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାଙ୍କୁ ଖାଇବାକୁ ବାରଣ କରିଥିଲେ। ସେହି ଖାଦ୍ୟକୁ ଫିଙ୍ଗି ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ୍ ଦିଆଯାଇଥିଲା। କିନ୍ତୁ, ଛାନ୍‌ଭିନ୍‌ରୁ ଡାଲ୍‌ମାରେ ଡିଟର୍‌ଜେଣ୍ଟ୍ ପଡ଼ିଥିବା ସ୍ପଷ୍ଟ ହୋଇଥିଲା। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଚିବଙ୍କୁ ନେଇ ସାହିତ୍ୟ ଏକାଡେମୀ ଅଚଳ

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବଙ୍କୁ ନେଇ ବିବାଦ ଦେଖାଦେଇଛି। ସଚିବ ବିଭାଗର କର୍ମଚାରୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବାସହ ଅାକ୍ରୋଶମୂଳକ ବ୍ୟବହାର କରିଥିବା ନେଇ ଅଭିଯୋଗ ଉଠିଛି। ଯାହାକୁ ନେଇ ଆଜି ଦିନସାରା ଏକାଡେମୀରେ ଅଶାନ୍ତି ଦେଖିବାକୁ ମିଳିଛି। କର୍ମଚାରୀମାନେ ସଚିବଙ୍କୁ ବିରୋଧ କରି କାର୍ଯ୍ୟବନ୍ଦ କରିବା ସହ ବିଭାଗୀୟ ନିର୍ଦ୍ଦେଶକ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି। କର୍ମଚାରୀମାନଙ୍କ ଅଭିଯୋଗ ହେଉଛି ଯେ, ଏକାଡେମୀ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ କର୍ମଚାରୀମାନେ […]