ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି, ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଅନୁଗୁଳ ୨୮।୧୧ : ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି । ପାଲଲହଡ଼ା ଏବଂ ତାଳଚେର ଉପଖଣ୍ଡକୁ ନେଇ ତାଳଚେରକୁ ଜିଲ୍ଲା ଘୋଷଣା କରାଯାଉ। ଯଦି ଏହି ଦାବି ପୂରଣ ନହୁଏ । ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଖବର ଅନୁଯାୟୀ, ୧୯୯୩ ମସିହାରୁ ତାଳଚେରକୁ ଜିଲ୍ଲା ଘୋଷଣା କରିବା ଦାବି ହୋଇଆସୁଛି । ଏହାସହିତ ପାଲଲହଡ଼ା ନଗିରା ଉପାନ୍ତ ଅଞ୍ଚଳରୁ […]









