ଏମ୍ସ ସର୍ଭର ହ୍ୟାକିଂ ପରେ ପୁଣି ବଡ ସାଇବର ଆଟାକ୍, ଏବେ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ପରେ ଏବେ କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି। ହ୍ୟାକର୍ସ ଗୁରୁବାର ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଏକ୍ସପର୍ଟ ମାମଲାର ତଦନ୍ତ କରୁଛନ୍ତି। ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ୍ ହ୍ୟାକ୍ ହୋଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ଏହା ଠିକ୍ ହୋଇ ଯାଇଛି। ମନ୍ତ୍ରଣାଳୟର ଟ୍ଵିଟର […]









