ବୋରିଗୁମ୍ମା ବ୍ଲକ୍ରେ ସାଂଘାତିକ ସ୍ଥିତି: ୧୨ଦିନରେ ୭ ନବଜାତ ଶିଶୁଙ୍କ ମୃତ୍ୟୁ
କୋରାପୁଟ/ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ରେ ସାଂଘାତିକ ସ୍ଥିତି। ଗତ ୧୨ଦିନ ମଧ୍ୟରେ ୭ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। କେଉଁ ସ୍ତରରେ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ିଲା, ତାହାର ତଦନ୍ତ ସହ ଶିଶୁ ମୃତ୍ୟୁ ରୋକିବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ଚଳିତ ମାସ ୪ତାରିଖ ଦିନ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। କାଠରଗଡ଼ା ପଞ୍ଚାୟତର ନୂଆଗୁଡ଼ା ଗାଁର ପିଣ୍ଟୁ ସୁନାଙ୍କ ଦୁଇ […]









