ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍ଦାର
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାଓଦମନ ଅଭିଯାନରେ ପୁଲିସ ଯେତେ କଠୋର ହେଉଛି, ରହି ରହି ମାଓବାଦୀ ତାର ଭୟଙ୍କର ଜବାବ ଦେଉଛି। ଗତକାଲି ସ୍ପଷ୍ଟ ଦିବାଲୋକରେ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର ବଣ୍ଡାପିପିଲି ଗ୍ରାମର ଠିକାଦାର ରମେଶ ନାୟକ(୪୨)ଙ୍କୁ ମାଓବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିବା ପରେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ମାଓପ୍ରବଣ ବିଭିନ୍ନ ଇଲାକାରେ ଆତଙ୍କ ଖେଳିଯାଇଛି। ଠିକାଦାର ରମେଶଙ୍କୁ ମାଓବାଦୀମାନେ ପୁଲିସ ଇନଫର୍ମର ଅଭିଯୋଗରେ ସର୍ବସମ୍ମୁଖରେ ଗୁଳି କରି […]









