ବେଳାଭୂମିରେ ପଡିଛି ମୁଣ୍ଡବିହୀନ ଶବ, ପରିଚୟ ଖୋଜୁଛି ପୋଲିସ
ଜଳେଶ୍ୱର ୨୮।୦୬: ସମୂଦ୍ର ବେଳାଭୂମିରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ ଗାଁ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଜଣେ ଯୁବକଙ୍କ ମୁଣ୍ଡ ବିହୀନ ମୃତ ଶରୀର ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ଦେଖି ସଙ୍ଗେ ସଙ୍ଗେ ବାଲିଆପାଳ ଥାନାକୁ ଖବର ଦେଇଥିଲେ […]