ବାହାରିଲା ଜେଇଇ ମେନ୍ ରେଜଲ୍ଟ : ଓ୍ୱେବସାଇଟରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ ୧୧/୦୭: ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ Jeemain.nta.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା। ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। […]