ଅପରାଧ ରାଜ୍ୟ

ରାଗିଂ ରୋକିବାକୁ କଠୋର ହେଲେ ସରକାର: ଏଣିକି ଅଭିଯୁକ୍ତଙ୍କ ବିରୋଧରେ ଏତଲା

ଭୁବନେଶ୍ବର : ଆରମ୍ଭ ହେବାକୁ ଯାଉଛି ନାମଲେଖା ଋତୁ। ତା’ପୂର୍ବରୁ ରାଗିଂ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିୟମ କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନ ଛାତ୍ର/ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା‌ ଜ‌ଣାପଡ଼େ ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ରାଗିଂ ଉପରେ ନଜର ରଖିବାକୁ ତ୍ରିସ୍ତରୀୟ କମିଟି ଗଠନ କରାଯିବ। […]

ଅପରାଧ ରାଜ୍ୟ

ମଦ ବଟଲର ଓ ଉତ୍ପାଦନ କାରଖାନାରେ ଡିଜିଜିଆଇ ଚଢାଉ, ୧୪ କୋଟି ଟଙ୍କା ଜିଏସଟି ଠକେଇ ଅଭିଯୋଗ

ରାଉରକେଲା ୩।୮: ଓଡିଶାରେ ମଦ ବଟଲର ଏବଂ ଉତ୍ପାଦନ କାରଖାନା ଉପରେ ଡିଜିଜିଆଇ ଚଢ଼ାଉ କରିଛି । ଡିଜିଜିଆଇ ଭୁବନେଶ୍ବର ଅଧିକାରୀମାନେ ମଦ୍ୟପାନ ବଟଲର ଏବଂ ଉତ୍ପାଦକଙ୍କ ଉପରେ ଓଡ଼ିଶାର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, ବାଲେଶ୍ଵର, କୋରାପୁଟ, ସମ୍ବଲପୁର, ଗଞ୍ଜାମର ୯ଟି ସ୍ଥାନରେ ଚଢ଼ାଉ କରିଥିଲେ । ଅଧିକାରୀମାନଙ୍କୁ ଏହି ଚଢ଼ାଉରେ ଓଡିଶା ପୋଲିସ ସାହାଯ୍ୟ କରିଥିଲା । ପାଖାପାଖି ୧୪ କୋଟି ଟଙ୍କା ଜିଏସଟିର ଅନିୟମିତତା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୧୨ […]

ଅପରାଧ ରାଜ୍ୟ

୬ ଦିନ ଧରି ନାବଳକକୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସିଡବ୍ଲୁସି କରିବ ତଦନ୍ତ

ସମ୍ୱଲପୁର, , ୦୩/୦୮: ୬ ଦିନ ଧରି ନାବାଳକ ଶିଶୁପୁତ୍ରକୁ ଥାନାରେ ଥାର୍ଡ ଡିଗ୍ରୀ | ସମ୍ବଲପୁର ସଦର ଥାନା ବିରୁଦ୍ଧରେ ଆସିଛି ଏହି ସାଂଘାତିକ ଅଭିଯୋଗ | ମୋବାଇଲ ଚୋରି ଅଭିଯୋଗରେ ୧୧ ବର୍ଷୀୟ ନାବାଳକକୁ ସଦର ଥାନା ପୋଲିସ ନେଇ ପଚରାଉଚୁରା କରିବା ସହ ଥାର୍ଡ ଡିଗ୍ରୀ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ବୁଧବାର ସିଡବ୍ଲୁସିରେ ନାବାଳକୁ ହାଜର କରିବା ପରେ ସିଡବ୍ଲୁସି ପକ୍ଷରୁ ନାବାଳକକୁ ପଚରା ଉଚୁରା ପରେ ସାଂଘାତିକ […]

ଅପରାଧ ରାଜ୍ୟ

ଅନୈତିକ କାର୍ଯ୍ୟକଳାପ ସନ୍ଦେହ, ମହିଳାଙ୍କ ସମେତ ୩ ଜଣଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ମରିଲେ ଲୋକେ

ମୋହନା, ୦୩/୦୮: ପରକିଆପ୍ରୀତି ଓ ଅନୈତିକ କାର୍ଯ୍ୟକଳାପକୁ କେନ୍ଦ୍ରକରି ଗାଁ ଦାଣ୍ଡ ଖୁଣ୍ଟରେ ବନ୍ଧାହୋଇ ମାଡ ଖାଇଲେ ତିନିଜଣ । ସୋଲାର ପାଣି ଟାଙ୍କି ଖୁଣ୍ଟରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ପୁରଷଙ୍କୁ ବାନ୍ଧି ରଖିଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମାଣିକପୁର ଅଞ୍ଚଳରେ । ଉକ୍ତ ଅଞ୍ଚଳର ଏକ ଇନ୍ଦିରାଆବାସ ଘରେ ବାସ କରୁଥିବା ଜନୈକ ମହିଳାଙ୍କ ସ୍ବାମୀ ଦୀର୍ଘ ବର୍ଷ ଧରି ଅନ୍ୟତ୍ର […]

ଅପରାଧ ରାଜ୍ୟ

ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା, ଅଦା ବୋଝେଇ ଟ୍ରକ୍‌ରୁ ୨୦ ଲକ୍ଷରୁ ଅଧିକ ଗଞ୍ଜେଇ ଜବତ

ଲମତାପୁଟ ୦୩/୦୮: ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମାଡିବସିଲା ମାଛକୁଣ୍ଡ ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓ.ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ଗଠନ କରି ମୁସୁରି ଗ୍ରାମ ନିକଟ କୁ ଯାଇଥିଲେ । ଏକ ଅଟୋ ସାହାଯ୍ୟରେ ଗଞ୍ଜେଇ […]

ଅପରାଧ ରାଜ୍ୟ

ମାତିଛନ୍ତି ବ୍ୟାଟେରୀ ଚୋର ରାକେଟ୍: ଝାଡ଼ଖଣ୍ଡରୁ ଉଦ୍ଧାର ହେଲା ୩୦ ବ୍ୟାଟେରୀ, ୨ ଅଭିଯୁକ୍ତ ଗିରଫ

ବଡବିଲ ୦୩/୦୮: ଝାଡ଼ଖଣ୍ଡ, ଚାଇଁବସାରୁ ୩୦ଟି ଚୋରି ବ୍ୟାଟେରୀ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ୨ଅଭିଯୁକ୍ତଙ୍କୁ ଗିରଫ୍ କରିଛି ବଡ଼ବିଲ ପୋଲିସ୍ । ସୀମାବର୍ତ୍ତୀ ନାଲଦା ସ୍ଥିତ ବିକାନ ଇଲେକ୍ଟ୍ରିକାଲ୍ସ ଦୋକାନର ତାଲା ଭାଙ୍ଗି ଏସବୁ ବ୍ୟାଟେରୀ ଚୋରି ହୋଇଥିବା ନେଇ ଦୋକାନ ମାଲିକ ଏମ ଡି ଜାଲିନ୍ ବଡ଼ବିଲ ଥାନାରେ ଅଭଯୋଗ କରିଥିଲେ । ପୋଲିସ୍ ତତ୍ପରତା ପ୍ରକାଶ କରି ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ ଆରମ୍ଭ କରିଥିଲା । ଫଳରେ ଅଭିଯୁକ୍ତ ସମ୍ପର୍କରେ […]

ଅପରାଧ ରାଜ୍ୟ

ହାଇଓ୍ବା ଧକ୍କାରେ ଭାଙ୍ଗିଗଲା ୪ଟି ବିଦ୍ୟୁତ ଖୁଣ୍ଟି, ବିପଦରେ ଗ୍ରାମବାସୀ

ନିମାପଡା ୩।୮: ମୋରମ ଖଣିକୁ ଯାଉଥିବା ହାଇୱା ଧକ୍କାରେ ୪ଟି ବିଦ୍ୟୁତ ପୋଲ ଭାଙ୍ଗି ପଡିଛି । ଏହା ଗାଁ ପ୍ରତି ବିପଦ ଡାକି ଆଣିଛି । ଏଭଳି ଅଘଟଣ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ରେଙ୍ଗଲ ପଞ୍ଚାୟତର ଝାରପଡ଼ା ଗ୍ରାମରେ ଘଟିଛି । ସୂଚନଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ଖଣିରୁ ମୋରମ ଆଣିବାକୁ ଯାଉଥିବା ଟ୍ରକଟି ଏଭଳି ଦୁର୍ଘଟଣା ଘଟାଇଛି । ଟ୍ରକ୍ ଚାଳକ ଅତି ବେପରୁଆ ଭାବେ ଗାଡ଼ି ଚଳାଇ ଏଭଳି […]

ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ : ବାଘଛାଲ ଜବତ, ଜଣେ ବେପାରୀ ଗିରଫ

ଭୁବନେଶ୍ୱର ୦୩।୦୮ : ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ । ବାଘଛାଲ ବିକ୍ରି ବେଳେ ମାଡିବସିଲା ପୋଲିସ । ଗୋଟିଏ କଳରାପତରିଆ ବାଘ ଛାଲ ଜବତ ସହ ଜଣେ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, କନ୍ଧମାଳ ଚକାପାଦ ଥାନା ବ୍ରାହ୍ମଣୀପଦା ଗାଁରେ ବାଘଛାଲ କାରବାର ହେଉଥିବା ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ସେହି ସ୍ଥାନରେ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ଏହି ଚଢାଉରେ ଜଣେ ବେପାରୀଙ୍କୁ […]

ଅପରାଧ ରାଜ୍ୟ

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଚୋରି ଉଦ୍ୟମ, ତାଲା ଭାଙ୍ଗି ସିସିଟିଭି ତାର କାଟିଦେଲେ ଦୁର୍ବୃତ୍ତ

ନବରଙ୍ଗପୁର ୩।୮: ନବରଙ୍ଗପୁର ଜିଲ୍ଲା ସାନମସି ଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି । ମଙ୍ଗଳବାର ରାତିରେ ଚୋର ବ୍ୟାଙ୍କର ତାଲା ଭାଙ୍ଗିବା ସହ ବ୍ୟାଙ୍କରେ ଲାଗିଥିବା CCTVର ତାର କାଟି ଚୋରୀ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । କ’ଣ ଚୋରି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ଘଟଣାସ୍ଥଳକୁ ନବରଙ୍ଗପୁର ସଦର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରାଯିବା ନେଇ ପୋଲିସ […]

ଅପରାଧ ରାଜ୍ୟ

ସ୍କୁଟିକୁ ଧକ୍କା ଦେଇ ନୟନ ଯୋଡିକୁ ଖସିପଡିଲା କାର୍‌, ଚାଳକ ଫେରାର

ଜଳେଶ୍ୱର ୦୩।୦୮: ସ୍କୁଟିକୁ ଧକ୍କା ଦେଲା କାର୍‌ । ଏହାପରେ ନୟନ ଯୋଡିକୁ ଖସିପଡିଲା କାର୍‌ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବାଣିଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ୫୭ନଂ ରାଜ୍ୟ ରାଜପଥ ବାଣିଦା ଠାରେ ବୁଧବାର ପାଖାପାଖି ୧୧.୩୦ଟା ସମୟରେ ଚନ୍ଦନେଶ୍ୱର ଆଡୁ ଜଳେଶ୍ୱର ପଟକୁ ଦ୍ରୁତ ଗତିରେ ଏକ କାର୍‌ ଆସୁଥିଲେ । ଏହି ସମୟରେ ଜଳେଶ୍ୱର ଆଡୁ […]