ଯୁକ୍ତ ୨ରେ ତ୍ରୈମାସିକ ପରୀକ୍ଷା: ପ୍ରତି ପରୀକ୍ଷାରେ ୨୦ ମାର୍କ ଥିଓରି, ୧୦ ମାର୍କ ପ୍ରାକ୍ଟିକାଲ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସ୍ରେ ଶିକ୍ଷା ଗ୍ରହଣ କରିବେ। ଏଥିସହ ୨୦୨୨-୨୩ ଶିକ୍ଷାବର୍ଷରେ ୩ଟି ତ୍ରୈମାସିକ ପରୀକ୍ଷା ସହ ବାର୍ଷିକ ପରୀକ୍ଷାର ସମ୍ମୁଖୀନ ହେବେ। ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଲାଗି ପ୍ରଥମ ତ୍ରୈମାସିକ ପରୀକ୍ଷା ସେପ୍ଟେମ୍ବର ଦ୍ବିତୀୟ/ତୃତୀୟ ସପ୍ତାହ, ଦ୍ବିତୀୟ ତ୍ରୈମାସିକ ପରୀକ୍ଷା ନଭେମ୍ବର ଦ୍ବିତୀୟ/ତୃତୀୟ ସପ୍ତାହ ଏବଂ ତୃତୀୟ ତ୍ରୈମାସିକ ପରୀକ୍ଷା ଜାନୁଆରି ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। […]