କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍ ଓ ଘର ଜାଳିଦେଲେ
କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସନ୍ଦେହରେ ଉକ୍ତ ବଜାରରେ ଥିବା ଅଭିଯୁକ୍ତର ୩ ବଖରା ଘରକୁ ପୁଲିସ ସିଲ୍ କରିବା ସତ୍ତ୍ବେ ଲୋକେ ଏହାର ଗେଟ୍ ଭାଙ୍ଗି ନିଆଁ ଲଗାଇ ଦେଇଥିଲେ। ହତ୍ୟାକାରୀ ବିରେନ ସାମଲ […]









