କମିଲା ଶୀତ ପ୍ରକୋପ
ଭୁବନେଶ୍ବର : ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଓଡ଼ିଶା ଭିତରକୁ ସାମୁଦ୍ରିକ ବାୟୁ ପ୍ରବାହ ହେତୁ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ପାଇଛି। ଫଳରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ରହିବା ସହ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଅନ୍ୟପଟେ ବୁଧବାର ଦିନ ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ କୋହଲା ରହିଥିଲା। ଉତ୍ତରା ସାମୁଦ୍ରିକ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାରେ ଏଭଳି ପାଗ ରହିଥିବା […]









