ବାରମ୍ବାର ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍: ଟାର୍ଗେଟ୍ରେ ଅବକାରୀ, ପୁଲିସ, ବନବିଭାଗ
କଟକ : ଆଠଗଡ଼ ଉପଖଣ୍ଡରେ ବାରମ୍ବାର ପୁଲିସ, ଅବକାରୀ, ବନବିଭାଗକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ। କିନ୍ତୁ, ପୁଲିସର ଅପରାଧ ଦମନରେ ବିଫଳତା ଯୋଗୁଁ ଅପରାଧୀଙ୍କ ସାହସ ବଢିବାରେ ଲାଗିଛି। ଚଳିତ ମାସ ୧ ତାରିଖ ଦିନ ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ତିଗିରିଆ ଥାନା ଜେମାଦେଇପୁର ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଗ୍ରାମକୁ ଯାଇଥିବା ଢେଙ୍କାନାଳ ସଦର ଥାନା ପୁଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସର୍ଭିସ୍ ବନ୍ଧୁକ ଛଡ଼ାଇ ନେବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। […]









