୨୦୨୧ରେ ପ୍ରତି ମିନିଟ୍ରେ ୧୧୫ ଚିକେନ୍ ବିରିୟାନୀ ବରାଦ ଦେଇଛନ୍ତି ଆମ ଦେଶର ଖାଦ୍ୟପ୍ରେମୀ
ନୂଆଦିଲ୍ଲୀ: ‘ଚିକେନ୍ ବିରିୟାନୀ’ ଭଲ ନା, ‘ପରିବା ବିରିୟାନୀ’ ଭଲ: ଏ ବିଷୟରେ ବିତର୍କ ଚାଲିଥିବା ବେଳେ ‘ସ୍ବିଗି’ର ଷଷ୍ଠ ବାର୍ଷିକ ‘ପରିସଂଖ୍ୟାନ’ ରିପୋର୍ଟ ଦର୍ଶାଇଛି ଯେ, ୨୦୨୧ରେ ଦେଶର ଖାଦ୍ୟରସିକମାନେ ମିନିଟ୍କୁ ୧୧୫ଟି ବିରିୟାନୀ ବରାଦ ଦେଇଛନ୍ତି। ଏହାଛଡ଼ା, ନିରୋଳା ପରିବା ବିରିୟାନୀ ଅପେକ୍ଷା ‘ଚିକେନ୍ ବିରିୟାନୀ’ର ବରାଦ ୪.୩ ଗୁଣ ଅଧିକ ଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଚେନ୍ନାଇ, କୋଲ୍କାତା, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ ଚିକେନ୍ ବିରିୟାନୀ ସର୍ବାଗ୍ରେ ଥିଲା। ୪.୨୫ […]