ଅପରାଧ ରାଜ୍ୟ

ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଭଦ୍ରକ ୨୩/୦୫: ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ । ଫଳରେ ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର କହରାପୋଖରୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉକି, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ କହରାପୋଖରୀ ଛକ ନିକଟରେ ନିନୀ ନାମକ ଏକ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ବାଲେଶ୍ୱର ଯିବାବେଳେ ଘଟିଛି ଦୁର୍ଘଟଣା । ବସଟି ଭାରସାମ୍ୟ ହରାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ କରୋନା ମହାମାରୀ, ଡବ୍ଲୁଏଚଓ ପ୍ରମୁଖ ଦେଲେ ଚେତାବନୀ

ନୂଆଦିଲ୍ଲୀ ୨୩।୫: କରୋନା ଭାଇରସ୍ ସଂକ୍ରମଣ ମାମଲା କମୁଥିବା ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ରବିବାର ଦିନ ଚେତାବନୀ ଦେଇଛି ଯେ, କୋଭିଡ୍ ମହାମାରୀ ନିଶ୍ଚିତ ଭାବେ ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ । ସେ ସରକାରଙ୍କୁ କହିଛନ୍ତି ଯେ, ଆମେ ନିଜର ବିପଦରେ ଆମର ପ୍ରତିରକ୍ଷା ନିୟମକୁ ହ୍ରାସ କରୁଛୁ । ଜେନେଭାରେ ସଂଗଠନର ବାର୍ଷିକ ବୈଠକ ଆରମ୍ଭ କରି ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ ଅଡାନୋମ ଘେବ୍ରେୟସସ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ ଯେ, ନମୁନାର ଯାଞ୍ଚ […]

ଅପରାଧ ରାଜ୍ୟ

ବଲାଙ୍ଗୀର ଦୁର୍ଘଟଣା : ପ୍ରି-ପ୍ଲାନ୍‌ ମର୍ଡର, ଚିତ୍ତରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ-ବଲାଙ୍ଗୀର ଏସ୍‌ପି

ବଲାଙ୍ଗୀର ୨୩।୦୫ : ବଲାଙ୍ଗୀର ଆରଟିଓ ଛକ ଦୁର୍ଘଟଣା ଘଟଣା I ମାମଲାରେ ଆସିଲା ଟ୍ୱିଷ୍ଟ । ଏହା ଦୁର୍ଘଟଣା ନୁହେଁ ହତ୍ୟା । ଆଉ ଷଡଯନ୍ତ୍ର କରି ଗାଡି ମଡାଇ ହତ୍ୟା ଯୋଜନା ହୋଇଥିଲା I ଏହି ଘଟଣାରେ ଚିତ୍ତରଞ୍ଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ନୀତିନ୍‌ କୁଶଳକର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଘଟଣାରେ ଅନ୍ୟ କିଛି ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରାଯାଉଛି […]

ଅପରାଧ ରାଜ୍ୟ

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୨ ମୃତ

କରଞ୍ଜିଆ ୨୩।୦୫ : ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ଥ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଶୁକୃଳିରୁ ବରଯାତ୍ରୀ ନେଇ ଗୋଡ଼ଭଙ୍ଗାକୁ ଫେରୁଥିଲା ଗାଡ଼ି । ହେଲେ ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ବୋଲେରୋ […]

ଅପରାଧ ରାଜ୍ୟ

ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା ୫ଟି କାର୍

ଗଜପତି ୨୩।୦୫: ପାର୍କିଂରେ ହୁତୁ ହୁତୁ ହୋଇ ଜଲିଗଲା କାର୍ । ଗୋଟିଏ କି ଦୁଇଟି ନୁହେଁ ୫ଟି କାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ପରିସରରେ ଥିବା ପାର୍କିଂରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାର୍କିଂରେ ରଖାଯାଇଥିବା ୫ଟି କାର୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋଟିଏ କାର୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କେମିତି କାର୍ ଗୁଡିକରେ ନିଆଁ ଲାଗିଲା ତାହା […]

ଅପରାଧ ରାଜ୍ୟ

ଠାକୁରମୁଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା: କଲଭର୍ଟରେ ପିଟି ହେଲା ବୋଲେରୋ, ୨ ମୃତ, ୩ ଗୁରୁତର

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ କଲଭର୍ଟରେ ଏକ ବୋଲେରୋ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇ ମୃତକ ହେଲେ କ୍ଷେତ୍ରବାସୀ ମହାରଣା(୩୬) ଓ କୁଳମଣି ଦାସ(୫୦)। ଖାଲିସେତିକି ନୁହେଁ ବୋଲେରୋରେ ଥିବା ଚାଳକଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ। ଏମାନେ ଗୋଡ଼ଭଙ୍ଗା ଅଞ୍ଚଳର ବୋଲି ଜଣାଯାଇଛି। ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ […]

ଅପରାଧ ରାଜ୍ୟ

ଅମରନାଥ ଯାତ୍ରା ବେଳେ ରକ୍ତ ବୋହିବ : ଆତଙ୍କବାଦୀ ସଂଗଠନର ଚେତାବନୀ

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାକୁ ନେଇ କଶ୍ମୀରର ଆତଙ୍କବାଦୀମାନେ ଚେତାବନୀ ଶୁଣାଇଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ପକ୍ଷରୁ ଏକ ପତ୍ର ଜାରି କରି ଧମକ ଦିଆଯାଇଛି ଯେ ଅମରନାଥ ଯାତ୍ରାକୁ ବ୍ୟବହାର କରି ଭାରତ ସରକାର ରାଜନୀତି କରୁଛନ୍ତି । ଏଣୁ ଏହି ଯାତ୍ରା ବେଳେ ରକ୍ତ ବୋହିବ । ଏହି ପତ୍ରରେ ଲେଖାଯାଇଛି ଯେ, ସେମାନେ କୌଣସି ଧାର୍ମିକ ଯାତ୍ରା ବିରୋଧରେ ନାହାନ୍ତି […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କପି ପାଇଁ ବୁଡ଼ିଗଲାଣି ଓଡ଼ିଆ ଚଳଚ୍ଚିତ୍ର, ଆଉ ସେ ସରାଗ ନାହିଁ: କେବଳ ନାଁକୁ ଓଡ଼ିଆ ବାକି ସବୁ ଅଣଓଡ଼ିଆ

ଭୁବନେଶ୍ୱର ୨୩/୦୫ : ପ୍ରେମ, ପରିବାର ଆଉ ରୋମାନ୍ସ । ଟିକେ କମେଡି । ୨ଟା ଫାଇଟ୍‌ ସିନ୍‌ ସାଙ୍ଗକୁ ୩ଟା ଗୀତ । ବାସ୍‌ ସେତିକି ଦରକାର । କାହାଣୀ ରୋମାଞ୍ଚିତ କରୁ କି ନ କରୁ ରହସ୍ୟ ରହିଲେ ଭଲ ନ ରହିଲେ ଚଳିବ । ଅଧା ତେଲୁଗୁ, ଅଧା ବଙ୍ଗଳା, ମରାଠୀ ଆଉ ମାଲାୟାଲମ୍‌ । ଏମିତି ସିନେମା ହେବା ଦରକାର । ପ୍ରଯୋଜକଙ୍କଠୁ ଏକଥା ଶୁଣିଲା ପରେ ସଙ୍ଗେ ସଙ୍ଗେ ପେନ୍‌ଡ୍ରାଇଭ୍‌ରେ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ମାଆ ଓ ଦୁଇ ଝିଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାରରେ ଜଣେ ମାଆ ଏବଂ ତାଙ୍କର ଦୁଇ ଝିଅ ଆତ୍ମହତ୍ୟା କରିଛନ୍ତି। ଶ୍ବାସରୁଦ୍ଧ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଇ-କମର୍ସ ସାଇଟ୍‌ରୁ ଚୁଲି ଏବଂ ଅଙ୍ଗାର କିଣି ଘରର କବାଟ ଓ ଝରକା ବନ୍ଦ କରି ସେମାନେ ଏଭଳି କାଣ୍ଡ ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୪ଟି ସନ୍ଦିଗ୍ଧ ସୁଇସାଇଡ୍ ନୋଟ ସଂଗ୍ରହ କରିଛି। ମୃତକ ମାଆ ଓ ଝିଅଙ୍କ ପରିଚୟ ମିଳିଛି। ମାଆଙ୍କ ନାମ ମଞ୍ଜୁ […]

ଅପରାଧ ରାଜ୍ୟ

ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣା,୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା

କରଞ୍ଜିଆ ୨୩।୦୫: ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ଓ ଗୋ-ରକ୍ଷକଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଖବର ଅନୁଯାୟୀ, ଗତ ୨୧ ତାରିଖ ଦିନ ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍‌ ଗେଟ୍‌ ନିକଟରେ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ଆଜି ବିଜେପି […]