ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାରରେ ଜଣେ ମାଆ ଏବଂ ତାଙ୍କର ଦୁଇ ଝିଅ ଆତ୍ମହତ୍ୟା କରିଛନ୍ତି। ଶ୍ବାସରୁଦ୍ଧ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଇ-କମର୍ସ ସାଇଟ୍ରୁ ଚୁଲି ଏବଂ ଅଙ୍ଗାର କିଣି ଘରର କବାଟ ଓ ଝରକା ବନ୍ଦ କରି ସେମାନେ ଏଭଳି କାଣ୍ଡ ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୪ଟି ସନ୍ଦିଗ୍ଧ ସୁଇସାଇଡ୍ ନୋଟ ସଂଗ୍ରହ କରିଛି। ମୃତକ ମାଆ ଓ ଝିଅଙ୍କ ପରିଚୟ ମିଳିଛି। ମାଆଙ୍କ ନାମ ମଞ୍ଜୁ (୫୪) ହୋଇଥିବାବେଳେ ଝିଅ ନାମ ଅଙ୍କିତା (୨୭) ଏବଂ ଅଙ୍କୁ (୨୫)। ଗତବର୍ଷ ଏପ୍ରିଲରେ ସଂପୃକ୍ତ ମହିଳାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇଥିଲେ। ସେବେଠାରୁ ପରିବାର ଅବସାଦଗ୍ରସ୍ତ ଥିଲେ। ଅସୁସ୍ଥତା କାରଣରୁ ମଞ୍ଜୁ ଶଯ୍ୟାଶାୟୀ ରହିଥିଲେ।
Trending
- ଏହି ଦିନ ମହିଳାମାନେ ଭୁଲରେ ବି ଲଗାନ୍ତୁ ନାହିଁ ତେଲ,ନଚେତ ପତିଙ୍କର କମିଯିବ ଆୟୁଷ !
- ସ୍ବାମୀ – ସ୍ତ୍ରୀ ନିଜ ରୂମରେ ଏହି ଦିଗରେ ଭୁଲରେ ବି ଦର୍ପଣ ଲଗାନ୍ତୁ ନାହିଁ,ସବୁବେଳେ ଲାଗିରହିବ ଝ-ଗଡା
- ସ୍ୱପ୍ନରେ ସାପ ଦେଖିଲେ ମିଳିଥାଏ ଏହି ସଙ୍କେତ । କାହା ସାମ୍ନାରେ କରିବା ପୂର୍ବରୁ ନିଶ୍ଚିତ ଥରେ ଜାଣି ନିଅନ୍ତୁ ।
- ନିଜର ଜନ୍ମ ବାର କେଉଁଟା ବାଛନ୍ତୁ ଆଉ ଜାଣନ୍ତୁ ନିଜ ଲକ୍ଷଣ ଓ ସ୍ଵଭାବ
- ବିଜେଡିର ପରାଜୟ ପରେ ସାମ୍ନାକୁ ଆସୁନାହାନ୍ତି ଭି କେ ପାଣ୍ଡିଆନ୍
- ସୋମବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ୫ଟି ଭୁଲ କାର୍ଯ୍ୟ, ନଚେତ ପରିବାର ହୋଇଯିବ ବର୍ବାଦ।
- ତୁଳସୀ ଗଛରେ ଏଭଳି ଜିନିଷ ଦେଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବାର ମିଳିଥାଏ ସଂକେତ, ତୁରନ୍ତ କରନ୍ତୁ ଏହି କାର୍ଯ୍ୟ।
- ରାତିରେ ଶୋଇବା ପୁର୍ବରୁ ଈଶ୍ୱରଙ୍କୁ ୧୧ ଥର ଏଭଳି କୁହନ୍ତୁ ଏବଂ ଦେଖନ୍ତୁ ଚମତ୍କାର।
Monday, June 10