ସ୍ମାର୍ଟସିଟି ସୁରକ୍ଷା ପ୍ରତି ବିପଦ, ଚିନ୍ତା ବଢ଼ାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ
ରାଉରକେଲା: ସ୍ମାର୍ଟସିଟି ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ସେମାନଙ୍କ ଗତିବିଧି ଉପରେ ଜିଲ୍ଲା ପ୍ରଶାସନର କଟକଣା ରହୁ ନଥିବାରୁ ସେମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରାସ୍ତା ଦେଇ ସୁରକ୍ଷିତ ଭାବେ ରାଉରକେଲା, ବନ୍ଧମୁଣ୍ଡା ସମେତ ଏହାର ଆଖପାଖ ଅଞ୍ଚଳକୁ ସେମାନେ ପ୍ରବେଶ କରୁଛନ୍ତି। ଛୋଟମୋଟ ବେପାର କରୁଛନ୍ତି। କିଏ ଫେରି, ନିର୍ମାଣ ଶ୍ରମିକ ତ ଅନ୍ୟ କିଏ ଅନ୍ୟାନ୍ୟ କାମ କରୁଛନ୍ତି। […]