ଅପରାଧ ଦେଶ ବିଦେଶ

ଖେଳାଳିଙ୍କ ପାଇଁ ଟଏଲେଟରେ ପ୍ରସ୍ତୁତ ହେଲା ଖାଦ୍ୟ, ଭିଡିଓ ଭାଇରାଲ ପରେ ଅଧିକାରୀ ସସ୍‌ପେଣ୍ଡ୍

ନୂଆଦିଲ୍ଲୀ ୨୦/୦୯: ଖେଳାଳିଙ୍କୁ ଅସମ୍ମାନ । କାହିଁକି ଏତେ ହତାଦାର । ଏକଥା ଆମେ କହୁନୁ ବରଂ ଏଇ ଦୃଶ୍ୟ ବୟାନ କରୁଛି । ଉତ୍ତର ପ୍ରଦେଶରୁ ନଜର ଆସିଥିବା ଏ ଚିତ୍ର ଏମିତି କହିବାକୁ ବାଧ୍ୟ କରୁଛି । ଉତ୍ତରପ୍ରଦେଶର ସହାରନପୁରର ଡ଼.ଭିମରାଓ ସ୍ପୋର୍ଟସ୍ ଷ୍ଟାଡିୟମ୍ ରେ ଆୟୋଜିତ କବାଡ଼ି ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ଟଏଲେଟ୍ ଭିତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରଷା ଯାଇଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଖୁବ ଭାଇରାଲ୍ […]

ଅପରାଧ ରାଜ୍ୟ

କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ଦାବି: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଷ୍ଟେସନରେ ରେଳରୋକ

ବାରିପଦା: କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ପ୍ରଦାନ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାର କେତେକ ଷ୍ଟେସନରେ ରେଳରୋକ କରାଯାଇଥିବାର ଖବର ହସ୍ତଗତ ହୋଇଛି। କୁଡ଼ୁମୀ ସଂଗଠନ ପକ୍ଷରୁ ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରାଯାଇଛି। ଏହାଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ଓ ବାରିପଦା-ସାଲିମାର ଅଧାରେ ଅଟକି ରହିଥିବା ଜଣାଯାଇଛି। ଏଣେ ରେଳ ଧାରଣା ଉପରେ ଶହଶହ ସମର୍ଥକ ବସିଥିବାର ବି ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପ୍ରଦାନ ଦାବିରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୦।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୭ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୨୦୮୨କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ଆଦିବାସୀ ମାନ୍ୟତା ଦାବିରେ ରେଳରୋକ,ଦାବି ପୂରଣ ଜିଦ୍‌ରେ ଅଡି ବସିଛି କୁଡୁମୀ ସେନା

କରଞ୍ଜିଆ୨୦/୦୯: ଆଦିବାସୀ ମାନ୍ୟତା ଦାବିରେ ରେଳରୋକ । କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବି ସହ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଓ ସାରନା ଧର୍ମର କୋଡ଼ ଲାଗୁ କରିବା ତିନି ଦଫା ଦାବି ନେଇ ରେଳରୋକ । ରାଇରଙ୍ଗପୁର ଅଂଳାଯୋଡି ରେଳ ଷ୍ଟେସନରେ ଓଡିଶା କୁଡୁମୀ ସେନା ନେତୃତ୍ୱରେ କୁଡୁମୀ ଜାତିର ବିଭିନ୍ନ ସଙ୍ଗଠନ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି । ଦାବି ପୂରଣ ନହେବା […]

ଅପରାଧ ରାଜ୍ୟ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ମୃତ୍ୟୁ ଘଟଣା, ୨ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

କେନ୍ଦୁଝର ୧୯।୦୯: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ପହଞ୍ଚିଲେ ରାଜ୍ୟସ୍ତରୀୟ ୨ ଜଣିଆ ତଦନ୍ତକାରୀ ପ୍ରତିନିଧି ଦଳ। ପ୍ରତିନିଧି ଦଳରେ ଡ ରବୀନ୍ଦ୍ର ନାଥ ପଣ୍ଡା, ରାଜ୍ୟ ଶିଶୁ ବିଭାଗ ପରାମର୍ଶଦାତା ଏବଂ ଡ. ରଶ୍ମି ରଞ୍ଜନ ଶତପଥୀ, ରାଜ୍ୟ ଶିଶୁ ବିଭାଗ ଅତିରିକ୍ତ ନର୍ଦେଶକ ସାମିଲ ଅଛନ୍ତି। ଖବର ଅନୁଯାୟୀ, ରବିବାର ଏହି ଘଟଣା ପରେ […]

ଅପରାଧ ରାଜ୍ୟ

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ, ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

ବିନିକା ୧୯।୦୯ : ଦାବି ପରେ ଦାବି କରିଚାଲିଲେ । ହେଲେ ଶୁଣିଲେନି କୌଣସି ପ୍ରଶାସନିକ ଅଧିକାରୀ । ଶେଷରେ ନିଜ ହକ୍‌ ପାଇଁ ସୋନପୁର ଜିଲ୍ଲା ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଁରେ ଥିବା ଗୋଚର ଓ ଜଙ୍ଗଲ ଜମିକୁ ସ୍ଥାନୀୟ ରାଜସ୍ବ ଅଧିକାରୀ, ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ […]

ଅପରାଧ ରାଜ୍ୟ

ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି କଟକ, ୩ ଲକ୍ଷର ଭେଜାଲ୍ ଔଷଧ ଜବତ

କଟକ ୧୯/୦୯: ସିଲଭର ସିଟିରେ ବେଧଡକ ଚାଲିଛି ନକଲି କାରବାର । ପୁଣି କଟକରୁ ଜବତ ହୋଇଛି ତିନି ଲକ୍ଷ ଟଙ୍କାର ନକଲି ମେଡିସିନ । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ମେଡିସିନ ଜବତ କରିଛି ପୁରୀଘାଟ ଥାନା ପୋଲିସ । ଭି.ଆର୍ ଡ୍ରଗ ଏଜେନ୍ସି ଏହି ନକଲି ମେଡିସିନ କୋଲକାତାରୁ ମଗାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଭି ଆର୍ ଡ୍ରଗ୍ ଏଜେନ୍ସିର ମାଲିକ ରାହୁଲ କ୍ୟାଲ୍ ବି ଗିରଫ […]

ଅପରାଧ ରାଜ୍ୟ

ଜଙ୍ଗଲରେ ଝୁଲୁଛି ଦମ୍ପତିଙ୍କ ମୃତଦେହ, ପାରିବାରିକ କାରଣରୁ ଆତ୍ମହତ୍ୟା ସନ୍ଦେହ

ସାରଙ୍ଗଡ଼,୧୯/୯: ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ପଂଚାୟତ ମ୍ୟାଲେରିମାହା ଗ୍ରାମ ନିକଟ ଜଙ୍ଗଲରୁ ଏହି ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି l ମୃତ ସ୍ୱମୀ-ସ୍ତ୍ରୀ ହେଲେ ଗାଁ ସାଥି ମନୋରଞ୍ଜନ ନାୟକ ଏବଂ ଆଶାକର୍ମୀ ସ୍ମିତାଞ୍ଜଳି ନାୟକ l ସେମାନଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ମୃତଦେହ ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ […]

ଅପରାଧ ରାଜ୍ୟ

ଭିନ୍ନମୋଡ଼ ନେଲା ପରିବାରର ୩ ମୃତ୍ୟୁ ଘଟଣା

କଟକ : ବିଷାକ୍ତ ଚାଟ୍‌ ଖାଇ ‌ମା’, ପୁଅ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି। ନିଜ ସ୍ତ୍ରୀ ଓ ଦୁଇପିଲାଙ୍କୁ ବାପା ବିଷ ଦେଇ ହତ୍ୟା କରିଥିବା ନେଇ ଶ୍ବଶୁର ଅଭିଯୋଗ କରିଛନ୍ତି। ବଡ଼ମ୍ବା ପୁଲିସ ଅଭିଯୋଗକୁ ଭିତ୍ତିକରି ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପଟେ ଶବବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆସି ନ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନି। ରିପୋର୍ଟ ମିଳିବାପରେ ପୁଲିସ ରୁଜୁ କରିଥିବା ହତ୍ୟା ମାମଲା […]

ଅପରାଧ ରାଜ୍ୟ

ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ, ହତ୍ୟା ସନ୍ଦେହ

ତେଲକୋଇ ୧୯।୦୯ : ଜଙ୍ଗଲରେ ଝୁଲୁଛି ଅଜଣା ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ସଂରକ୍ଷିତ ଜଙ୍ଗଲର ଧୋବାଡିହା ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ କେହି ହତ୍ୟା କରି ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହଟି ୫/୬ ଦିନ ପୂର୍ବରୁ ବୋଲି ଜଣାପଡୁଥିବା ବେଳେ ଜଙ୍ଗଲର ଏକ ଶାଳଗଛରେ ଝୁଲିକି ରହିଛି। ଆଖପାଖ ଗାଁଲୋକେ ଝୁଲନ୍ତା ମୃତଦେହର […]