ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ
ଯାଜପୁର: ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଚଟୁମାରି ଗ୍ରାମରେ ଚୋରି କରିବାକୁ ଆସି ଧରା ପଡ଼ିବା ଭୟରେ ଘର ମାଲିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବାର ଖବର ମିଳିଛି। ଏହି ଘଟଣାରେ ଘର ମାଲିକ ବିଶ୍ୱରଞ୍ଜନ ବିଶ୍ୱାଳଙ୍କ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବିଶ୍ୱରଞ୍ଜନ ବିଶ୍ବାଳଙ୍କ ଘରେ କିଛି ଚୋର ପଶିଥିଲେ। ଏହି ସମୟରେ ଘର ବାରଣ୍ଡାରେ […]