ଆଉ ୮ ଧର୍ମାନୁଷ୍ଠାନକୁ ମିଳିବ ‘ଭୋଗ’ ସାର୍ଟିଫିକେଟ୍
ଭୁବନେଶ୍ବର : ରାଜ୍ୟର ଅଧିକରୁ ଅଧିକ ଧର୍ମାନୁଷ୍ଠାନକୁ ‘ଭୋଗ’ ବା ବ୍ଲିସଫୁଲ ହାଇଜିନ୍ ଅଫରିଂ ଟୁ ଗଡ୍’ ସାର୍ଟିଫିକେସନ୍ରେ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନସୁଦ୍ଧା ରାଜ୍ୟର ୪ଟି ଧର୍ମାନୁଷ୍ଠାନକୁ ଏହି ସାର୍ଟିଫିକେଟ୍ ମିଳିଥିବା ବେଳେ ଆଉ ୮ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯେଉଁସବୁ ଧର୍ମାନୁଷ୍ଠାନରେ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି ବା ବିକ୍ରି ହେଉଛି ସେସବୁ ଧର୍ମାନୁଷ୍ଠାନର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି। […]









