ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦଙ୍କ ଆତ୍ମହତ୍ୟା, ଜେଲ୍ ଭିତରେ ମୃତ୍ୟୁକୁ ନେଇ ହଙ୍ଗାମା
କଣ୍ଟାବାଞ୍ଜି/ ଭବାନୀପାଟଣା: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ଆତ୍ମହତ୍ୟା କରିଛନ୍ତି। ଆଜି ସେ କୋର୍ଟରେ ହାଜର ହେବାର ଥିଲା। ଏହା ପୂର୍ବରୁ କଣ୍ଟାବାଞ୍ଜି ଉପକାରାଗାର ପରିସରରେ ସକାଳ ପ୍ରାୟ ୮ଟା ୩୦ରେ ହାଜତ ପଛ ପଟେ ରୋଷେଇ ଘର ପାଖରେ ଥିବା କଦମ୍ବ ଗଛରେ ନିଜ ଦୁଇଟି ଗାମୁଛା ଯୋଡ଼ି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି। […]









