ହାତବାନ୍ଧି ବସିଛି ଶିଶୁ ମଙ୍ଗଳ ସମିତି, ଜିଲ୍ଲାରେ ବଢ଼ି ଚାଲିଛି ନବଜାତ ଶିଶୁ ବିକ୍ରି!
ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ନବଜାତ ଶିଶୁ ବିକ୍ରି। ମେଡ଼ିକାଲ ହେଉ ଅବା ବସ୍ତିରେ ଚାଲିଛି ଏଭଳି ବେଆଇନ କାରବାର। ଉପାନ୍ତ ବ୍ଲକ ନୁହେଁ ସହରରେ ମଧ୍ୟ ମାତ୍ର କେଇ ଟଙ୍କାରେ ମା’ ତା’ର ନବଜାତ ଶିଶୁକୁ ଅନ୍ୟ କୋଳକୁ ଟେକି ଦେଉଛି। ଗତ ପ୍ରାୟ ଦେଢ଼ ମାସ ତଳେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ନବଜାତ ଶିଶୁ ବିକ୍ରି ଧରାପଡିବା ପରେ ଜିଲ୍ଲାରେ ବେଆଇନ କାରବାର କେମିତି ଚାଲିଛି ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। […]









