ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରସଙ୍ଗ: ଖର୍ଚ୍ଚ ଚୂଡ଼ାନ୍ତ ହୋଇନି, ବିମାନ ଉଡ଼ିବ କେମିତି?
ଭୁବନେଶ୍ବର : ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡ଼ାଣ ନିତାନ୍ତ ଆବଶ୍ୟକ। ତାହା ଏବେ ରାଜ୍ୟ ସରକାର ହେଜିଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ଗତ ୨୭ରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍କୁ ଉଡ଼ାଣ କରିବ। ଏଥିନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳ ଖର୍ଚ୍ଚ ବହନ କରିବେ ଏବଂ ବିମାନ ଟିକେଟ୍ ବୁକିଂ ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ପାଇବେ। କିନ୍ତୁ ଏଥିପାଇଁ ସରକାର କେତେ ଖର୍ଚ୍ଚ କରିବେ, ତାହା […]









