ଜମିବାଡ଼ିକୁ କେନ୍ଦ୍ର କରି ସେବାୟତ ପରିବାରରେ ଗଣ୍ଡଗୋଳ, ପୁଲିସ ଉପସ୍ଥିତିରେ ଭାଇକୁ ହାଣିଲା
ଭୁବନେଶ୍ୱର : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ବୁଧବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏକ ସେବାୟତ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ପୁଲିସ୍ ଉପସ୍ଥିତିରେ ଜଣେ ଯୁବକ ଏକ କଟୁରିରେ ତାଙ୍କ ଭାଇମାନଙ୍କୁ ଆକ୍ରମଣ କରିଛି। ଏଥିରେ ଦୁଇ ଭାଇ କମଳାକାନ୍ତ ବଡ଼ୁ ଓ ଚନ୍ଦ୍ରକାନ୍ତ ବଡ଼ୁ ଆହତ ହୋଇଛନ୍ତି। ଦୁହିଁଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଆକ୍ରମଣକାରୀ ଦୀପ୍ତିକାନ୍ତ ବଡ଼ୁ ଓରଫ୍ ଦୀପୁନାକୁ ପୁଲିସ୍ ଗିରଫ କରିଛି। ଗଣ୍ଡଗୋଳରେ ସେ ମଧ୍ୟ […]