ଚଢ଼ାଉ ବେଳେ ‘ସିବିଆଇ’ ଅତ୍ୟନ୍ତ ଗୋପନୀୟ କାଗଜପତ୍ର ଜବତ କରିଛି: କାର୍ତି ଚିଦମ୍ବରମ୍
ନୂଆଦିଲ୍ଲୀ: ଚୀନା କର୍ମଚାରୀମାନଙ୍କୁ ବେଆଇନ ‘ଭିସା’ କରାଇଦେବା ଲାଞ୍ଚ ମାମଲାରେ ଚଢ଼ାଉ ବେଳେ ‘ସିବିଆଇ’ର କେତେକ ଅଧିକାରୀ ଅତ୍ୟନ୍ତ ଗୋପନୀୟ ଦଲିଲ ଜବତ କରିଥିବା କଥା କଂଗ୍ରେସ ସାଂସଦ କାର୍ତି ଚିଦମ୍ବରମ୍ ଅଭିଯୋଗ କରିଛନ୍ତି। ଲୋକସଭାର ବାଚସ୍ପତିଙ୍କ ପ୍ରତି ଲିଖିତ ପତ୍ରରେ କାର୍ତି କହିଛନ୍ତି, ଏହି ତଥାକଥିକ ଚଢ଼ାଉ ବେଳେ ‘ସିବିଆଇ’ ନିର୍ଦ୍ଦିଷ୍ଟ କେତେ ଜଣ ଅଧିକାରୀ ମୋର କେତେକ ଅତ୍ୟନ୍ତ ଗୋପନୀୟ ତଥା ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ରେକର୍ଡ ଓ ମୁଁ ସଦସ୍ୟ ଥିବା ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍ […]