ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ, ନାଁ ନନେଇ ଜଣେ ଓଡିଆ ଅଭିନେତ୍ରୀଙ୍କ ଉପରେ ବର୍ଷିଲେ ସାଂସଦ

କଟକ ୦୨/୦୬: ସାଂସଦ ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏଥର ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ କିଛି କହିନାହାଁନ୍ତି । ଏଥର କିନ୍ତୁ ସେ ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ଓଗାଳିଛନ୍ତି ବିଷ । ନାଁ ନନେଇ ପରୋକ୍ଷରେ ଖୁବ ବର୍ଷିଛନ୍ତି ସାଂସଦ ଅନୁଭବ । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର । ମିଛରେ ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅନୁଭବ […]

ଅପରାଧ ରାଜ୍ୟ

ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ, ୨ଟି ହାତୀଦାନ୍ତ ଜବତ

ଭୁବନେଶ୍ୱର ୦୨।୦୬: ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ । ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କଲା ଏସ୍‌ଟିଏଫ୍‌ । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରିଛିଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ହାତୀଦାନ୍ତ କାରବାର ନେଇ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ ସହ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ବେପାରୀ ଜଣଙ୍କ ହେଲା ପୁରୁଣୀକୋଟ ଅଞ୍ଚଳର ଦୁର୍ଯ୍ୟଧନ ପ୍ରଧାନ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ପୁଣି ଚାଲିଲା ବୁଲ୍ ଡୋଜର, ଭାଙ୍ଗିଲା ୫୫ ବେଆଇନ ଫାର୍ମହାଉସ୍

ନୂଆଦିଲ୍ଲୀ ୦୨/୦୬: ଦିଲ୍ଲୀରେ ପୁଣି ଚାଲିଲା ବୁଲଡୋଜର୍ । ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରେ ବେଆଇନ ଜବରଦଖଲ କରି ନିର୍ମାଣ ହୋଇଥିବା ଫାର୍ମ ହାଉସ ଉପରେ ବୁଲଡୋଜର ଚାଲିଛି । ଏହା ନୋଏଡା ପ୍ରାଧିକରଣ ଓ୍ୱାର୍କ ସର୍କଲ-୧୦ର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଅଟେ । ଭୂଲେଖ ଓ ଜଳ ସେଚନ ବିଭାଗ ମିଳିତ ଭାବେ ଜବରଦଖଲ ହଟାଇଛନ୍ତି । ସେମାନେ ତିଲବାଡା ଗ୍ରାମର ୫୫ ଓ ଗୁଲାବଲୀ ଗ୍ରାମରେ ଥିବା ୭ଟି ଫାର୍ମ ହାଉସକୁ ଭାଙ୍ଗିଛନ୍ତି […]

ଅପରାଧ ରାଜ୍ୟ

ବସ୍ ପଛରେ ପିଟିହେଲା କାର୍, ୩ ଗୁରୁତର : କାର ଜବତ

ଚଣ୍ଡିଖୋଲ ୦୨/୦୬: ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ ନିକଟରେ ସକାଳୁ ଘଟିଛି ସଡକ ଦୁର୍ଘଟଣା । କଲିକତାରୁ ପୁରୀ ଅଭିମୁଖେ ଆସୁଥିବା ଓ୍ୱାଗନର ଚଣ୍ଡୀଖୋଲ ଟ୍ରାଫିକ୍ ଠାରୁ ଦୂରରେ ଥିବା ହମ୍ସ ନିକଟରେ ବସ୍ ପଛରେ ପିଟିଥିଲା । ଫଳରେ କାରରେ ଯାଉଥିବା ଡୁମୁଡୁମା ଅଞ୍ଚଳର ଜୟନ୍ତ ବିଶ୍ୱାସ, ଅର୍ପିତ ବିଶ୍ୱାସ, ଜୋତିତା ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ […]

ଅପରାଧ ରାଜ୍ୟ

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

ପଦ୍ମପୁର ୨।୬: ବରଗଡ ଜିଲ୍ଲା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ କରାଯାଇଛି । ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ସନ୍ଦେହରେ ପୋଲିସକୁ ଖବର ଦେଉଛନ୍ତି ଦୋକାନୀ, ସେମାନଙ୍କୁ ତାଗିଦ କରିଛନ୍ତି ମାଓବାଦୀ । ସେମାନେ ଜାଣିଛନ୍ତି କେଉଁମାନେ ଖବର ଦେଉଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ […]

ଅପରାଧ ରାଜ୍ୟ

ଭଉଣୀକୁ ଏକତରଫା ପ୍ରେମ, ବାଧା ଦେବାରୁ ଭାଇକୁ ଛୁରାମାଡ କଲା ବିଫଳ ପ୍ରେମିକ

ଆନନ୍ଦପୁର ୧।୬: ଭଉଣୀକୁ ପ୍ରେମ ନିବେଦନ କରି ବିଫଳ ହେଲା ଯୁବକ । ଭାଇ ବାଧା ଦେବାରୁ ଘରୁ ଡାକିଆଣି ଛୁରୀ ମାଡ କଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ । ସୂଚନାଯୋଗ୍ୟ ଯେ, ମୋଚିନ୍ଦା ଗାଁର ରବୀନ୍ଦ୍ର ସାହୁଙ୍କ ପୁଅ ବୁବୁ ଆନନ୍ଦପୁର ପୌରାଞ୍ଚଳର ସୁଭମଶ୍ରୀ ବିଶ୍ବରଞ୍ଜନ ଜେନା ସହ ସାଙ୍କ ହେଉଥିଲେ । ସୁଭମ ମେଚିନ୍ଦାରେ ସ୍ଥିତ ବୁବୁଙ୍କ ଘରକୁ ଯିବାଆସିବା କରୁଥିଲେ । ଏମିତି […]

ଅପରାଧ ରାଜ୍ୟ

ଅଭାବନୀୟ : ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା ହାତୀ

ଢେଙ୍କାନାଳ ୧।୬: ଢେଙ୍କାନାଳ ସଦର ବନାଞ୍ଚଳର ନେଉଳ ପୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନେଉଳ ପୋଇ ଗ୍ରାମର ବନିତା ସାମଲ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବନିତା ବୁଧବାର ଭୋର ସମୟରେ ଘର ପଛ ପଟକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଥିଲେ । ପରିବାର ପକ୍ଷରୁ ତାଙ୍କୁ […]

ଅପରାଧ ରାଜ୍ୟ

ଗାଁରେ ପଶିଲା ଦନ୍ତାହାତୀ, ଭୟଭୀତ ଗାଁଲୋକ

ମୋରଡ଼ା ୦୧।୦୬: ଗାଁରେ ପଶିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ମୁଖ୍ୟ ବାଘଡା ବଜାର ସହ ଗାଁ କୁ ପ୍ରବେଶ କଲା ଦନ୍ତାହାତୀ । ଦିନ ବେଳେ ହାତୀକୁ ଦେଖି ଲୋକେ ଆତଙ୍କିତ । ବର୍ଷତମାମ ଏହି ଅଞ୍ଚଳରେ ଶିମିଳିପାଳ ଓ ଝାଡଖଣ୍ଡୀ ହାତୀ ପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଛନ୍ତି । ଆଜି ଝାଡ଼ଖଣ୍ଡୀ ଦନ୍ତାହାତୀ ମୁଖ୍ୟ ବଜାରକୁ ଆସିଥିବା ବେଳେ ବନବିଭାଗ ପାଖରେ ନଥିଲା କୌଣସି […]

ଖେଳ ରାଜ୍ୟ

ବାରବାଟୀରେ ଟି-୨୦ ମ୍ୟାଚ୍ ନେଇ ହାଇକୋର୍ଟରେ ମାମଲା : ମ୍ୟାଚ୍ ବନ୍ଦ କରିବାକୁ ଆବେଦନ

କଟକ ୧।୬: କଟକ ବାରବାଟୀ ଷ୍ଟାଡିୟମରେ ହେବକୁ ଥିବା ଟି-୨୦ ମ୍ୟାଚକୁ ନେଇ ହାଇକୋର୍ଟରେ ରୁଜୁ ହେଲା ମାମଲା । ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ପିଟିସନରେ ଆବେଦନ କରାଯାଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ପିଟିସନରେ ଉଲ୍ଲେଖ ରହିଛି । ତେବେ ଭୁବନ ବାସିନ୍ଦା ସଞ୍ଜୟ ନାୟକ ଆବେଦନ କରିଥିବା ଜଣାପଡିଛି । ଅନ୍ୟପଟେ ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । […]

ଅପରାଧ ରାଜ୍ୟ

୬ ଜଣଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୧ଲକ୍ଷ ଟଙ୍କାର ଗହଣା

ଭଞ୍ଜନଗର ୦୧/୦୬ : ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗାଁ ଝାଞ୍ଜିରୀ ସାହିରେ ଗତ ରାତିରେ ଚୋରମାନେ ଲଗାତାର ୬ ଜଣଙ୍କ ଘରେ ପଶି ଲୁଟ କରି ଫେରାର ହୋଇଯାଇଛନ୍ତି। ଚୋର ସମସ୍ତ ଙ୍କ ବାଡ଼ିପଟେ କବାଟକୁ ଭାଙ୍ଗି ଘର ଭିତରେ ପସିଥିବା ଜଣାପଡିଛି l ସମସ୍ତଙ୍କ ଘରୁ ଲୁଟ ହୋଇଥିବା ସୁନାର ପରିମାଣ ୧୦ ତୋଳା ହୋଇଥିବା ବେଳେ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ତାରାସିଂଙ୍ଗ […]