ଅପରାଧ ରାଜ୍ୟ

ଶ୍ରୀମନ୍ଦିରରେ ସେବାୟତଙ୍କୁ ଆକ୍ରମଣ ଅଭିଯୋଗ, ୩ ବଙ୍ଗୀୟ ପର୍ଯ୍ୟଟକ ଅଟକ

ପୁରୀ ୩।୬: ଶ୍ରୀମନ୍ଦିରରେ ସେବାୟତଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଭିତରେ ଜେଟିପି ଓ ପ୍ରତିହାରୀ ସେବାୟତଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ନିୟମ ଭାଙ୍ଗି ଶ୍ରୀଜିଉଙ୍କ ଦର୍ଶନ ପାଇଁ ବେହରଣ ଦ୍ବାର ବାଟେ ଜୋର ଜବରଦସ୍ତ ପଶିବା ପାଇଁ ଉଦ୍ୟମ କରୁଥିଲେ ବଙ୍ଗୀୟ ଭକ୍ତ। ଏହାକୁ ପ୍ରତିହାରୀ ସେବାୟତ ଚନ୍ଦନ ଖୁଣ୍ଟିଆ ଓ ଜେଟିପି ଶ୍ୟାମସୁନ୍ଦର ମିଶ୍ର ବାରଣ କରିଥିଲେ । ଏଥିରେ ଉତ୍‌କ୍ଷୀପ୍ତ ହୋଇ ବଙ୍ଗୀୟ ଭକ୍ତ ତାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଶାନ୍ତ ଆମେରିକା : ଅନ୍ତିମ ସତ୍କାର ବେଳେ ଗୁଳିକାଣ୍ଡ, ଏକାଧିକ ଆହତ

ନ୍ୟୁୟର୍କ, ୦୩|୦୬: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁରୁବାର ଓ୍ୱିସ୍କୋନସିନରେ ଜଣେ ଆତତାୟୀ ଖୁଲମ ଖୁଲା ଗୁଳିମାଡ କରିଛି । ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଗୁଳିମାଡ ହୋଇଥିଲା । ଯେଉଁଥିରେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଗୁରୁବାର ଦ୍ୱିପ୍ରହରରେ ଗ୍ରାଲଲାଣ୍ଡରେ ଥିବା ଏକ ମଶାଣିରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ କ୍ରିୟା ହେଉଥିଲା । ଏହି ସମୟରେ ଜଣେ ଆତତାୟୀ ମନଇଚ୍ଛା ଗୁଳି ମାଡ କରିଥିଲା । ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣା: ଫେସବୁକ୍‌କୁ ଚିଠି ଲେଖି ତଥ୍ୟ ମାଗିଲା ସାଇବର ଥାନା ପୋଲିସ

କଟକ ୦୩/୦୬: ସୋସିଆଲ ମିଡିଆରେ ଅଭିନେତ୍ରୀ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ଅନୁଭବ ମହାନ୍ତି ରିଅଲ ହିରୋ ଅଫ୍ କେନ୍ଦ୍ରାପଡା ନାମ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନ ଜନକ ଟିପ୍ପଣୀ ଦିଆଯାଉଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ବର୍ଷା । ଏହି ଫେସବୁକ ଆକାଉଣ୍ଟଟି କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ […]

ଖେଳ ଦେଶ ବିଦେଶ

୨୦୨୩ରେ ମହିଳା ଆଇପିଏଲ : ୬ଟି ଟିମ୍‌କୁ ନେଇ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ ୦୨/୦୬: ଆଇପିଏଲର ୧୫ଟି ସଂସ୍କରଣ ଲୋକପ୍ରିୟତା ଶିଖର ଛୁଇଁବା ପରେ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ସିଜନରୁ ମହିଳା ଆଇପିଏଲ୍‌ ଆୟୋଜନ କରାଯିବ ବୋଲି ବିସିସିଆଇ ଘୋଷଣା କରିସାରିଛି । ବର୍ତ୍ତମାନ ଉପଯୁକ୍ତ ସମୟ ଖୋଜା ଆରମ୍ଭ ହୋଇଛି । ଗତ କିଛି ଦିନ ହେଲା ମହିଳା ଆଇପିଏଲ୍‌ ପାଇଁ ବୈଠକ ଚାଲିଛି । ମୋଟ୍‌ ୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଗତ […]

ଅପରାଧ ରାଜ୍ୟ

MLA କଲୋନୀ ପରିସରରୁ ଗଛକଟା ମାମଲା : ସତ୍ୟପାଠ ଦାଖଲ ପାଇଁ ଜିଏ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ୨।୬: MLA କଲୋନୀ ପରିସରରୁ ଗଛକଟା ମାମଲାରେ ସତ୍ୟପାଠ ଦାଖଲ କରିବା ପାଇଁ ଜିଏ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଗଛକଟାକୁ ବିରୋଧ କରି ପିଆଇଏଲ ଦାୟର କରିଥିଲେ ଜୟନ୍ତୀ ଦାସ । ଏଭଳି ଅବିଚାରିତ ଭାବେ ହେଉଥିବା ଗଛ କଟାକୁ ସେ ବିରୋଧ କରିବା ସହ ତୁରନ୍ତ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ନିଜ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସୋନିଆ ଗାନ୍ଧୀ କୋଭିଡ୍ ପଜିଟିଭ୍, ଆହୁରି ଅନେକ କଂଗ୍ରେସ ନେତା ମଧ୍ୟ ସଂକ୍ରମିତ

ନୂଆଦିଲ୍ଲୀ ୦୨/୦୬: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ୱାଲା ଏନେଇ ସୂଚନା ଦେଇଛନ୍ତି । ସୋନିଆ ଗତ କିଛି ଦିନ ଧରି ଯେଉଁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ, ସେମାନଙ୍କ ମଧ୍ୟରୁ କିଛିଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରଣଦୀପ କହିଛନ୍ତି । ରଣଦୀପଙ୍କ କହିବାନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଧବାର ଭଲ ନଥିଲା । ସନ୍ଧ୍ୟାରେ ଜ୍ୱର ଆସିଥିଲା । ଏହାପରେ ସେ ତୁରନ୍ତ କୋଭିଡ୍ ଟେଷ୍ଟ୍ କରିଥିଲେ […]

ଅପରାଧ ରାଜ୍ୟ

ଭଣ୍ଡବାବାଙ୍କ କାରନାମା: ଗାଁରେ ଲୋକଙ୍କୁ ମିଛ କହି ମାଗୁଥିଲେ ଟଙ୍କା, ତଡିଦେଲେ ଗ୍ରାମବାସୀ…..

ବଲାଙ୍ଗୀର ୦୨/୦୬: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବହଲି ଗାଁକୁ ଦୁଇ ଜଣ ଭଣ୍ଡବାବା ଲୋକଙ୍କ ଘରକୁ ଯାଇ ନାନା ବାହାନା କରି ଟଙ୍କା ମାଗୁଥିଲେ । କାଶୀର ପଣ୍ଡିତ କହୁ ମାଗୁଥିଲେ ଟଙ୍କା । ଏମିତିକି ଯିଏ ଟଙ୍କା ନ ଦେଲା ସେମାନଙ୍କୁ ଅଭିଶାପ ଦେଇ ଭୟଭୀତ କରୁଥିଲେ । ଏହି ଦୁଇ ନକଲି ବାବା ବହୁ ସମୟ ଧରି ଗାଁରେ ଆତଙ୍କ ଖେଳାଇ ଗରିବ ଓ ନୀରିହ ଲୋକଙ୍କୁ ଅଭିଶାପ ଦେଇ ଟଙ୍କା […]

ଅପରାଧ ରାଜ୍ୟ

ଜମିବାଡି ବିବାଦରୁ ଦୁଇ ପରିବାର ମଧ୍ୟରେ ମାରପିଟ୍, ୩ ଗୁରୁତର

ବାଲିପାଟଣା ୨।୬: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଛନ୍ତି । ମାରପିଟ୍ ରେ ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମର ବାବାଜୀ ଜେନା ଏବଂ ଦେବ ଭୋଇଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା । ଉକ୍ତ ଜମିକୁ ବାବାଜୀ ଜେନା ଯାଇଥିବା ବେଳେ ଦେବ […]

ଅପରାଧ ରାଜ୍ୟ

ଏନଏସି ନିର୍ବାହୀ ଅଧିକାରୀଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ମାଲକାନଗିରି ୨।୬: ମାଲକାନଗିରି ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଘରେ ଉପରେ ପେଟ୍ରୋଲ ବୋମା ମାଡ । ବୋମା ପକାଇ ପୁରା ପରିବାରକୁ ମାରିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ । ଗତ କିଛି ଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ […]

ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର ୨।୬: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି । କମିସନରେଟ୍ ପୋଲିସ କବଜାରେ ଏଭଳି ଏକ ଗ୍ୟାଙ୍ଗ୍ ‘ଭାଇ ଗ୍ୟାଙ୍ଗ’ । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ । […]