ଅପରାଧ ରାଜ୍ୟ

ଅଭିନବ ପ୍ରତିବାଦ, କଲେଜ ଫାଟକ ସାମ୍ନାରେ ପୂଜା ପାଠ କଲେ ଆନ୍ଦୋଳନକାରୀ

ଭଦ୍ରକ ୦୮।୦୬: ଅଭିନବ ପ୍ରତିବାଦ । କଲେଜ ଗେଟ୍‌ ସମ୍ମୁଖରେ ପୂଜା ପାଠ କଲେ ଧାରଣାରତ କର୍ମଚାରୀ । ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ ଏପରି କିଛି ଚିତ୍ର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ୧୭ ମାସର ବକେୟା ଦରମା ଓ ୯ ଦଫା ଦାବିରେ ନେଇ ଧାରଣାରେ ବସିଥିବା ଭଦ୍ରକ ବରପଦା କଲେଜର କର୍ମଚାରୀଙ୍କ ଆନ୍ଦୋଳନ ୪୪ ଦିନରେ ପହଞ୍ଚିଲାଣି । ଜିଲ୍ଲା ପ୍ରଶାସନ କିମ୍ବା କଲେଜର ଅଧିକାରୀ ନେଇ […]

ଅପରାଧ ରାଜ୍ୟ

ପାଣି ପାଇଁ ରାସ୍ତାରେ ଗ୍ରାମବାସୀ, ଯାତାୟତ ବାଧାପ୍ରାପ୍ତ

ନୀଳଗିରି ୦୮।୦୬: ପିଇବା ପାଣି ପାଇଁ ଡହଳ ବିକଳ ଜାମବଣି ଗ୍ରାମବାସୀ। ଗରା ବାଲ୍‌ଟି ଧରି ମିତ୍ରପୁର ଅଯୋଧ୍ୟା ରାସ୍ତାର ଜାମବଣି ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଖବର ଅନୁଯାୟୀ, ଗାଁରେ ଥିବା ପାଣି ଟାଙ୍କି କିଛିଦିନ ହେବ ଅଚଳ ହୋଇଯାଇଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିନଥିଲେ। ଶେଷରେ କିଛି ଉପାୟ ନପାଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ସକାଳ ଠାରୁ ଏବେ ଯାଏଂ ରାସ୍ତାରେ ବସି ପ୍ରତିବାଦ କରୁଛନ୍ତି ଗ୍ରାମବାସୀ […]

ଅପରାଧ ରାଜ୍ୟ

ପୁରୀ ବାଇପାସ୍‌ରୁ ସଶସ୍ତ୍ର ଡକାୟତି, ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍‌

ଭୁବନେଶ୍ୱର ୦୮।୦୬: ଭୁବନେଶ୍ୱର ପୁରୀ ରାଜରାସ୍ତାରେ ସଶସ୍ତ୍ର ଡକାୟତି। ପୁରୀରୁ ଦର୍ଶନ କରି ଫେରିଲା ବେଳେ ଦମ୍ପତିଙ୍କୁ ଆକ୍ରମଣ କରି ଡକାୟତି କରିଛନ୍ତି ୨ ଜଣ ଦୁର୍ବୃତ୍ତ । ପିପିଲି ମଙ୍ଗଳପୁର ବାଇପାସରେ ଏହି ଡକାୟତି ହୋଇଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ପୁରୀରୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ବାଇକରେ ଦମ୍ପତିଙ୍କ ପିଛା କରିବା ପରେ ପିପିଲି ବାଇପାସ ନିକଟରେ […]

ଅପରାଧ ରାଜ୍ୟ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜଣେ ମୃତ, ଜଣେ ଗୁରୁତର

ପୁରୁଷୋତ୍ତମପୁର ୮।୬: ସରିଯାଇଛି ନିର୍ବାଚନ, ହେଲେ ଥମୁନି ହିଂସା। ଗଂଜାମ ଜିଲ୍ଲା ଜାମୁନି ପଞ୍ଚାୟତରେ ଘଟିଛି ଏଭଳି ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଗଂଜାମ ଜିଲ୍ଲା ଜାମୁନି ପଞ୍ଚାୟତରେ ଯୋଗେଶ ଓ ତାଙ୍କ ସାଙ୍ଗ ନନ୍ଦିକ ଗାଁରୁ ଯାତ୍ରା ଦେଖି ଫେରୁଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ସଂଘର୍ଷରେ […]

ଅପରାଧ ରାଜ୍ୟ

ଚାନ୍ଦିପୁର ସତ୍ୟବ୍ରତ ଦାସ ହତ୍ୟା ଘଟଣା, ୭ ଅଭିଯୁକ୍ତ ଗିରଫ

ବାଲେଶ୍ବର ୮।୬: ବାଲେଶ୍ବର-ଚାନ୍ଦିପୁର ରାସ୍ତାରେ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟା ମାମଲାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ୭ ଜଣ ଅଭିଯୁକ୍ତ ଧରାପଡିଥିବା ଆଇଜି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋଲକତାର ଏବଂ ଅନ୍ୟ ୬ ଜଣ ବାଲେଶ୍ବର ଅଞ୍ଚଳର ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ଜମିଜମା ଘଟଣାକୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବଜାରରେ ପଶିଲା ଦନ୍ତାହାତୀ, ଲୋକେ ଭୟଭୀତ

ମୋରଡ଼ା ୦୮।୦୬: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବଜାରରେ ପଶିଲା ଦନ୍ତାହାତୀ । ଧାନ ଖାଇବା ସହ ଲ୍ୟାମ୍ପ୍ସ ସଟରକୁ ଭାଙ୍ଗିଲା। ହାତୀର ଗତିବିଧି ଉପରେ ବନବିଭାଗ କର୍ମଚାରୀ ମାନେ ଦୃଷ୍ଟି ରଖିଥିବା ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଭୋର ସମୟରେ ରାସଗୋବିନ୍ଦପୁର ବଜାରର ମୁଖ୍ୟ ରାସ୍ତା ଦେଇ ଗାଁକୁ ଦନ୍ତାହାତୀ ପ୍ରବେଶ କରିଥିଲା । ଗାଁ ଭିତରେ ପଶି ଜଣଙ୍କ ଘରେ ଥିବା ଧାନ ଖାଇବା ପରେ ରାସ୍ତାକୁ ଧାନ ବସ୍ତା ଆଣି ଫୋପାଡିଥିଲା । […]

ଅପରାଧ ରାଜ୍ୟ

ପୁଅ ଭୁଲିଗଲା ମା’ର ସ୍ନେହ ଓ ମମତା, ମଦ ନିଶାରେ ପିଟି ପିଟି କଲା ହତ୍ୟା

ତେଲକୋଇ ୦୮।୦୬ : ମଦ ନିଶା ହେଲା କାଳ । ମାକୁ ଶାବଳରେ ପିଟି ପିଟି ହତ୍ୟା ନୃଶଂସ ପୁଅ । କେନ୍ଦୁଝର ଜିଲ୍ଲା ତେଲକାଇ ଥାନା ବନବିହାରିପୁର ଗାଁ ମୁଣ୍ଡାସାହିରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ପୁଅ ଡୁବୁରୁ ମୁଣ୍ଡା ମଦପିଇ ଘରକୁ ଫେରିଥିଲେ । ମାଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା […]

ଅପରାଧ ରାଜ୍ୟ

ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା, ନାଳ ପାଖରୁ ଆଉ ଉଠିପାରୁନି ; ଚିକିତ୍ସା ଲାଗି ଯିବ ଟିମ୍‌

ଆଠଗଡ଼ ୦୮।୦୬ : ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି କି ଆଠଗଡ଼ ବନଖଣ୍ଡ। ଦୁଇ ଦିନରେ ମାଟି ତଳୁ ଦୁଇ ହାତୀ କଙ୍କାଳ ଠାବ କରିବା ପରିଥିଲା STF । ଏବେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ସଂରକ୍ଷିତ ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଖବର ଅନୁଯାୟୀ, ଦନ୍ତା ମୁଣ୍ଡରେ ଗୁଳି ବାଜିଛି ଶିକାରୀର । ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଛି ହାତୀଟି। ଆଠଗଡ଼ ବନଖଣ୍ଡ ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ […]

ଫିଲ୍ମ ମର୍ଡରରେ ରୋମାନ୍ସ କରିଥିଲେ ମଲ୍ଲିକା-ଇମ୍ରାନ୍, କିନ୍ତୁ ଏବେ ଦୁହେଁ ଦୁହିଁଙ୍କ ଉପରେ ଖପ୍ପା

ମୁମ୍ବାଇ ୦୮।୦୬ : ଇମ୍ରାନ୍ ହାଶମୀ ଏବଂ ମଲ୍ଲିକା ଶେରାୱତ୍‌ଙ୍କ ବିଷୟରେ କହିଲେ ଫିଲ୍ମ ମର୍ଡରକୁ ମନେ ପକାଇବା । ଯାହା ସ୍ମୃତି ଗୁଡିକ ତାଜା ହୋଇଯାଏ। ଏହା ଏଭଳି ଏକ ଫିଲ୍ମ ଯାହାକୁ ବର୍ଷ ବର୍ଷ ଧରି ଆଲୋଚନା କରାଯାଇଥିଲା । ବୋଧହୁଏ ମର୍ଡର ନିଶ୍ଚିତ ଭାବରେ ପ୍ରଥମ ଫିଲ୍ମ ଯେଉଁଥିରେ ଅନ୍ତରଙ୍ଗ ଦୃଶ୍ୟ ଏତେ ଖୋଲାଖୋଲି ଭାବରେ ଦେଖାଯାଇଥିଲା । ଲୋକମାନଙ୍କୁ ବି ଏହି ଫିଲ୍ମ ଦେଖିକି ଲାଜ ଲାଗିଥିଲା । କିନ୍ତୁ ଆପଣ […]

ଦେଶ ବିଦେଶ ମନୋରଞ୍ଜନ

ବିବାହକୁ ନେଇ ଏପରି ରିଆକ୍ସନ ଦେଲେ କାର୍ତ୍ତିକ ଆର୍ଯ୍ୟନ୍‌, ପୋଷ୍ଟ ଭାଇରାଲ୍

ନୂଆଦିଲ୍ଲୀ ୦୮।୦୭ : ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲିୟାଁ -୨ ବର୍ତ୍ତମାନ ରିଲିଜ୍‌ ହୋଇ ସାରିଛି। ଏହି ହରର କମେଡି ଫିଲ୍ମ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି। ଭୁଲ ଭୁଲେୟାଁ-୨ ନିକଟରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। ସମସ୍ତ ଫିଲ୍ମକୁ ପଛରେ ପକାଇ ଭୁଲ୍ ଭୁଲେୟାଁ-୨ ବକ୍ସ ଅଫିସରେ ୧୫୦ କୋଟି ବ୍ୟବସାୟ କରିଛି । ଫିଲ୍ମଟି ଭଲ ବ୍ୟବସାୟ କରିବା ପରେ କାର୍ତ୍ତିକ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା […]