ଭୁବନେଶ୍ୱର ୦୮।୦୬: ଭୁବନେଶ୍ୱର ପୁରୀ ରାଜରାସ୍ତାରେ ସଶସ୍ତ୍ର ଡକାୟତି। ପୁରୀରୁ ଦର୍ଶନ କରି ଫେରିଲା ବେଳେ ଦମ୍ପତିଙ୍କୁ ଆକ୍ରମଣ କରି ଡକାୟତି କରିଛନ୍ତି ୨ ଜଣ ଦୁର୍ବୃତ୍ତ । ପିପିଲି ମଙ୍ଗଳପୁର ବାଇପାସରେ ଏହି ଡକାୟତି ହୋଇଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ପୁରୀରୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ବାଇକରେ ଦମ୍ପତିଙ୍କ ପିଛା କରିବା ପରେ ପିପିଲି ବାଇପାସ ନିକଟରେ ଆକ୍ରମଣ କରିଥିଲ। ପ୍ରତାପ କୁମାରଙ୍କ ଦୁଇ ପାପୁଲି ସହ ଡାହାଣ ହାତକୁ ଧାରୁଆ ଅସ୍ତ୍ର ହାଣିଛନ୍ତି ଦୁର୍ବୃତ୍ତ। ଗୁରୁତର ଦମ୍ପତି ହେଲେ ଭୁବନେଶ୍ୱର-ସାମନ୍ତ୍ରରାପୁର ଶ୍ରୀରାମନଗରର ପ୍ରତାପ କୁମାର ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ମିତାଲି ମଧୁସ୍ମିତା । ମଧୁସ୍ମିତାଙ୍କ ବେକରୁ ମଙ୍ଗଳ ସୂତ୍ର ଛଡାଇ ନେଇଛନ୍ତି ଦୁର୍ବୃତ୍ତ ।
ସେହିପରି ତାଙ୍କ ମୋବାଇଲ ଫୋନ ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ପିପିଲି ପୋଲିସ ପହଂଚିବା ସହ ଗୁରୁତର ସ୍ୱାମୀ-ସ୍ତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଡକାୟତି ଘଟଣାରେ ପୋଲିସ ଛାନଭିନ ଜାରି ରଖିଛି।
Trending
- ଶଶୁରଙ୍କୁ ହତ୍ୟା କଲା ଜ୍ୱାଇଁ, ଅଭିଯୁକ୍ତ ଫେରାର
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
Friday, March 29