ବିରଳ ଘଟଣା: ଟ୍ରେନ ଇଞ୍ଜିନ ତଳେ ବସି ୧୯୧ କିଲୋମିଟର ଯାତ୍ରା କଲେ ବ୍ୟକ୍ତି
ବାରାଣସୀ ୦୯/୦୬: ଏଠାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ରାଜଗିର-ବାରାଣସୀ ବୁଧପୂର୍ଣ୍ଣିମା ସାରନାଥ ଏକ୍ସପ୍ରେସ୍ ଟ୍ରେନ୍ର ଇଞ୍ଜିନ୍ ତଳେ ବସି ରାଜଗିରରୁ ଗୟା ୧୯୧ କିମି ଯାତ୍ରା କରିଛନ୍ତି । ପାଟନା ଦେଇ ଟ୍ରେନ୍ଟି ଯାତ୍ରା କରିଥିଲା । ସକାଳ ୪.୧୦ରେ ଟ୍ରେନ୍ ଗୟାରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଲା । ପୂର୍ବ କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ବିରେନ୍ଦ୍ର କୁମାର କହିଛନ୍ତି, ଲୋକୋ ପାଇଲଟ୍ […]