ଅପରାଧ ରାଜ୍ୟ

ଜଳିଗଲା ଦୁଇଟି ଫାଷ୍ଟଫୁଡ୍ ଦୋକାନ, ପୂର୍ବ ଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ସନ୍ଦେହ

ବାରିପଦା ୯।୬: ଜଳିଗଲା ଦୁଇ ଦୋକାନ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନଠାରେ ଭୋରରୁ ପ୍ରାୟ ସାଢେ ୩ଟା ସମୟରେ ଦୁଇଟି ଫାଷ୍ଟଫୁଡ୍ ଦୋକାନ ପୋଡି ପାଉଁଶ ହୋଇଯାଇଛି । ସକାଳେ ଲୋକେ ମର୍ଣ୍ଣିଂଓ୍ବାକ୍ କରିବାକୁ ବାହାରିଥିବା ବେଳେ ଦୋକାନ ଦୁଇଟି ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ ।

ବହୁ କଷ୍ଟରେ ଦମକଳ ନିଆଁ ଲିଭାଇଥିଲା ହେଲେ ସେତେବେଳକୁ ସବୁକିଛି ପୋଡି ଯାଇଥିଲା । ପୋଡି ଯାଇଥିବା ଦୁଇ ଦୋକାନର ମାଲିକ ଗୋପାଲ ତରେଇ ଓ ବିନୋଦ ସାହୁଙ୍କ ମଧ୍ୟରେ ବହୁଦିନରୁ ଶତ୍ରୁତା ଲାଗି ରହିଥିଲା । ତେବେ ସେହି ପୂର୍ବ ଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏଯାଏଁ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।