ଅପରାଧ ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଅପ ଟୁ ଡେଟ୍ କେସ୍‌ ଡାଏରୀ ଦାଖଲ !

ସାଲେପୁର ୨୦।୦୬ : ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍‌ଡିପିଓ ଅପ ଟୁ ଡେଟ କେସ୍‌ ଡାଏରି ଦାଖଲ କରିଛନ୍ତି । କୋର୍ଟରେ ଏହିସବୁ ଦସ୍ତାବିଜ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଗତ ୧୩ ଜୁନରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ତଦନ୍ତରେ କାହିଁକି ବିଳମ୍ବ ହୋଇଛି । ଏହାର କାରଣ ଦର୍ଶାଇଭାକୁ ମାହାଙ୍ଗା […]

ଅପରାଧ ରାଜ୍ୟ

ମାସେ ନ ପୂରୁଣୁ ଆଉ ଏକ ଘଟଣା : ଚୋରି ଅଭିଯୋଗରେ ଯୁବକଙ୍କୁ ବାନ୍ଧି ଟ୍ରକରେ ନେଉଥିଲେ, ପାଟି ଶୁଣି ଅଧାରାସ୍ତାରେ ଧରିଲେ ଗାଁଲୋକେ

ପାରାଦୀପ ୨୦/୦୬ : ମାସେ ନପୂରୁଣୁ ଆଉ ଏକ ଘଟଣା । ଚୋରି ଅଭିଯୋଗରେ ଜଣେ ଯୁବକକୁ ପାରାଦୀପରୁ ହାତ, ଗୋଡ଼ ବାନ୍ଧି ମାଡମାରି ଟ୍ରକ ଡାଲାରେ ଅପହରଣ କରି ନେଉଥିଲେ । ତେବେ ମାର୍ଶାଘାଇ ହଜାରୀ ଛକ ନିକଟରୁ ଯୁବକକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମାର୍ଶାଘାଇ ପୋଲିସ ଜିମା ଦେଇଛନ୍ତି । ଖବର ପାଇ ପାରାଦୀପ ଲକ ଥାନା ପୋଲିସ ଯୁବକ ମିଥୁନ ମଲ୍ଲିକ ଉଦ୍ଧାର କରିଛି । ଏହାସହ ଅଭିଯୁକ୍ତ ଡ୍ରାଇଭରକୁ ଅଟକ […]

ଅପରାଧ ରାଜ୍ୟ

ପୋଲିସକୁ ଚକ୍‌ମା ଦେଇ ହାଜତରୁ ଫେରାର ହୋଇଗଲା ବ୍ରାଉନସୁଗାର ବେପାରୀ

ଜଳେଶ୍ବର ୨୦।୬: ପୋଲିସକୁ ଚକ୍‌ମା ଦେଇ ବ୍ରାଉନସୁଗାର ବେପାରୀ ଫେରାର । ଥାନା ହାଜତରେ ଥିବା ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଥାନା ହାଜତରୁ ଫେରାର ହୋଇଯାଇଛି । ପୋଲିସ ମୁକ୍ତାରକୁ ଖୋଜିବାକୁ ଛାନଭିନ୍ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ଦ୍ବାରା ଗତ ଶନିବାର ଦିନ ଜଳେଶ୍ବର ପଶ୍ଚିମବାଡ ରାସ୍ତା ଚୈତନ ସାହୁ ଛକ ନିକଟରୁ ମୁକ୍ତାର ଖାନ୍ ନାମକ ବ୍ରାଉନସୁଗାର […]

ଅପରାଧ ଦେଶ ବିଦେଶ

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ମ୍ୟୁଜିକ କନସର୍ଟ ବାହାରେ ଆଖିବୁଜା ଗୁଳିମାଡ

ନୂଆଦିଲ୍ଲୀ ୨୦/୦୬: ଆମେରିକାରେ ଥମୁନି ଗୁଳିକାଣ୍ଡ । ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ଅନେକ ମୃତଦାହ ହୋଇଥିବା ଖବର ମିଳିଛି । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀ ମଧ୍ୟ ଥିବା ସୂଚନା ମିଳିଛି । ତେବେ ଯେଉଁ ସ୍ଥାନରେ ଗୁଳିକାଣ୍ଡ ହୋଇଛି ସେଠାରୁ ଅଳ୍ପଦୂରରେ ଏକ ମ୍ୟୁଜିକ କନସର୍ଟ ହେଉଥିଲା । ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ […]

ଅପରାଧ ରାଜ୍ୟ

ଜନ୍ମପରେ ନବଜାତକକୁ ଫୋପାଡିଦେଲେ, ନାଳରୁ ଉଦ୍ଧାର ହେଲା ଶିଶୁ ପୁତ୍ର

ଯାଜପୁର ୨୦/୦୬: ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ । ସୁଚାନୁଯାୟୀ ଆଜି ସକାଳ ସମୟରେ ଗ୍ରାମର କିଛି ମହିଳା ସେହିବାଟ ଦେଇ ଯାଉଥିବା ବେଳେ ଶିଶୁଟି ନାଳରେ ପଡିଥିବା ଦେଖିଥିଲେ । ମହିଳା ମାନେ ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଥିବା ମଧ୍ୟ ଜଣାପଡିଛି । ତେବେ ଏହି ଶିଶୁଟି କାହାର […]

ଅପରାଧ ରାଜ୍ୟ

ଓଡିଶାରୁ ପଶ୍ଚିମବଙ୍ଗକୁ ହେଉଥିଲା ଗୋ-ଚାଲାଣ: ୬୦ରୁ ଅଧିକ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଜଳେଶ୍ୱର ୨୦/୦୬: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ଗୋରୁ ବୋଝେଇ ୧୦ଚକିଆ ଟ୍ରକ ଜବତ ହେବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି । ଟ୍ରକରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ପ୍ରତେକ ଦିନ ଶହ ଗୋରୁ ଟ୍ରକ ମାଧ୍ୟମରେ ଓଡିଶାରୁ ପଶ୍ଚିମ ବେଙ୍ଗକୁ ଚୋରା ହେଉଥିବା ବେଳେ ରାଜଘାଟ ଠାରେ ପୋଲିସର ନାକା ପଏଣ୍ଟ ଥାଇ ମଧ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଦିଶାଙ୍କ ବୋଲ୍ଡ ଲୁକ୍‌ ଦେଖି ଦିୱାନା ହେଲେ ଫ୍ୟାନ୍ସ, କହିଲେ- ବଲିଉଡ୍‌ର ବିକିନି ଗର୍ଲ

ନୂଆଦିଲ୍ଳୀ ୨୦।୦୬ : ଦିଶା ପାଟାନି ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। ଫିଲ୍ମରେ ଯେଉଁଭଳି ବି ଭୂମିକା ନିଅନ୍ତୁ ନା କାହିଁକି ସେ ସବୁ ଆଡେ ତାଙ୍କ ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନୟ ବ୍ୟତୀତ ଦିଶା ପାଟାନି ତାଙ୍କ ଗ୍ଲାମରସ୍ ଲୁକ୍ ଷ୍ଟାଇଲ୍‌ ଏବଂ ଷ୍ଟଣ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ବାସ୍ତବ ଜୀବନ ସହିତ, ଦିଶାଙ୍କ ଅଧିକାଂଶ ବୋଲ୍ଡ ଲୁକ୍‌କୁ ପ୍ରଶଂସକମାନେ ପରଦାରେ ମଧ୍ୟ ଦେଖନ୍ତି। ସୋସିଆଲ ମିଡିଆରେ ଦିଶା ବହୁତ ଆକ୍ଟିଭ୍। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୨ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୦/୦୬: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ମିଳିନି ମୃତକଙ୍କ ପରିଚୟ

ବିନିକା ୨୦।୬: ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ନିକଟରେ ଥିବା ଡୁଗୁମାଳି ଜଙ୍ଗଲରୁ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣୀ ନିକଟରେ ଥିବା ଡୁଗୁମାଳି ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗନ୍ନାଥ ପ୍ରେମୀଙ୍କ ଭକ୍ତିକୁ କୁଠାରଘାତ, ଇସ୍କନ ଜାରି କଲା ମହାପ୍ରଭୁଙ୍କ ଅନବସରର ବ୍ୟଙ୍ଗ ଚିତ୍ର: ଶ୍ରୀମନ୍ଦିର ସେବାୟତଙ୍କ ବିରୋଧ

ପୁରୀ,୨୦/୦୬: ମହାପ୍ରଭୁଙ୍କ ଅନବସର ନେଇ ଇସ୍କନ ପକ୍ଷରୁ ଜାରି ହୋଇଥିବା ଏକ ବ୍ୟଙ୍ଗଚିତ୍ରକୁ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଛନ୍ତି । ଏହି ଚିତ୍ରରେ ମହାପ୍ରଭୁଙ୍କୁ ଅଟହାସ୍ୟ କରିବା ଭଳି ଦୃଶ୍ୟ ରହିଛି । ଏହି ଆପତ୍ତିଜନକ ଚିତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହୋଇଛି । ଏହା ଦେଖିବା ପରେ ପ୍ରତିହାରୀ ସେବାୟତ ଦାମ ପ୍ରତିହାରୀଙ୍କ ସମେତ ଅନ୍ୟ ସେବାୟତମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ, ରାଜ୍ୟ ୫-ଟି ସଚିବଙ୍କୁ ବ୍ୟଙ୍ଗ ଚିତ୍ରଟିକୁ ଟୁଇଟ୍‌ କରିବା ସହ ପ୍ରତିବାଦ […]