ଅପରାଧ ରାଜ୍ୟ

ପୋଲିସକୁ ଚକ୍‌ମା ଦେଇ ହାଜତରୁ ଫେରାର ହୋଇଗଲା ବ୍ରାଉନସୁଗାର ବେପାରୀ

ଜଳେଶ୍ବର ୨୦।୬: ପୋଲିସକୁ ଚକ୍‌ମା ଦେଇ ବ୍ରାଉନସୁଗାର ବେପାରୀ ଫେରାର । ଥାନା ହାଜତରେ ଥିବା ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଥାନା ହାଜତରୁ ଫେରାର ହୋଇଯାଇଛି । ପୋଲିସ ମୁକ୍ତାରକୁ ଖୋଜିବାକୁ ଛାନଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ଦ୍ବାରା ଗତ ଶନିବାର ଦିନ ଜଳେଶ୍ବର ପଶ୍ଚିମବାଡ ରାସ୍ତା ଚୈତନ ସାହୁ ଛକ ନିକଟରୁ ମୁକ୍ତାର ଖାନ୍ ନାମକ ବ୍ରାଉନସୁଗାର ବେପାରୀ ଗିରଫ ହୋଇଥିଲା । ତା ନିକଟରୁ ଶହେ ଗ୍ରାମରୁ ଅଧିକ ବ୍ରାଉନସୁଗାର ସହ ଏକ ସ୍କୁଟି ଜବତ କରିଥିଲା ପୋଲିସ । ପଚରାଉଚରା ପାଇଁ ମୁକ୍ତାରକୁ ଥାନାରେ ଅଟକ ରଖିଥିଲା ପୋଲିସ । ପୂର୍ବରୁ ତା ନାଁରେ ଜଳେଶ୍ବର ଥାନା, ବସ୍ତା ଥାନା, ରୁପ୍ସା ଥାନାରେ ଅନେକ ମାମଲା ରହିଛି । ପୋଲିସ ହାଜତରେ ଥିବାବେଳେ ରବିବାର ବିଳମ୍ବିତ ରାତିରେ ପୋଲିସକୁ ଚକ୍‌ମା ଦେଇ ଖସି ପଳାଇଥିଲା ମୁକ୍ତାର । ମୁକ୍ତାରକୁ ଖୋଜିବା ପାଇଁ ପୋଲିସ ଚାରିଆଡେ ଛାନଭିନ୍ ଜାରି ରଖିଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଛାଉଣୀ ମଧ୍ୟରୁ ବ୍ରାଉନସୁଗାର ବେପାରୀ କେମିତି ଖସି ପଳାଇଲା ? ନା ତାକୁ କେହି ଜାଣିଶୁଣି ଖସାଇ ଦେଇଛି ତାହା ଏବେ ତଦନ୍ତ ସାପେକ୍ଷ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।