ଭାଇ ଭଉଣୀଙ୍କ ତ୍ୟାଗର କାହାଣୀ ‘ଓମ୍ ସ୍ୱାହା’
ସିଆର୍ ଏଣ୍ଟର୍ଟେନ୍ମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ୍ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ଏଥି ସହିତ ସିଆର ଏଣ୍ଟର୍ଟେନ୍ମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦେଶକ ଦିଲ୍ଲୀପ ପଣ୍ଡା, […]