ରାଜ୍ୟ ସ୍ୱାସ୍ଥ୍ୟ

ହଟସ୍ପଟ୍ ମୁହାଁ ରାଜଧାନୀ: ବିମାନ ବନ୍ଦରରେ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ଦେଶର ଚିନ୍ତା ବଢ଼ାଇ ଦେଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ ଆଣ୍ଟ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି(ଆଇଜିଆଇବି)ଙ୍କ କହିବା କଥା ଯେ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରୀକ୍ଷା କରାଉଥିବା ପ୍ରତି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ ଆଇଜିଆଇବିରେ ପ୍ରତିଦିନ ୧୫ରୁ ୨୦ଟି ନମୁନା ଅନୁକ୍ରମ କରାଯାଉଛି । […]

ଦେଶ ବିଦେଶ ମନୋରଞ୍ଜନ

ନୋରା ଫତେହିଙ୍କ କାର ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଅଭିନେତ୍ରୀଙ୍କ ଲଗ୍ଜରୀ ଗାଡି

ନୂଆଦିଲ୍ଲୀ ୨୩/୧୨: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଅଭିନେତ୍ରୀଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେବେ ଦୁର୍ଘଟଣା ଘଟିଥିବା ବେଳେ ନୋରା କାରରେ ନଥିଲେ। ଏକମାତ୍ର ତାଙ୍କର ଡ୍ରାଇଭର କାରରେ ଥିଲେ। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମୟରେ ଅଭିନେତ୍ରୀ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ତାଙ୍କ ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ର ପ୍ରମୋସନାଲ ଇଭେଣ୍ଟରେ ଥିଲେ। କିନ୍ତୁ ଉଭୟ ଷ୍ଟାର୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କର୍କଟ ରୋଗର ଆଶଙ୍କାକୁ ଦୁର କରିଥାଏ କଳା ଗାଜର, ଜାଣନ୍ତୁ ଏହାର ଅନ୍ୟ ଫାଇଦା

ନୂଆଦିଲ୍ଲୀ ୨୩/୧୨: ଶୀତଦିନେ ଆପଣ ଲାଲ୍ ଗାଜର ନିଶ୍ଚିନ୍ତ ଖାଉଥିବେ, କିନ୍ତୁ ଏହି ଋତୁରେ ଆପଣଙ୍କ ଖାଦ୍ୟରେ କଳା ଗାଜର ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ। କଳା ଗାଜରର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଳା ଗାଜରରେ ଫାଇବର, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି, ମାଙ୍ଗାନିଜ୍ ଏବଂ ଭିଟାମିନ୍-ବି ପରି ପୋଷକ ତତ୍ତ୍ୱ ରହିଥାଏ। ଏହାର କଳା ରଙ୍ଗ ମୁଖ୍ୟତଃ ଆଣ୍ଟୋସିୟାନିନର ଅଧିକ ପରିମାଣ କାରଣରୁ ହୋଇଥାଏ। ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ […]

ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷରେ କେମିତି ଜିତି ହେବ ସିରିଜ୍ ?ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ

ନୂଆଦିଲ୍ଲୀ,୨୨/୧୨: ନେତୃତ୍ୱ ବିବାଦ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ପହଁଚିଛି । ଉଭୟ ଦଳ ପ୍ରଥମେ ଟେଷ୍ଟ୍ ସିରିଜ ଓ ପରେ ଦିନିକିଆ ସିରିଜ ଖେଳିବେ । ଟିମ୍ ଇଣ୍ଡିଆ ଟେଷ୍ଟ ରେକର୍ଡ ଦକ୍ଷିଣ ଆଫ୍ରିକାରେ ସେତେଟା ଭଲ ନାହିଁ । ଦଳ ଏଠାରେ ଗୋଟିଏ ହେଲେ ସିରିଜ ଜିତିନାହିଁ । ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ୍ ସିରିଜ ଜିତି ଇତିହାସ ରଚିବାକୁ ଚାହିଁବ ।ସିରିଜ୍ କିପରି ଜିତିହେବ ସେନେଇ ଖେଳାଳିଙ୍କୁ ଗୁରୁମନ୍ତ୍ର […]

ଦେଶ ବିଦେଶ ମନୋରଞ୍ଜନ

କେଜିଏଫ୍‌କୁ ପଛରେ ପକାଇଲା ପୁଷ୍ପା , ବକ୍ସ ଅଫିସ୍‌ରେ କରୁଛି ଧମାଲ …

ନୂଆଦିଲ୍ଳୀ ୨୩।୧୨ : କରୋନା ମହାମାରୀକୁ ଦୃଷ୍ଟି ରଖା ଯାଇ ସିନେମା ହଲ ଗୁଡିକ ଖୋଲା ଯାଇଥିଲା । ସେଥିରୁ ବାକି ଥିବା ଅନେକ ଫିଲ୍ମ ରିଲିଜ୍‌ ହୋଇଥିଲା। କେତେକ ବଡ ବଜେଟ୍‌ର ଫିଲ୍ମ ରିଲିଜ୍‌ ହେବା ମାତ୍ର ହଲ୍‌ରେ ଧମାଲ କରୁଛି । କିନ୍ତୁ ନିକଟରେ ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଜାନୁଆରୀରେ ଆସିବ ତୃତୀୟ ଲହର ! ବିଶେଷଜ୍ଞ କଲେ ଦାବି : ଜାଣନ୍ତୁ କେତେ ଭୟଙ୍କର ହେବ ଓମିକ୍ରନ

ନୂଆଦିଲ୍ଲୀ,୨୨/୧୨: ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବିଶେଷଜ୍ଞମାନେ ତୃତୀୟ ଲହର ଆସିବା ନେଇ ଅନୁମାନ କରିଛନ୍ତି । ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏହାପରେ ଏହି ଭାରିଆଣ୍ଟ ପ୍ରାୟ ୧୦୦ରୁ ଅଧିକ ଦେଶରେ ମାଡି ସାରିଛି । ୟୁରୋପୀୟ ଦେଶରେ ଏହି ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତର କିଛି ରାଜ୍ୟରେ ନୂଆ ଭାରିଆଣ୍ଟ କବଳରେ ଅଧିକ ବ୍ୟକ୍ତି ସଂକ୍ରମିତ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବଡ଼ କଂପାନି ସହ କାମ କରିବା ପାଇଁ ପ୍ରସ୍ତାବ ଆସିବ। କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ବାହନ କିଣିବା ଯୋଗ ଅଛି। ବୃଷ: ସ୍ଥଗିତ କାମ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ବାହାରିବ। ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ, ଦିଗୁଣା ଲାଭ ହେବ। ମିଥୁନ: ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ନିଜ କାର୍ଯ୍ୟସୂଚୀରେ ସକାରାତ୍ମକ ପରିବର୍ତ୍ତନ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା […]

କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’, ଦାନଦକ୍ଷିଣା କବଳରୁ ମୁକ୍ତ ହୋଇପାରିନି ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ଭିତରେ ଆଦାୟ ହୋଇପାରିବନି ଦାନଦକ୍ଷିଣା। ତିନିବର୍ଷ ତଳେ ଏହି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ଆଦେଶର ଅନୁପାଳନ ପାଇଁ ବି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ବଦଳିନି ସ୍ଥିତି। ଏବେ ବି ଖୋଲାଖୋଲି ଶ୍ରୀମନ୍ଦିର ବାହାରେ ଓ ଭିତରେ ଦାନଦକ୍ଷିଣା ଆଦାୟ ହେଉଛି। ଅରୁଣସ୍ତମ୍ଭରୁ ଗରୁଡ଼ସ୍ତମ୍ଭ, ସବୁଠି ଏକାଧିକ ଥାଳି ପଡ଼ୁଛି। ବେତମାଡ଼ କରି ଦାନଦକ୍ଷିଣା ଆଦାୟ ହେଉଛି। ଯାହା ଭକ୍ତଙ୍କ ମନରେ ଅସନ୍ତୋଷ ଭରିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ଆଉଟଡୋର ରୋଗୀ ସେବା ବ୍ୟାହତ

କଟକ: ଏସସିବି ମେଡିକାଲଠାରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଛି। ନିଟ୍ ପିଜି କାଉନସେଲିଂରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରି ଫୋରଡାସ ଓ ଫିଆମାକୁ ସମର୍ଥନ କରି ପିଜି ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ଛାତ୍ର। କାର୍ଯ୍ୟ ବନ୍ଦ ଯୋଗୁ ଏସସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବ୍ୟାହତ ହୋଇଛି। ନିଟ୍ ପିଜି ୨୦୨୧ ଛାତ୍ରଛାତ୍ରୀ ଆଡ଼ମିସନ କରିବାରୁ ବଞ୍ଚିତ ରହିଥିବାବେଳେ ଚଳିତବର୍ଷ ପାଇଁ ଆଡ଼ମିସନ ତାରିଖ ପ୍ରକାଶ ପାଇଛି। […]

ଦେଶ ବିଦେଶ ମନୋରଞ୍ଜନ

‘ମଧୁବନ’ କୁ ନେଇ ବିବାଦରେ ସନ୍ନି ଲିଓନି, ହିନ୍ଦୁ ଧର୍ମକୁ ଆଘାତ କରୁଥିବା ନେଇ ଆସିଲା ଅଭିଯୋଗ

ବଲିଉଡର ଗ୍ଲାମରସ ଡିଭା ସନ୍ନି ଲିଓନି ନିଜର ନୂଆ ଗୀତ ‘ମଧୁବନ’କୁ ନେଇ ବିବାଦ ଘେରରେ । ୨୨ ଡିସେମ୍ବରରେ ରିଲିଜ ହୋଇଥିବା ତାଙ୍କର ଡାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚାରେ ସନ୍ନି ଲିଓନି । ସନ୍ନିଙ୍କ ଏହି ନୂଆ ଗୀତକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସୋସିଆଲ ମିଡିଆରେ ତାଙ୍କର ଏହି ଗୀତକୁ ନେଇ ଟ୍ରୋଲ କରୁଛନ୍ତି ୟୁଜର୍ସ । ଅଭିଯୋଗ ହୋଇଛି ଗୀତ ଜରିଆରେ ସନ୍ନି ଲିଓନି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଉଛନ୍ତି […]