ପର୍ଯ୍ୟଟନ ରାଜ୍ୟ

ବଡ଼ ଦିନର ମଜା: ଶାନ୍ତିସ୍ତୂପରେ ୧୦ ହଜାର ପର୍ଯ୍ୟଟକ

ଧଉଳି: ବଡ଼ଦିନ ଅବସରରେ ଆଜି ଧଉଳି ଶାନ୍ତସ୍ତୂପରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ଗହଳି ଲାଗି ରହିଥିଲା। ଆଜି ଦିନରେ ସର୍ବାଧିକ ୧୦ ହଜାର ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିଥିବା ଜଣାଯାଇଛି। ସେହି ଅନୁସାରେ ଆଜି ଦିନକ ମଧ୍ୟରେ ଯଥାକ୍ରମେ ସଟଲ୍‌ ବସ୍‌ରୁ ପର୍ଯ୍ୟଟକମାନଙ୍କ ଯିବା ଆସିବା ଫି’ ୨୨ ହଜାର, ଦୁଇ ଚକିଆ ଗାଡ଼ିରୁୁ ୫ ହଜାର ଏବଂ ଚାରିଚକିଆ ଗାଡ଼ି ପାର୍କିଂ ଫି’ ବାବଦରେ ୧୯ […]

ଦେଶ ବିଦେଶ ମନୋରଞ୍ଜନ

୫୬ ବର୍ଷୀୟ ଦବଙ୍ଗ ଖାନ ସରୋଗେସି ଜରିଆରେ ହେବାକୁ ଯାଉଛନ୍ତି ପିତା ! କହିଲେ ନିଜ ମନର କଥା

ନୂଆଦିଲ୍ଲୀ ୨୬।୧୨ : ବର୍ତ୍ତମାନ ବଲିଉଡ୍‌ରେ ସରୋଗେସି ମାଧ୍ୟମରେ ପିତାମାତା ହେବା ଏକ ଟ୍ରେଣ୍ଡ ଚାଲିଛି । ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀମାନେ ସରୋଗେସି ମାଧ୍ୟମରେ ପିତାମାତା ହେବାକୁ ଚେଷ୍ଟା କରୁଛନ୍ତି । ନିକଟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ୨ ସନ୍ତାନକୁ ଜନ୍ମ ଦେଇଥିଲେ, ଯେଉଁଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ହୋଇଛି। ଏହା ବ୍ୟତୀତ ବଲିଉଡ୍‌ର ଅମୀର ଖାନଙ୍କ ପତ୍ନୀ କିରଣ ରାଓ, ଶାହରୁଖ ଖାନଙ୍କ ପତ୍ନୀ […]

ଦେଶ ବିଦେଶ ମନୋରଞ୍ଜନ

ମାଧୁରୀଙ୍କୁ ନେଇ ଗୋବିନ୍ଦା କଲେ ଖୁଲାସା, କହିଲେ- ମୁଁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲି କିନ୍ତୁ…

ନୂଆଦିଲ୍ଲୀ୨୫।୧୨ : ବଲିଉଡ୍‌ ଇଣ୍ଡଷ୍ଟିର ଧକ୍‌ଧକ୍‌ ଗାର୍ଲ ଭାବେରେ ମାଧୁରୀ ଦୀକ୍ଷିତ ପ୍ରସିଦ୍ଧ । ମାଧୁରୀ ଦୀକ୍ଷିତ ବଲିଉଡର ଏପରି ଜଣେ ହିରୋଇନ୍, ଯାହାର କେବଳ ଅଭିନୟ ନୁହେଁ ସମଗ୍ର ବିଶ୍ୱର ତାଙ୍କ ସୌନ୍ଦର୍ଯ୍ୟ ଏବଂ ହସକୁ ନେଇ ବେଶ୍‌ ଚର୍ଚ୍ଚା । ତାଙ୍କ ସହ ତାଙ୍କ ଫିଲ୍ମ ମଧ୍ୟ ହିଟ୍‌ ରହିଛି । ତାଙ୍କ ଡ୍ୟାନ୍ସରେ ସବୁ ଦିୱାନ । ମାଧୁରୀଙ୍କ ପ୍ରଶଂସକମାନେ ନୁହେଁ କି ସାଧାରଣ ଲୋକ ନୁହଁନ୍ତି ବଲିଉଡର ତାରକା ମଧ୍ୟ ଅଟନ୍ତି। […]

ପର୍ଯ୍ୟଟନ ରାଜ୍ୟ

ବିକାଶର ଆଢୁଆଳରେ ଡଗରା ବେଳାଭୂମି, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଜଳେଶ୍ୱର, ୨୫/୧୨: ଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନାଲି କଙ୍କଡା ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିଥାଏ । କିନ୍ତୁ ବିକାଶ ଅଭାବରୁ ପର୍ଯ୍ୟଟକ ଏଠାକୁ ଆସିବାକୁ ନାରାଜ । ବିସ୍ତୀର୍ଣ୍ଣ ସବୁଜ ଝାଉଁ ଜଙ୍ଗଲ ଶୋଭା ସହିତ ନାଲି କଙ୍କଡାର ଲୁଚକାଲି ଖେଳ ଏବଂ ସୁବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିର ରମଣୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ବର୍ଷକ ଯାକ ପର୍ଯ୍ୟଟକମନଙ୍କର ସୁଅ ଛୁଟିଥାଏ । ତେବେ ବିକାଶ ଠପ୍ ଥିବାରୁ ପର୍ଯ୍ୟଟକ ମୁହଁ ଏଠାରୁ ଫେରାଇ […]

କଳା ଓ ସଂସ୍କୃତି ରାଜ୍ୟ

କଟକଣା ପାଇଁ ବଦଳିଗଲା ବଡ଼ଦିନ ପାଳନ ଧାରା: ସଂଧ୍ୟାରୁ ସବୁ ସାରିଦେଲେ

ଭୁବ‌ନେଶ୍ବର : ବିଏମ୍‌ସିର କଟକଣା ପାଇଁ ବଦଳିଗଲା ବଡ଼ଦିନ ପାଳନର ଧାରା। ମଧ୍ୟରାତ୍ରି ପରିବର୍ତ୍ତେ ସଂଧ୍ୟାରୁ ସଂଧ୍ୟାରୁ ସରିଗଲା ସବୁ କାର୍ଯ୍ୟକ୍ରମ। ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ସହରର ବିଭିନ୍ନ ଚର୍ଚ୍ଚ ନିକଟରେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିବା ସହ ଯୀଶୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଥିଲା ଚର୍ଚ୍ଚ। ଖ୍ରୀଷ୍ଟମାସ ଲ୍ୟାମ୍ପ, ଜିଙ୍ଗଲ ବେଲ୍‌, ଖ୍ରୀଷ୍ଟମାସ୍‌ ଟ୍ରି ଚର୍ଚ୍ଚର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା। ଭକ୍ତଙ୍କ ଗହଣରେ ଫାଦର୍‌ ପ୍ରଭୁ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନା ନେଇ ଆଗକୁ ବଢ଼ିବେ। ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ବୃଷ: ବିବାଦଠୁଁ ଦୂରରେ ରୁହନ୍ତୁ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ମିଥୁନ: କାରବାର ସମ୍ବନ୍ଧରେ କୌଣସି ଜରୁରୀ କାମ ପୂରା ହୋଇଯିବ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ପାରିବାରିକ ଜୀବନ ସୁଖକର ହେବ। କର୍କଟ: ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ଭଲ […]

ପର୍ଯ୍ୟଟନ ରାଜ୍ୟ

ପରିବେଶ ଓ ବନ୍ୟପ୍ରାଣୀ ଆଇନାରେ ୨୦୨୧: ଭୂସ୍ୱର୍ଗରେ ବିଦେଶୀ ପକ୍ଷୀ

ଏବର୍ଷ ବି ବିଦେଶାଗତ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଛି ଚିଲିକା। ଜାନୁଆରି ମାସରେ ହୋଇଥିବା ପକ୍ଷୀ ଗଣନା ଅନୁଯାୟୀ ଚିଲିକାକୁ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ। ଶୀତ ଆରମ୍ଭ ହେବା କ୍ଷଣି ବର୍ଷ ଶେଷ ଆଡ଼କୁ ପୁଣିଥରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଚିଲିକାକୁ ପ୍ରାୟ ୪ ଲକ୍ଷ ପକ୍ଷୀ ଆସିଥିବା ବନ ବିଭାଗ ସୂଚନା ଦେଇଛି। ୨୦୨୧ ପ୍ରାରମ୍ଭରେ ଓଡ଼ିଶାର ଅନ୍ୟତମ ଆକର୍ଷଣ ଭିତରକନିକାକୁ […]

ରାଜ୍ୟ ଲାଇଫ୍ ଷ୍ଟାଇଲ

ବିଛଣାରେ ଦୁଇ ଭେଣ୍ଡିଆ ପୁଅ: ସାହା ଖୋଜୁଛନ୍ତି ଶାରଦା

ଡେରାବିଶ: ଜନ୍ମ ପରଠୁ ଏଗାର ବର୍ଷ ଯାଏ ଖେଳୁଥିଲେ, ଦୌଡ଼ୁଥିଲେ, ସ୍କୁଲ ବି ଯାଉଥିଲେ। ସବୁକିଛି ଠିକ୍‌ ଥିଲା। ହଠାତ୍ ଦୁହିଁଙ୍କ ଗୋଡ଼, ହାତ ଥରିଲା। ଡାକ୍ତର ଦେଖାଇ ଚିକିତ୍ସା ଆରମ୍ଭ ହେଲା। ଔଷଧ ଖାଇଲେ। କିଛି ଦିନ ଭିତରେ ହାତ, ଗୋଡ଼ ପୋଲିଓ ହେବା ପରି କାଠି ହେବା ସହ ବଙ୍କା ହୋଇଗଲା। ଦୁଇ ଭାଇ ଅକର୍ମଣ୍ୟ ହୋଇ ବିଛଣାରେ ପଡ଼ିଗଲେ। ଡେରାବିଶ ବ୍ଲକ୍‌ ଗୋଲରାହାଟ ପଞ୍ଚାୟତ ଦୁମୁକାହାଟ ଗ୍ରାମର ଶାରଦା ପ୍ରସନ୍ନ କରଙ୍କ ଭାଗ୍ୟରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଆତଙ୍କବାଦୀ ଉପରେ ଶକ୍ତ ପ୍ରହାର, ଶୋପିଆନରେ ୨ ଆତଙ୍କୀ ନିହତ

ଶ୍ରୀନଗର ୨୫/୧୨: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି । ଦୁଇ ଦିନ ମଧ୍ୟରେ ସୁରକ୍ଷା ବାହିନୀକୁ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଶୋପିଆନ୍, ଅନନ୍ତନାଗ ଏବଂ ବଡଗାମର ସମସ୍ତ ତିନୋଟି ଜିଲ୍ଲାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିଛନ୍ତି । ସୁରକ୍ଷା ବାହିନୀର କାର୍ଯ୍ୟକଳାପରେ ବହୁ ବିଜେପି ନେତାଙ୍କ ହତ୍ୟାକରିଥିବା ହତ୍ୟାକାରୀଙ୍କୁ ବି ମାରି ଗଡାଇଦିଆଯାଇଛି । ସୂଚନା ଥାଉକି, ଶନିବାର ଏଠାରେ ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀଙ୍କର ମୃତ୍ୟୁ […]

କଳା ଓ ସଂସ୍କୃତି ରାଜ୍ୟ

କପିଳାସ ସମେତ ୨୯ଟି ସ୍ଥାନରେ ୧୪୪ ଧାରା ଜାରି, ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି କଟକଣା

ଢେଙ୍କାନାଳ ୨୫।୧୨: ଓମିକ୍ରନ ପାଇଁ ରାଜ୍ୟରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ସେଲିବ୍ରେସନ ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୋଭିଡ୍ ସଂକ୍ରମଣ ଆଶଙ୍କାରେ କଡା କଟକଣା ଜାରି କରାଯାଇଛି । ୨୫ରୁ ଆସନ୍ତା ୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳରେ ପିକନିକ, ସାଧାରଣ ଦର୍ଶନ ବନ୍ଦ ରହିଛି । ଏହି […]