ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅପ୍ରେଲ ୨୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ଅଫଲାଇନ୍ ପରୀକ୍ଷା ନେଇ ସ୍ପଷ୍ଟ କଲା ବୋର୍ଡ

ଭୁବନେଶ୍ବର ୧୦।୨: ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି ଜୋର ଧରିଥିବା ବେଳେ ଅଫଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ଼ । ଅପ୍ରେଲ ୨୬ରୁ ଅନୁଷ୍ଠିତ ହେବ ସିବିଏସଇ ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଅପ୍ରେଲ ୨୬ରୁ ଟର୍ମ ୨ ବୋର୍ଡ଼ ପରୀକ୍ଷା କରାଯିବ। ଏ ନେଇ ସିବିଶେ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ଅଫଲାଇନ୍‌ରେ ହେବ । ସୂଚୀପତ୍ର ସିବିଏସ୍‌ଇ ୱେବସାଇଟ୍‌ରେ ଅପଲୋଡ୍ କରାଯିବ […]

ମନୋରଞ୍ଜନ ରାଜ୍ୟ ଲାଇଫ୍ ଷ୍ଟାଇଲ

ଭାଲେଣ୍ଟାଇନ୍ ଡେ’ ପାଳିବାକୁ ପୁରୀ ଆସିଥିଲେ ପ୍ରେମୀଯୁଗଳ, ଝଗଡା ହେବାକୁ କଫ୍ ସିରପ୍ ପିଇଦେଲେ ପ୍ରେମିକା

ପୁରୀ ୧୦।୨: ଆଉ ପିଇବିନି ଧନ, ବଞ୍ଚେଇ ଦେ ମତେ… ମରିଯିବି କାଳେ ଧରିପକା ମତେ… ଭାଲେଣ୍ଟାଇନ୍ ସପ୍ତାହ କାଟିବା ପାଇଁ ତାଳଚେରରୁ ପୁରୀ ଆସି ଏକ ହୋଟେଲରେ ରହିଥିଲେ ପ୍ରେମୀଯୁଗଳ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ଜଣକ କଫ୍ ସିରପ୍ ପିଇ ଦେଇଥିଲେ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ପ୍ରେମିକାକୁ ପ୍ରେମିକ ଜଣଙ୍କ ହସପିଟାଲରେ ଆଣି […]

ରାଜ୍ୟ ସ୍ୱାସ୍ଥ୍ୟ

ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୧୦।୨: କୋଭିଡ଼ର ନୂଆ ଭାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଭାରିଆଣ୍ଟ ବିଷୟରେ ଏବେଠୁ କହିବା ବହୁତ ଶୀଘ୍ର ହୋଇଯିବ। ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ ରହିବ । ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ବଦଳିବ । ଅଧିକ ଘାତକ ହେବ କି ନାହିଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ତଥ୍ୟ ନାହିଁ । ପ୍ରାମାଣିକ ତଥ୍ୟ କିଛି ଆସିନାହିଁ । ଏବେଠୁ ତଥ୍ୟକୁ ଅପେକ୍ଷା କରିବା […]

ମନୋରଞ୍ଜନ ରାଜ୍ୟ

ଏହି ସିନେମା ଜୟୀଙ୍କ ଅଭିନୟ ଜୀବନକୁ ଦେଇଥିଲା ନୂଆ ମୋଡ଼: ସଂଳାପ ପାଇଁ ବି ସାଉଁଟିଥିଲେ ଅଜସ୍ର ପ୍ରଶଂସା

ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଅନ୍ୟତମ ସଫଳ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କର ଆଜି ଜନ୍ମଦିନ। ସେ ଜୟୀ ଭାବରେ ଅଧିକ ପରିଚିତ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କୀତ ଏକ ରୋଚକ ପ୍ରସଙ୍ଗ। ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ରୁ ଅଭିନୟ ଆରମ୍ଭ କରିଥିବା ଜୟୀ ରଙ୍ଗମଞ୍ଚରେ ନିଜର ପ୍ରତିଭା ପ୍ରମାଣିତ କରିବା ପରେ ସିନେମାରେ ଅଭିନୟ ପାଇଁ ଆଗ୍ରହୀ ଥିଲେ। ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦେଶକ ଗୌର ଘୋଷ ଜୟୀଙ୍କୁ ‘ସ୍ତ୍ରୀ’ ଫିଲ୍ମରେ ପ୍ରଥମ ସୁଯୋଗ ଦେଇଥିଲେ। ‘ସ୍ତ୍ରୀ’ରେ ଜୟୀ […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ପୁଣି ୨୧ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୧୮କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୧୮କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ଜଣ ମୃତକ ଅଛନ୍ତି। ଅପରପକ୍ଷରେ ଖୋର୍ଦ୍ଧା, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଣେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ, ବାଟ ଚାହିଁ ବସିଛନ୍ତି ବାପା-ମା’

ଉମରକୋଟ ୯।୨: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ସନ୍ଧିମୁଣ୍ଡା ଗ୍ରାମର ପବିତ୍ର ମାଳିଙ୍କ ପୁଅ ବିଦ୍ୟାଧର ମାଳି ଆଜକୁ ଏକ ମାସ ତଳେ ନିଟ୍ ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରିନଥିବା ନେଇ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି । ବିଦ୍ୟାଧର କୋରାପୁଟ କଲେଜରୁ ପିଜି ପାସ୍ ହୋଇଥିବା ବେଳେ ଗତ ଜାନୁୟାରୀ ୨ ତାରିଖ ଦିନ ଜୟପୁର ଯାଇ ଚନ୍ଦାହାଣ୍ଡି ବ୍ଲକ୍ ଚାନ୍ଦଗିରୀ ଗ୍ରାମର ତାଙ୍କ ସାଙ୍ଗ ପାଖରେ ରହି ସକାଳେ ନିଟ୍ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୦୯/୦୨: ବୁଧବାର ଅପରାହ୍‌ଣରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଏହି ବିଶେଷ ନୀତି ପାଇଁ ଅପରାହ୍‌ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଅପରାହ୍‌ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରି ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, […]

ମନୋରଞ୍ଜନ ରାଜ୍ୟ

ପ୍ରଥମ ଥର ପାଇଁ ‘ମାୟାବୀ’ରେ ନଜର ଆସିବେ ଅମ୍ଳାନ୍‌-ଭୂମିକା

‘ଚକ୍ଷୁବନ୍ଧନ’ର ସଫଳତା ପରେ ଅନିଶ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ରଜପର୍ବ ଉପଲକ୍ଷେ ପ୍ରସ୍ତୁତ କରୁଛି ଚଳଚ୍ଚିତ୍ର ‘ମାୟାବୀ’l ଏଥିରେ ପ୍ରଥମ ଥର ପାଇଁ ଅଭିନେତା ଅମ୍ଳାନ ଓ ଅଭିନେତ୍ରୀ ଭୂମିକା ପରସ୍ପର ବିପକ୍ଷର ନାୟକ ଓ ନାୟିକା ସାଜିଛନ୍ତି। ଆମେ ଯାହା ଦେଖୁ ସେ ସବୁ ଯେ ସତ ତାହା ନୁହେଁ ଏଥିରେ କିଛି ମଧୁର ମିଛ ମଧ୍ୟ ଥାଏ। ତୋ ସତ ଆଉ ମୋ ସତ ଲଢ଼େଇ ଭିତରେ ପ୍ରକୃତ ସତଟି ହଜିଯାଏ। ରଙ୍ଗ ଦେଇ କହିବାକୁ ଯାଇ […]

ମନୋରଞ୍ଜନ ରାଜ୍ୟ

ଭାଗ୍ୟର ଭିନ୍ନ ଭାଷା : ଆଇଏଏସ୍‌ ଅଧିକାରୀ ହେବା ଥିଲା ସ୍ବପ୍ନ, ଏବେ ସଫଳ ନାୟିକା-ଗାୟିକା

ମୁମ୍ବାଇ: ଆଠ ବର୍ଷ ତଳେ ଏକ ସଂକ୍ଷିପ୍ତ ଭୂମିକାରୁ ହିନ୍ଦୀ ସିନେ ଜଗତ୍‌ରେ ପାଦ ରଖି ଆଠ ଆଠ ଥର ଜାତୀୟସ୍ତରୀୟ ପୁରସ୍କାର ପାଇଁ ସୁପାରିସ ହେବା ଏବଂ ପାଞ୍ଚଥର ସମ୍ମାନ ହାସଲ କରିଥିବା ଅଭିନେତ୍ରୀ ରାଶି ଖାନ୍ନାଙ୍କ ଜୟଯାତ୍ରା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଥିବ। ବିଶେଷ କରି ତେଲୁଗୁ ଓ ତାମିଲ ଫିଲ୍ମରେ ନିଜର ଆଧିପତ୍ୟ ଜାହିର କରିଥିବା ରାଶି ମଧ୍ୟ ଜଣେ ଉଚ୍ଚକୋଟୀର ଗାୟିକା। ଜୀବନରେ କେବେ ଅଭିନେତ୍ରୀ ହେବାର ସାମାନ୍ୟତମ ଲାଳସା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୭୦ ହଜାରରୁ ଅଧିକ କରୋନା ପଜିଟିଭ୍, ୧୨୧୭ ମୃତ

ନୂଆଦିଲ୍ଲୀ ୦୯/୦୨: ବୋଲ ମାନୁନି କରୋନା । ଦେଶରେ ପୁଣି କରୋନା ବିସ୍ଫୋରଣ । ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ […]