ଧର୍ମ ରାଜ୍ୟ

ଧର୍ମଶାଳାରେ ଅଷ୍ଟାବିଂଶତି ବାର୍ଷିକ ମହୋତ୍ସବ ଓ ରାମ କଥା କାର୍ଯ୍ୟକ୍ରମ ଉଦଘାଟିତ

ଚଣ୍ଡିଖୋଲ ୧୦।୦୪ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆସ୍ଥିତ ମଧୁକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରାମଚରିତ ମାନସ ଅଷ୍ଟାବିଂଶତି ବାର୍ଷିକ ମହୋତ୍ସବ ଓ ରାମ କଥା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଭବ୍ୟ ସମାରୋହକୁ ସନ୍ଥ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ । ଏହାସହ ସଜ୍ଜନ ମଣ୍ଡଳୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ପଣ୍ଡିତ ବିଜୟ କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସନ୍ଥ ସତ୍ୟ ଚୈତନ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨୨୫ ଟଙ୍କାରେ କୋଭାକ୍ସିନ, କୋଭିସିଲ୍ଡ

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଆସନ୍ତାକାଲି (ରବିବାର)ଠାରୁ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ମୂଲ୍ୟ ହ୍ରାସ ନେଇ ଆଜି ଘୋଷଣା ହୋଇଛି। କୋଭିସିଲ୍‌ଡ ଟିକା ପାଇଁ ଲୋକଙ୍କୁ ଆଉ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହି ଟିକାର ମୂଲ୍ୟ ଆଜି ୨୨୫ ଟଙ୍କାକୁ ହ୍ରାସ କରାଯାଇଛି। ଘରୋଇ ହସ୍ପିଟାଲମାନଙ୍କରେ କୋଭିସିଲ୍‌ଡ ୨୨୫ ଟଙ୍କାରେ ଏଣିକି ଉପଲବ୍ଧ ହେବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର […]

ରାଜ୍ୟ ସ୍ୱାସ୍ଥ୍ୟ

ନନ୍ଦନକାନରେ ବାଘ ଛୁଆ ରକି ଅସୁସ୍ଥ; ଚାଲିଛି ଚିକିତ୍ସା

ବାରଙ୍ଗ: ବାଘ ଛୁଆ ରକି ଅସୁସ୍ଥ। ନନ୍ଦ ନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇ ପଡ଼ିଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ ଭେଟନାରୀରେ ଥିବା ଏକ ସୂତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି। ସାଲାଇନ ସହିତ ଆଣ୍ଟିବାୟୋଟିକ୍ ମେଡିସିନ ମଧ୍ୟ ଦିଆଯାଉଛି। ୨୦୨୧ ମାର୍ଚ୍ଚ ମାସ ୨୮ ତାରିଖରେ ବାଘଛୁଆ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ୟୁରୋପରେ ନୂଆ ଲହର: ଦୈନିକ ଦେଢ଼ ନିୟୁତ କୋଭିଡ୍ ସଂକ୍ରମଣ

ନ୍ୟୁୟର୍କ: ଏବେ ବିଶ୍ବରେ ପ୍ରତିଦିନ ଦେଢ଼ ନିୟୁତ ନୂଆ ସଂକ୍ରମଣ ହେଉଛି। ଏସିଆ ମହାଦେଶରେ ବଡ଼ ସଂକ୍ରମଣ ହେଉଛି। ୟୁରୋପରେ ନୂଆ ଲହର ଦେଖାଦେଇଛି। କେତେକ ଦେଶରେ ମୃତ୍ୟୁ ହାର ଅଧିକ ରହୁଥିବା ବି ରିପୋର୍ଟ ମିଳିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି। ପ୍ରାୟ ପ୍ରତି ଚାରିମାସରେ ଗୋଟାଏ ନୂଆ ଭାରିଆଣ୍ଟ ଆତ୍ମପ୍ରକାଶ କରୁଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦ୍‌ବେଗର କାରଣ ପାଲଟିଛି। ତେଣୁ କୋଭିଡ୍-୧୯ ଦୁର୍ବଳ ହୋଇଗଲାଣି […]

ଧର୍ମ ରାଜ୍ୟ

ଆଜି ପବିତ୍ର ଅଶୋକାଷ୍ଟମୀ, ରଥରେ ବସି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର ୦୯।୦୪: ଆଜି ପବିତ୍ର ଅଶୋକାଷ୍ଟମୀ । ଭକ୍ତ ଭଗବାନଙ୍କର ହେବ ଭେଟ । ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ । ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥ ଟଣା । ଖବର ଅନୁଯାୟୀ, ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇ ଯାଇଛି । ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୫ ଦିନ ଧରି […]

ଖେଳ ଦେଶ ବିଦେଶ

କୋରିଆ ଓପନ୍‌ ସେମିରେ ସିନ୍ଧୁ, ଶ୍ରୀକାନ୍ତ

ସୁଞ୍ଚିଅନ୍‌: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା କୋରିଆ ଓପନ୍‌ ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ୨୧-୧୦ ଓ ୨୧-୧୬ରେ ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗ୍‌ବାମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ପରାସ୍ତ କରିଥିଲେ। ବୁସାନାନ୍‌ଙ୍କ ବିପକ୍ଷରେ ସିନ୍ଧୁଙ୍କ ଏହା ୧୭ତମ ବିଜୟ। ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା କୋରିଆର ଆନ୍‌ ସିୟଙ୍ଗଙ୍କ ସହ ହେବ। ସେହିପରି […]

ଖେଳ ରାଜ୍ୟ

ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ହରାଇଲା ଭାରତ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ରେ ଶୁକ୍ରବାର ଘରୋଇ ଭାରତୀୟ ଦଳ ବିଶ୍ବ ମାନ୍ୟତାର ଏକ ନମ୍ବର ନେଦରଲାଣ୍ଡ୍ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଫଳରେ ଏହି ମ୍ୟାଚ୍‌ରୁ ଭାରତ ପୂରା ୩ ପଏଣ୍ଟ୍‌ ପାଇ ୧୫ ପଏଣ୍ଟ୍‌ ସହ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ପରାଜୟ ସତ୍ତ୍ବେ ନେଦରଲାଣ୍ଡ୍‌ସ (୧୭ ପଏଣ୍ଟ୍‌) ପୂର୍ବ ପରି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଭାରତର ଏହା ୭ ମ୍ୟାଚ୍‌ରୁ ପଞ୍ଚମ ବିଜୟ। ଶନିବାର ଉଭୟ ଦଳ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂସାର ଉଜାଡ଼ି ଦେଲା କରୋନା: ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କ ସହ ମହିଳାଙ୍କୁ ତଡ଼ି ଦେଲେ ଶାଶୂଘର ଲୋକ

କଟକ: ସ୍ବାମୀଙ୍କର କରୋନାରେ ଦେହାନ୍ତ ହେବା ପରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ପିଲାଙ୍କ ସହ ଘରୁ ତଡ଼ି ଦେଇଛନ୍ତି ଶାଶୂ ଘର ଲୋକେ। ମହିଳାଙ୍କୁ ତାଙ୍କ ଦିଅର ହତ୍ୟା ଧମକ ଦେଇଛନ୍ତି। ଏଭଳି ଅଭିଯୋଗ ଆଣି ନ୍ୟାୟ ପାଇଁ ମହିଳା ଜଣକ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ପିଲାଙ୍କ ସହିତ ପର ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ସ୍ବାମୀଙ୍କ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ମିଳୁ ନଥିବାରୁ ସେ ସରକାରୀ ସହାୟତା ଓ ସୁବିଧାସୁଯୋଗ ପାଇବାରୁ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ସୋନମଙ୍କ ଘରୁ ଚୋରି, କୋଟି କୋଟି ଅଳଙ୍କାର ସହ ନଗଦ ଟଙ୍କା ଗାଏବ

ନୂଆଦିଲ୍ଲୀ ୦୯।୦୪ : ନିକଟରେ ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ପରିବାରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ସୋନମ ଏବଂ ଆନନ୍ଦ ଅହୁଜାଙ୍କ ଦିଲ୍ଲୀ ସ୍ଥିତ ଘରେ କୋଟି କୋଟି ଟଙ୍କା ଚୋରି ହୋଇଥିବା ନେଇ କୁହାଯାଉଛି। ଆନନ୍ଦଙ୍କ ଜେଜେମା ସରଲା ଅହୁଜା ତୁଗଲାକ୍ ରୋଡ୍ ପୋଲିସ୍ ନିକଟରେ ଅଭିଯୋଗ କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଫେବୃଆରୀରେ […]

ଦେଶ ବିଦେଶ ମନୋରଞ୍ଜନ

ଚାପୁଡା ମାରିବା ପଡିଲା ମହଙ୍ଗା,୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍‌ ହେଲେ ୱିଲ୍ ସ୍ମିଥ୍

ନୂଆଦିଲ୍ଲୀ ୦୯।୦୪ : ହଲିଉଡ ସୁପରଷ୍ଟାର ୱିଲ ସ୍ମିଥଙ୍କୁ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍ କରି ଦିଆଯାଇଛି। ୯୪ ତମ ଏକାଡେମୀ ଆୱାର୍ଡରେ ୱିଲ୍, କ୍ରିସ୍ ରକଙ୍କୁ ମଞ୍ଚରେ ଚାପୁଡ଼ା ମାରିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସର ଆୟୋଜକମାନେ ସେମାନଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏକାଡେମୀର ବୋର୍ଡ ଅଫ୍ ଗଭର୍ନର୍ସ ୱିଲ ସ୍ମିଥଙ୍କ ଦଣ୍ଡାଦେଶ ସମ୍ପର୍କରେ ଏକ ବୈଠକ କରିଥିଲେ। ଯାହା […]