ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବୀଭତ୍ସ ହତ୍ୟା: ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ
ବଲାଙ୍ଗୀର: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫ ବର୍ଷୀୟା ଅଂଜନା ପଟେଲ ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ। ତାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ରକ୍ତ ଜୁଡୁବୁଡୁ […]