ଅପରାଧ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଓୟୁଟିଆର୍‌ର ହେବ ନବକଳେବର, ମାଷ୍ଟରପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)ର ନବକଳେବର ହେବ। କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ଭାବେ ପରିଚିତ ଥିବା ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ କରାଯିବ। ଆସନ୍ତା ୩ ବର୍ଷରେ ତିନୋଟି ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ବର୍ଷରେ ହଜାରେ କୋଟି ଟଙ୍କା ବିନିଯୋଗ ହେବ। ଆଇଆଇଏମ୍‌, ଆଇଆଇଟି ଓ ଏନ୍‌ଆଇଟି ପରି ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ଭଳି […]

ଅପରାଧ ରାଜ୍ୟ

ଖଣି ମାଲିକ ଜିତୁ ପଟ୍ଟାନାୟକଙ୍କ ଘରେ ଇଡିର ରେଡ୍‌, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ

ଭୁବନେଶ୍ୱର ୧୧।୦୫ : ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ରେଡ୍‌ ।ଏକାକାଳୀନ ୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ରେଡ୍। ଖବର ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ରେଡ୍‌ । ଇଡି ପକ୍ଷରୁ ଏହି ସବୁ ସ୍ଥାନଗୁଡିକରେ ଚାଲିଛି ଚଢାଉ । ବୁଧବାର ସକାଳ ୮ଟାରୁ କେନ୍ଦୁଝର ଯୋଡ଼ାରେ ୨ଟି ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଚଢାଉ ଚାଲିଛି ।

ଅପରାଧ ରାଜ୍ୟ

ମହଙ୍ଗା ପଡ଼ିଲା ଫେସ୍‌ବୁକ୍‌ରେ ପାଇଲଟ୍‌ଙ୍କ ବନ୍ଧୁତା: ଉପହାର ଲୋଭରେ ଗଲା ଦେଢ଼ ଲକ୍ଷ

ଭୁବନେଶ୍ବର: ଛଦ୍ମବେଶୀ ପାଇଲଟ୍‌ ସହ ଫେସ୍‌ବୁକ୍‌ରେ ବନ୍ଧୁତା ଯୋଡ଼ିବା ଜଣେ ବିବାହିତା ମହିଳାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଦେଶରେ ରହୁଥିବା ଜଣେ ଓଡ଼ିଆ ପାଇଲଟ୍‌ଙ୍କ ଭଳି ଦାମୀ ଲୋକ ସହ ବନ୍ଧୁତା ଯୋଡ଼ୁଯୋଡ଼ୁ ମହିଳା ଜଣକ ସାଇବର ଠକ ରୢାକେଟ୍‌ରେ ଫସିଯାଇଥିବା ଜଣାପଡ଼ିଛି। ବିଦେଶୀ ମୁଦ୍ରା ଉପହାର ଲୋଭରେ ମହିଳା ଜଣକ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଘଟଣାଟି ଆଜି ଖଣ୍ଡଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ […]

ଅପରାଧ ରାଜ୍ୟ

କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କେନ୍ଦୁ ବିକାଳିଙ୍କ ଉପରେ ମାଡ଼ିଗଲା ଟ୍ରକ, ଦୁଇ ମୃତ

ତେଲକୋଇ, ୧୧/୦୫: କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡ କେନ୍ଦୁ ବିକାଳିଙ୍କ ଉପରେ ମାଡିଗଲା ଟ୍ରକ । ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁ କିଣୁଥିବା ଟ୍ରାକ୍ଟର ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାୁପଡ଼ିଛି ।

ଅପରାଧ ରାଜ୍ୟ

ମାସକରେ ୪୨ ଅପହରଣ: କିଡ୍‌ନାପିଂ ଆଣ୍ଡ୍ ମ୍ୟାନ୍ ମିସିଂ ସେଲ୍ ଦ୍ବାରା ୧୨ ଠାବ

ଭୁବନେଶ୍ବର: ରାତାରାତି ରାଜଧାନୀରୁ ଗାଏବ୍ ହୋଇଯାଉଛନ୍ତି ନାବାଳକ ନାବାଳିକା। ଅନେକ କ୍ଷେତ୍ରରେ ପ୍ରେମଜନିତ ମାମଲା କହି ପୁଲିସ ତଦନ୍ତରେ ଢିଲା ମାରୁଥିବା ବେଳେ ପରିବାରଲୋକ ପୁଅ, ଝିଅକୁ ପାଇବା ଆଶାରେ ସବୁ ଦିନ ଥାନା ଦୁଆରକୁ ଦୌଡ଼ୁଛନ୍ତି। କମିସନରେଟ୍ ପୁଲିସ୍‌ ଦେଇଥିବା ତଥ୍ୟ ଅନୁସାରେ, ଏପ୍ରିଲରେ ରାଜଧାନୀର ବିଭିନ୍ନ ଥାନାରେ ମୋଟ ୪୨ଟି ଅପହରଣ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ପୁଲିସର କିଡ୍‌ନାପିଂ ଆଣ୍ଡ ମ୍ୟାନ୍‌ ମିସିଂ ସେଲ୍‌ ମାତ୍ର ୧୨ଟି ମାମଲାରେ ଉଭୟ ଅପହର୍ତ୍ତା ଓ […]

ଅପରାଧ ରାଜ୍ୟ

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ, ପ୍ରେମିକା କଥା ହେବାକୁ ମନାକରିବାରୁ ମାରିଲା ୩ ଶକ୍ତ ଚାପୁଡ଼ା, ଆଉ ତାପରେ…

ଭୁବନେଶ୍ୱର ୧୧।୦୫: ପ୍ରେମିକ ଚାପୁଡ଼ାରେ ପ୍ରେମିକା ବେହୋସ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ପୋଲିସ ପ୍ରେମିକ ସୁନୀଲ ସେଠୀଙ୍କୁ ଗିରଫ କରିଛି । ସୁନୀଲଙ୍କ ଘର କେନ୍ଦ୍ରାପଡ଼ା ନିକିରେଇ । ସେ ମଞ୍ଚେଶ୍ୱର ଚକେଇସିଆଣିରେ ରହୁଥିଲେ । ପୁଲିସ ସୂଚନା ଅନୁଯାୟୀ, ସୁନୀଲ ଚକେଇସିଆଣିରେ ରହି ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି । ସୋସିଆଲ ମିଡିଆରୁ […]

ଅପରାଧ ରାଜ୍ୟ

ଶତାଧିକ ଶୌଚାଳୟରେ ତାଲା, ଘୋଷଣାରେ ରହିଗଲା ‘ବାହ୍ୟ ମଳମୁକ୍ତ ସହର’

ଭୁବନେଶ୍ବର: ୨୦୧୮ ଡିସେମ୍ବରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ବାହ୍ୟ ମଳମୁକ୍ତ ସହର (ଓଡିଏଫ୍‌) ଭାବେ ଘୋଷଣା ହୋଇଥିଲା। ସହରର ସବୁ ସ୍ଥାନରେ ଶୌଚାଳୟ ହୋଇଛି। ସହରବାସୀଙ୍କ ଶୌଚ ଲାଗି ଗଳି କନ୍ଦିରେ ବ୍ୟବସ୍ଥା କରାଯାଇଛି। ସବୁ ସ୍କୁଲରେ ଶୌଚାଳୟ, ରାସ୍ତାପାର୍ଶ୍ବରେ ପବ୍ଲିକ ଟଏଲେଟ୍‌, ବସ୍ତି ନିକଟରେ କମ୍ପ୍ୟୁନିଟି ଟଏଲେଟ୍‌ ହୋଇଥିବା ନେଇ ବିଏମ୍‌ସି ଅଧିକାରୀମାନେ ବାହାସ୍ଫୋଟ ମାରିଥିଲେ। ଭୁବନେଶ୍ବରକୁ ଓଡିଏଫ୍‌ ସହର କରିବା ପାଇଁ ସହର ମଧ୍ୟରେ ପ୍ରାୟ ୧୬୦୦ ସିଟ୍‌ର ପାଇଖାନା ନିର୍ମାଣ […]

ଅପରାଧ ରାଜ୍ୟ

ସମ୍ପତ୍ତି ଲୋଭରୁ ସର୍ବନାଶ : ମା’କୁ ହତ୍ୟା କରି ପୋଡିଦେଲା ପୁଅ, ସହଯୋଗ କରିଥିଲା ସଂପର୍କୀୟ ଜ୍ୱାଇଁ

କେନ୍ଦ୍ରାପଡ଼ା ୧୦।୦୫ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଅଭାବନୀୟ ଘଟିଛି । ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣକୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି । […]

ଅପରାଧ ରାଜ୍ୟ

ସିମ୍‌ କେଳେଙ୍କାରୀ ଘଟଣା, ମାଲକାନଗିରିରୁ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ୧୧।୦୫ : ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣା। ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଦୀପକ ହେଉଛି ମୋବାଇଲ ସେବା କମ୍ପାନୀର ସେଲ୍‌ସ ମ୍ୟାନେଜର। ଦୁଷ୍ମନ୍ତ କିଣୁଥିବା ସିମ୍‌ ଆକ୍ଟିଭ କରୁଥିଲା ଦୀପକ। ଏହି ଗିରଫଦାରୀକୁ ମିଶାଇ ଗିରଫ ସଂଖ୍ୟା ୫ରେ ପହଞ୍ଚିଲା। ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । […]

ଅପରାଧ ରାଜ୍ୟ

ସ୍ତ୍ରୀର ପରକୀୟା ପ୍ରୀତିରେ କ୍ରୋଧିତ ହୋଇ ଟାଙ୍ଗିଆ‌ରେ ହାଣି ହତ୍ୟା କଲା ସ୍ବାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ସ୍ତ୍ରୀ ନିଜ ବାପ ଘରେ ଶୋଇଥିବା ବେଳେ ସ୍ୱାମୀ ଗତକାଲି ରାତିରେ ଶଶୁର ଘରେ ପଶି ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା। ତେବେ ଆଜି ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ […]