ଅପରାଧ ରାଜ୍ୟ

ଦୁର୍ଘଟଣା ପରେ ଟ୍ରକ୍‌ କ୍ୟାବିନ୍‌ରେ ଫସିଥିଲେ ଡ୍ରାଇଭର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ୱର ୧୬।୦୫ : ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ କ୍ୟାବିନରେ ଫସିଗଲେ ଡ୍ରାଇଭର । ଟ୍ରକରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ ନୂଆନଈ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଟ୍ରକର ଆଗ କ୍ଯାବିନରେ ଫସି ଯାଇଥିଲେ । […]

ଅପରାଧ ରାଜ୍ୟ

ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ପରେ ଫୋପାଡିଦେଇଥିବା ଅନୁମାନ

କରଞ୍ଜିଆ ୧୬/୦୫: କରଞ୍ଜିଆ-ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ । ଯଶୀପୁର ଶିମିଳିପାଳ ରୋଡ଼ ସୁଆଁପାଳ ଗାଁ ନିକଟରେ ପଡିଛି ମୃତଦେହ । ମୃତକ ଜଣକ ହେଉଛନ୍ତି ରରୁଆଁର ଜିତୁ ନାଏକ । ଗତ ୧୨ ତାରିଖରେ ସୁଆଁପାଳକୁ ଏକ ବାହାଘରକୁ ଆସି ଆଉ ଘରକୁ ଫେରି ନଥିଲେ । ଏନେଇ ଏକ ନିଖୋଜ ମାମଲା ଯଶୀପୁର ଥାନାରେ ରୁଜ୍ଜୁ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା […]

ଅପରାଧ ରାଜ୍ୟ

ଭିସୁଟ ଛାତ୍ରବାସରେ ଗଣ୍ଡଗୋଳ, ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଶୃଙ୍ଖଳା କମିଟି

ସମ୍ବଲପୁର ୧୬।୦୫: ଭିସୁଟର ପୁଲହ ଛାତ୍ରବାସରେ ଗଣ୍ଡଗୋଳ । ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ସାଙ୍ଗକୁ ଭଙ୍ଗାରୁଜା କଲେ ଛାତ୍ର । ଘଟଣା ଘଟିବା ପରେ ଶୃଙ୍ଖଳା କମିଟି ବୈଠକ ବସିବା ସହ ସମ୍ପୃକ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଖବର ଅନୁଯାୟୀ, ରବିବାର ରାତି ସମୟର ଇଟିସି ବିଭାଗର ଛାତ୍ର ଗେଟ୍ ସମ୍ମୁଖରେ କୌଣସି କଥାକୁ ନେଇ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳ କରିଥିଲେ । ପରେ ତାହା ଭୟଙ୍କର ରୂପ ଧାରଣ […]

ଅପରାଧ ରାଜ୍ୟ

ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ମାଡ: ମୋବାଇଲ ସହ ଚେନ୍, ମୁଦି ଛଡାଇନେଲେ ଦୁର୍ବୃତ୍ତ

ପୁରୀ ୧୬/୦୫: ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର‌ ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ପ୍ରମେୟ ଖବରକାଗଜର କ୍ରାଇମ୍ ରିପୋର୍ଟର ବିକ୍ରମ ଆଚାର୍ଯ୍ୟ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବିକ୍ରମଙ୍କ ମୁହଁ, ଛାତି ଓ ହାତ ସହ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ‌ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର […]

ଅପରାଧ ରାଜ୍ୟ

ସହିଦ ନଗର ଥାନା ଘେରିଲେ ସଫେଇ କର୍ମଚାରୀ, ମହିଳା ବାସିନ୍ଦା ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର ୧୬।୦୫ : ସହିଦ ନଗର ଥାନା ଘେରିଲେ ବିଏମ୍‌ସି ସଫେଇ କର୍ମଚାରୀ । ମହିଳା ସଫେଇ କର୍ମଚାରୀଙ୍କ ଜଣେ ବାସିନ୍ଦା ପିଟିଥିବା ଅଭିଯୋଗରେ ଥାନା ଘେରାଉ ହୋଇଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ । ମହିଳା ସଫେଇ କର୍ମଚାରୀ ଜଣଙ୍କ ଉପରୁ […]

ଅପରାଧ ରାଜ୍ୟ

ଫେଲ୍ ମାରିଲା ପୋଲିସ, ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ମହିଳା

ସୁନ୍ଦରଗଡ଼ ୧୬।୦୫: ବ୍ରାଉନସୁଗାର କାରବାର ଅଭିଯୋଗରେ ମହିଳାଙ୍କୁ ମାଡ଼ । କିଛି ମହିଳା ଏକାଠି ହୋଇ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ସୁନ୍ଦରଗଡ଼ ଅଞ୍ଚଳର ଏହି ଘଟଣା ଏବେ ପୁରା ଚର୍ଚ୍ଚାକୁ ଆସିଛି । ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ଏକତ୍ରିତ ହୋଇ ମହିଳାଙ୍କୁ ଧରିବା ସହ ମାଡ ମାରିଥିଲେ। ମହିଳା ଜଣକ ଧରିଥିବା […]

ଅପରାଧ ରାଜ୍ୟ

ମେଳଣ ପଡ଼ିଆରେ ଯୁବକଙ୍କ ତଣ୍ଟି କାଟିବା ଘଟଣା, ୨ ଗିରଫ

ଭୁବନେଶ୍ୱର ୧୫।୦୫: ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ମେଳଣ ପଡ଼ିଆରେ ଦୁର୍ବୃତ୍ତ ମାନେ ଜଣେ ଯୁବକଙ୍କ ତଣ୍ଟି କାଟିବା ଘଟଣା । ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ଗତ ୫ ତାରିଖ ରାତିରେ ଶିଶୁପାଳଗଡ଼ ମେଳଣ ଚାଲିଥିବା ବେଳେ ଚିକୁ ପାତ୍ର ନାମକ ଯୁବକଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ ଦୁର୍ବୃତ୍ତ। ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ପୋଲିସ । ଘଟଣାରେ ତଦନ୍ତ କରି ଧଉଳି ଥାନା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଣିକି କାରରେ ଲାଗିବନି କଳା କାଚ, ଲାଗିଲେ ତଣ୍ଡ ଗଣିବେ ଗାଡ଼ି ମାଲିକ

ଭୁବନେଶ୍ୱର ୧୫।୦୫: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ଯଦି କୌଣସି ମାଲିକ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇଲେବୁଲ୍ କେନାଲରେ ଗାଧୋଉଥିଲେ ଯୁବକ, ପାଣିରେ ବୁଡି ଜୀବନ ଗଲା

ଚଣ୍ଡିଖୋଲ, ୧୫/୦୫: ବଡଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଶବର ସାହିରେ ଅଘଟଣ । ଉକ୍ତ ଗ୍ରାମର କଣ୍ଡୁରୀ ଦେହୁରୀଙ୍କ ପୁଅ ଚତୁରା ଦେହୁରୀ (୩୦)ଙ୍କର ହାଇଲେବୁଲ୍ କେନାଲରେ ଗାଧୋଇଲା ବେଳେ ପାଣିରେ ବୁଡି ମୃତ୍ୟୁ ହେଇଛି । ସେ ରାଜ୍ୟ ପନ୍ୟାଗାର ନିଗମରେ ଶ୍ରମିକ ଭାବେ କାମ କରୁଥିଲେ । ଶ୍ରମିକ କାମ ସାରି ଗାଧେଇ ଯାଇଥିବା ବେଳେ କୈଣସି କାରଣରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଚତୁରାଙ୍କର ତିନୋଟି ପିଲା […]

ଅପରାଧ ରାଜ୍ୟ

ପୋଲ ତଳକୁ ଖସିପଡ଼ିଲା ବାଇକ୍, ଦୁଇ ଗୁରୁତର

ସୋର ୧୫।୦୫ : ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ିଲା ବାଇକ୍। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋର ରାଣୀତାଲ-କୁପାରୀ ରାସ୍ତା ଚନ୍ଦନପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଡା ଗାଁର ଶୁଭାଶିଷ ରାୟ ଓ ଦୁଃଖିରାମ ମହାନ୍ତି ଜଳଙ୍ଗ ତେଲ ଟାଙ୍କିରୁ ତେଲ ପକାଇ ଫେରୁଥିଲେ । ହଠାତ୍‌ […]