ଅପରାଧ ଦେଶ ବିଦେଶ

ବିଭିନ୍ନ ପ୍ରଦୂଷଣ ହେତୁ ବର୍ଷକୁ ବିଶ୍ବରେ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି; ତାଲିକାର ଶୀର୍ଷରେ ଭାରତ ଓ ଚୀନ୍‌: ଅଧ୍ୟୟନ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ବର୍ଷକୁ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ପାଇଁ ଏକ ନୂତନ ଅଧ୍ୟୟନ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ଦାୟୀ କରିଛି। ଏଥିରେ ରହିଛି, କାର୍‌, ଟ୍ରକ୍‌ ଏବଂ ଶିଳ୍ପରୁ ନିର୍ଗତ ଅପରିଷ୍କାର ବାୟୁଜନିତ ୫୫% ମୃତ୍ୟୁ। ୨୦୦୦ ମସିହାରୁ ପ୍ରଦୂଷଣ ଉପରେ ଏହି ଅଧ୍ୟୟନ ଚାଲିଥିଲା। ଏହାଛଡ଼ା, ଘର ଭିତରେ ଜଳାଯାଉଥିବା ପାରମ୍ପରିକ ଚୁଲି ଏବଂ ମାନବ ଓ ପ୍ରାଣୀ ବର୍ଜ୍ୟଜନିତ ପ୍ରଦୂଷିତ ଜଳ ଯୋଗୁଁ ମଧ୍ୟ ଅନେକଙ୍କର ମୃତ୍ୟୁ ଘଟୁଛି। ଉପରୋକ୍ତ ୨ଟି କାରଣ […]

ଅପରାଧ ରାଜ୍ୟ

ରାଜଧାନୀରେ ଥମୁନି ଏଟିଏମ୍‌ ଲୁଟ୍‌, ଟେକନିକାଲ ପଦ୍ଧତିରେ ୭ ଲକ୍ଷ ନେଇଗଲେ ଦୁର୍ବୃତ୍ତ !

ଭୁବନେଶ୍ୱର ୧୮।୦୫: ଭୁବନେଶ୍ବରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । କୋଳଥିଆ ଛକ ନିକଟ ୟୁନିୟନ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି । ଟେକନିକାଲ ପଦ୍ଧତିରେ ୭ ଲକ୍ଷ ଟଙ୍କା କାଢି ନେଇଛନ୍ତି ଦୁର୍ବୃତ୍ତ । ୩ଥର ଚେଷ୍ଟା କରିବା ପରେ ଟଙ୍କା କାଢିବାରେ ସକ୍ଷମ ହୋଇଥିଲା ଚୋର । ଏହି ଲୁଟରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ଖଣ୍ଡଗିରି ଥାନାରେ ଏଫଆଇଆର ପରେ ଘଟଣା ସ୍ଥଳ ଯାଇ ଡ଼ିସିପି ଛାନଭିନ କରିଛନ୍ତି […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ

ମୁକୁଳା ଡ୍ରେନ୍‌ରେ ପଡିଛି ମୃତଦେହ, ହତ୍ୟାର କାରଣ ଖୋଜୁଛି ପୋଲିସ

ପୁରୀ ୧୮।୦୫: ମୁକୁଳା ଡ୍ରେନରେ ପଡିଛି ମୃତଦେହ। ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ନାଳରେ ମୃତଦେହ ପଡି ରହିଛି । ମୃତକ ଜଣେ ରିକ୍ସା ଚାଳକ। ସେ ଚନ୍ଦନପୁର ଅଂଚଳର ଗେଡା ସାହୁ। ତେବେ ନାଳରେ ପଡି ସେ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କିଏ ମାରି ଡ୍ରେନରେ ପକାଇଦେଇଛି । ସେନେଇ ସନ୍ଦେହ ସୃଷ୍ଟି ହେଉଛି। ବଡଦାଣ୍ଡରେ ମୁକୁଳା ଡ୍ରେନ ଥିବାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ […]

ଅପରାଧ ରାଜ୍ୟ

ଓଡ଼ିଶା ଦରଦାମ ସ୍ଥିତି ଜାତୀୟ ସ୍ତରଠୁ ଖରାପ: ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୮.୧%

ନୂଆଦିଲ୍ଲୀ: ଦରଦାମ ସ୍ଥିତି ଏବେ ଏକ ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଥିବା ବେଳେ କିଛି ରାଜ୍ୟରେ ଏହି ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ଚାରିଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୯ ପ୍ରତିଶତରୁ ଅଧିକ ହୋଇଯାଇଛି। ଅନ୍ୟ ସାତଟି ରାଜ୍ୟର ମୁଦ୍ରାସ୍ଫୀତି ହାର ୮%ରୁ ଅଧିକ ରହିଛି। ସେହି ତାଲିକାରେ ଓଡ଼ିଶାର ନାମ ରହିଛି। ଏପ୍ରିଲ୍‌ରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୮.୧% ରହିଛି ଯାହା ଜାତୀୟ ହାର ୭.୮ ପ୍ରତିଶତରୁ ଅଧିକ। ଏହି ରାଜ୍ୟଗୁଡ଼ିକୁ ଦରଦାମ୍ ସ୍ଥିତିର […]

ଖେଳ ଦେଶ ବିଦେଶ

ମାର୍ସଙ୍କ ମହତ୍ବପୂର୍ଣ୍ଣ ଅର୍ଦ୍ଧଶତକ, କିଙ୍ଗ୍ସକୁ ହରାଇ ଚତୁର୍ଥରେ କ୍ୟାପିଟାଲ୍ସ

ମୁମ୍ବାଇ: ପ୍ଲେ ଅଫ୍ ପ୍ରଦେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାକୁ ୧୭ ରନ୍‌ରେ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥା‌ନକୁ ଉନ୍ନୀତ ହୋଇଛି। ତା ସହ ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ଆହୁରି ଦୃଢ଼ କରିଛି। ତ୍ରୟୋଦଶ ମ୍ୟାଚ୍‌ରୁ ଦିଲ୍ଲୀର ଏହା ସପ୍ତମ ବିଜୟ ଥିଲା। ଅନ୍ୟପକ୍ଷରେ ସେହି ତ୍ରୟୋଦଶ ମ୍ୟାଚ୍‌ରୁ ସପ୍ତମ ପରାଜୟ ବରଣ କରିଥିବା ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍ ପ୍ରବେଶ […]

ଅପରାଧ ରାଜ୍ୟ

ଛୁଟି ମିଳିଲାନି, ଜୀବନ ହାରିଲେ ଅଗ୍ନିଶମ କର୍ମଚାରୀ: ବୁଡ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ଭଞ୍ଜନଗର ୧୭/୦୫: ଭଞ୍ଜନଗର ଗାଙ୍ଗପୁର ଥାନା ବୁଡ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଦମକଳ ବାହିନୀ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରିଛି ଗାଙ୍ଗପୁର ଥାନା ପୋଲିସ । ମୃତକ ହେଲେ ଦୟାନିଧି ମହନ୍ତ ସେ ଆସିକା ଦମକଳ ବାହିନୀରେ ଡ୍ରାଇଭର ହାବିଲଦାର ରୂପେ କାର୍ଯ୍ୟରତ ଥିଲେ । ଗତ ରାତିରେ ସେ ମାନସିକ ଭାରାକ୍ରାନ୍ତ ହୋଇ ବିଭାଗ ର ଗାଡ଼ିନେଇ ଏହି ବୁଡ଼ାକେନ୍ଦୁ ଜଙ୍ଗଲକୁ ଆସି ଆତ୍ମ ହତ୍ୟା କରିଛନ୍ତି । ଘଟଣା ସ୍ଥଳରେ କିଛି ସୁଇସାଇଡ ନୋଟ୍ […]

ଅପରାଧ ରାଜ୍ୟ

ଅପଡେଟ୍‌ ହେଉନି ବିଏମ୍‌ସି ୱେବ୍‌ସାଇଟ୍‌: ବଦଳି ଗଲେଣି କର୍ପୋରେଟର୍‌, ବଦଳିନି ତାଲିକା

ଭୁବନେଶ୍ବର: ୨୦୧୯ରୁ କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ଶେଷ ହେଲାଣି। ପ୍ରାୟ ତିନି ବର୍ଷ ପରେ ଅର୍ଥାତ୍‌ ଗତ ମାର୍ଚ୍ଚରେ ଭୁବନେଶ୍ବରରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ପୋରେଟର୍‌, ମେୟର୍‌ ନିର୍ବାଚିତ ହୋଇସାରିଲେଣି। କର୍ପୋରେଟରମାନେ ଦାୟିତ୍ବ ଗ୍ରହଣ କରିବାକୁ ବି ଏହା ଭିତରେ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ବିଏମ୍‌ସି ୱେବ୍‌ସାଇଟ୍‌ରେ ଏବେ ବି ପୁରୁଣା କ‌ର୍ପୋରେଟର୍‌ଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଦେଖିବାକୁ ମିଳୁଛି। କେବଳ ମେୟର୍‌ ସୁଲୋଚନା ଦାସଙ୍କୁ ଛାଡ଼ିଦେଲେ ବାକି […]

ଅପରାଧ ରାଜ୍ୟ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ

ପୁରୀ ୧୭।୦୫: ‘ପ୍ରମେୟ’ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଘଟଣା । ଭିକ୍ଟୋରିଆ ହୋଟେଲ୍‌ ନିକଟରେ ମରଣାନ୍ତକ ଆକ୍ରମଣ କରି ବିକ୍ରମଙ୍କ ମୋବାଇଲ୍‌ ଓ ସୁନା ମୁଦି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା କରି ୫ଜଣଙ୍କୁ ଗିରଫ କରିଛି । ମାମଲାରେ ଆଉ ୩ ଜଣ ଏକ ବାଇକ ସହ ଫେରାର୍‌ ହୋଇଯାଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଦାସ […]

ଅପରାଧ ରାଜ୍ୟ

ଗାଁ ଜଙ୍ଗଲରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, କାରଣ ଖୋଜୁଛି ପୋଲିସ

ବୌଦ୍ଧ ୧୭।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକଙ୍କ ନାମ ସୁରେଶ ସାହୁ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କହଂରପଡ଼ା ଗାଁର ଘଟଣା । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୌଦ୍ଧ ସଦର ବ୍ଲକ ଶଗଡ଼ା ପଞ୍ଚାୟତ କହଁରପଡ଼ା ଗାଁରେ ୩୨ ବର୍ଷୀୟ ଯୁବକ ସୁରେଶ ସାହୁଙ୍କ ମୃତଦେହ ଜଙ୍ଗଲରୁ ଠାବ […]