ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ: ଜେଲ୍ଗଲେ ମାଷ୍ଟରମାଇଣ୍ଡ ସମେତ ୧୯
ବଲାଙ୍ଗୀର : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲାରେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ମନୋଜଙ୍କ କୋଚିଂ ସେଣ୍ଟର ହିଁ ନକଲି ସାର୍ଟିଫିକେଟ ତିଆରିର ମୁଖ୍ୟ କେନ୍ଦ୍ର ଥିଲା ବୋଲି ଏସ୍ପି ନୀତିନ କୁଶଳକର ସୂଚନା ଦେଇଛନ୍ତି। ଏସ୍ପି କହିଛନ୍ତି, ଦୀର୍ଘ ବର୍ଷ ହେଲା ଏଠାରେ ନକଲି ସାର୍ଟିଫିକେଟ ବେପାର ଚାଲିଥିଲା। ଓଡ଼ିଶା ସାରା ପିଲାଙ୍କୁ ବାହାର ରାଜ୍ୟର ସାର୍ଟିଫିକେଟ ଯୋଗାଇ ଦିଆଯାଉଥିଲା। ଟଙ୍କା ଅନୁଯାୟୀ ମାର୍କ […]









